Literature: ଗଳ୍ପ ମୁଖା : ଗାଳ୍ପିକ ଦିଲ୍ଲୀପ ବେହେରାଙ୍କ କଲମରୁ ନିଃସୃତ...

Oct 13, 2026 - 17:23
Literature: ଗଳ୍ପ ମୁଖା : ଗାଳ୍ପିକ ଦିଲ୍ଲୀପ ବେହେରାଙ୍କ କଲମରୁ ନିଃସୃତ...

"ମୁଖା ଦିଲ୍ଲୀପ ବେହେରା ।

୧ ।ମୁଁ ଆଜି ମୁଖା ବଜାରକୁ ଯାଇଥିଲି।

ବଜାରକୁ ଗଲା ପରେ ହିଁ ଜାଣିଲି ଯେ ଏତେ ରକମର ମୁଖା ମିଳେ ବୋଲି।

ଅବଶ୍ୟ ଘରେ, ବାହାରେ, ଅଫିସ୍‌ରେ ମଧ୍ୟ ବହୁ ରକମର ବହୁ ରୂପର ମୁଖା ସହ ମୁଁ ପରିଚିତ ଥିଲି।

ମୁଖା ପ୍ରତି କୌତୂହଳ ସବୁବେଳେ ଥିଲେ ବି ମୁଁ ମୁଖାଠୁଁ ଟିକେ ନିରାପଦ ଦୂରତା ରକ୍ଷା କରିଆସିଛି।

ଅବଶ୍ୟ ମୁଖା କୌଣସି ବିପଜ୍ଜନକ ଜିନିଷ ନୁହଁ ବୋଲି ମୁଁ ବଜାରକୁ ଆସି ଜାଣୁଛି।

Advertisment ମୁଖା ପ୍ରତି ଆସୁଥିବା ଅହେତୁକ ଆକର୍ଷଣ ହେତୁ ଏବେ ଜାଣୁଛି ଯେ- ମୁଖା ପ୍ରବଣତା ହିଁ ଆମର ଅସଲ ପରିଚୟ।

ମଣିଷ ମୁଖା ବିନା ବଞ୍ଚି ପାରିବନି, ଯେମିତି ଜଳ କି ବାୟୁ ବିନା।

ମୁଖା ଏତେ ଉପଯୋଗୀ ଏବଂ ଏତେ ଜରୁରି ବୋଲି ମୁଁ ଜାଣିପାରିନି ଏତେ ବର୍ଷ ଧରି, ଅଥଚ ମୁଁ ବଞ୍ଚିଛି!

ମୁଖା ବିନା ବଞ୍ଚିବା ବି କି ବଞ୍ଚିବା!

ମୋତେ ନିଜକୁ ଧିକାରିବାକୁ ଇଚ୍ଛା ହେଲା କିନ୍ତୁ ସେ ଗ୍ଳାନିକୁ ଢାଙ୍କିବାକୁ ବି ମୁଖା ଗୋଟେ ମିଳିଗଲା।

ଆହୁରି ପଢ଼ନ୍ତୁ- Smartphone : ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କି?

ହାତ ଓ କଚଟି ପାଇଁ ଆସିପାରେ ବିପଦ....

ମୁଁ ତ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଯେ ସବୁ କଥାକୁ ଢାଙ୍କିବାକୁ ଏଠି ମୁଖା ମିଳେ।

ଆପଣ ଦୁଃଖୀ ଅଛନ୍ତି ଅଥଚ ତା" ପାଇଁ ମୁଖାଟେ ପିନ୍ଧି ପକେଇଲେ ଆଉ ଦୁଃଖୀ ବୋଲି ଜଣାପଡ଼ିବେନି।

ଆପଣ ଆପଣଙ୍କ ହସ-କାନ୍ଦ, ଈର୍ଷା-ଘୃଣା ସବୁ ଭାବ ଏମିତିକି ଅଭାବ ପାଇଁ ମଧ୍ୟ ମୁଖା ପାଇପାରିବେ।

ମୁଖା ସାହାଯ୍ୟରେ ଆପଣ ଚାହିଲେ ବୟସ ଲୁଚେଇ ପାରିବେ, ଏମିତିକି ପ୍ରାପ୍ତ ବୟସରେ କରୁଥିବା ବାଚାଳାମି ମଧ୍ୟ ଢାଙ୍କିପାରିବେ।

ସବୁଠୁଁ ବେଶି ଆଶ୍ଚର୍ଯ୍ୟ ହେଉଛି ଏ ମୁଖାବଜାରର ଗ୍ରାହକମାନଙ୍କୁ ଦେଖି।

ଏଠି ଯେଉଁମାନେ ବେଶି ଭିଡ଼ ଜମେଇଛନ୍ତି ସେମାନଙ୍କ ଭିତରେ ରାଜନେତା, ଅପରାଧୀ, ହତ୍ୟାକାରୀ, ଠିକାଦାର, ଧର୍ମଗୁରୁ, ମୌଲବି, ପ୍ରଶାସନିକ ଅଧିକାରୀ, କିରାଣି, ବିଚାରପତି, ଦୁର୍ନୀତି ନିବାରଣ ଅଧିକାରୀ ଏମିତିକି ନିଜେ ଅଭିନେତା ଅଭିନେତ୍ରୀମାନେ ମଧ୍ୟ ଅଛନ୍ତି।

ମୋତେ ଆଶ୍ଚର୍ଯ୍ୟ କରିଦେଲା ଭଳିଆ ଦୃଶ୍ୟଟି ହେଉଛି ସମସ୍ତେ ଗୋଟେ ଦୁଇଟା ନୁହଁ ବରଂ ବୋଝେ ବୋଝେ ମୁଖା କାନ୍ଧେଇଛନ୍ତି।

ଅଭିନେତା ଅଭିନେତ୍ରୀମାନଙ୍କ ମୁଖାର ଆବଶ୍ୟକତା ବିଷୟରେ ବୁଝିପାରିଲି, ବାକି ଅନ୍ୟମାନଙ୍କ କ୍ଷେତ୍ରରେ ମୁଖାର ଆବଶ୍ୟକତା କଥା ମୋତେ ସନ୍ଦିହାନ କରୁଛି।

ସେମାନଙ୍କ ପାଖରେ ମୁଖାର ସଂଗ୍ରହ ଦେଖି ଜାଣିପାରୁଛି କେଡ଼େ ମୁଖାପ୍ରିୟ ସବୁ ।

ମୁଁ କୌତୂହଳବଶତଃ ଜଣେ ଅଧିକାରୀଙ୍କୁ ତାଙ୍କର ମୁଖା ସମ୍ବନ୍ଧୀୟ ପସନ୍ଦ ନାପସନ୍ଦ ବିଷୟରେ ପ୍ରଶ୍ନ କରେ ତ ସେ ମୁଖା ସମ୍ବନ୍ଧରେ ଦୀର୍ଘ ଉତ୍ତରମୂଳକ ପ୍ର‌େଶ୍ନାତ୍ତର ଲେଖିଲା ଭଳି ଲମ୍ବା ଚଉଡ଼ା ବ୍ୟାଖ୍ୟା ଦେବାକୁ ଆରମ୍ଭ କରିଦେଲେ।

ମୁଁ ବୁଝିପାରିଲି ସେ ତାଙ୍କର ଉତ୍ତର ଦେବାର ଦକ୍ଷତା ସହ ମୁଖା ବିଷୟରେ ତାଙ୍କର ଅଭିଜ୍ଞତା ସୂଚେଇ ଦେବାକୁ ଚାହୁଛନ୍ତି।

ମୁଁ ଖୁବ୍‌ ଉତ୍କଣ୍ଠାର ସହ ତାଙ୍କୁ ଶୁଣୁଥାଏ।

ସେ କହିଚାଲିଥାନ୍ତି କେମିତି ମୁଖା ସକାଳରୁ ରାତ୍ରି ପର୍ଯ୍ୟନ୍ତ ଶୟନେ ସପନେ ଜାଗରଣେ ମଣିଷକୁ ସୁରକ୍ଷା ଦେଇଚାଲିଥାଏ।

ଘରେ ଅଫିସ୍‌ରେ ବନ୍ଧୁବର୍ଗ ସହକର୍ମୀଙ୍କ ସାମ୍ନାରେ ମୁଖାଟିଏ ନ ଥିଲେ ଠିଆ ହେବା କାଠିକର।

ତା"ଠୁଁ ବଡ଼କଥା ହେଉଛି ଜୀବନରେ ଯଦି କିଛି ବଡ଼ କରିବାକୁ ଚାହୁଛ, ଯଦି ଖୁବ୍ ଆଗକୁ ଯିବାକୁ ଚାହୁଛ ତେବେ ସାଙ୍ଗରେ କିଛି ନିଅ କି ନ ନିଅ ମୁଖା ଖଣ୍ଡେ ଧରିଥିବ।

ଆହୁରି ପଢ଼ନ୍ତୁ- Shipwreck Discovered Underwate: ୨୩୦୦ ବର୍ଷ ପୁରୁଣା ଜାହାଜର ରହସ୍ୟ ଉନ୍ମୋଚନ ସେ ଏତେ ପ୍ରଗଳ୍‌ଭ ହେଇଯାଇଥିଲେ ଯେ କହୁ କହୁ କହି ପକେଇଲେ କେମିତି ଥରେ ନିଜ ବାପାଙ୍କ ସାମ୍ନାରେ ନିଜର ଦାୟିତ୍ୱହୀନତାକୁ ଲୁଚେଇବା ପାଇଁ ମୁଖାଟିଏ ତାଙ୍କୁ ସାହାଯ୍ୟ କରିଥିଲା, ତା"ଠୁଁ ବଡ଼କଥା ହେଲା ସେ ଥରେ ନୁହଁ ଅନେକଥର ତାଙ୍କ ପତ୍ନୀଙ୍କ ସାମ୍ନାରେ ନିଜର ଲମ୍ପଟପଣକୁ ବି ମୁଖା ସାହାଯ୍ୟରେ ଢାଙ୍କି ଦେଇଛନ୍ତି।

ମୁଖା ମାହାତ୍ମ୍ୟ କହୁ କହୁ ଭଦ୍ରବ୍ୟକ୍ତି ଜଣକ କେତେବେଳେ କାନ୍ଦି ପକାଉଥିଲେ ତ କେତେବେଳେ ଖୁସିରେ ଗଦଗଦ ହେଇପଡୁଥିଲେ।

ତାଙ୍କଠୁଁ ମୁଖା ମାହାତ୍ମ୍ୟ ଶୁଣିଲା ପରେ ମୁଁ ନିଜକୁ ଖୁବ୍ ନୀଚ ମଣିଲି ଏବଂ ଏଯାଏଁ ଯେ ମୁଖା ବିନା ବଞ୍ଚିକି ଏଡ଼େ ମୂଲ୍ୟବାନ ଜୀବନକୁ ନଷ୍ଟ କଲି ବୋଲି ନିଜକୁ ଧିକାରିଲି।

ଠିକ୍ ସେତିକିବେଳକୁ ମୋ ମୁହଁ ଖୁବ୍ ବିକଳ ଦେଖାଯାଉଛି ବୋଲି କହି ଜଣେ ଭଦ୍ରବ୍ୟକ୍ତି ମୋତେ ମୁଖାଟେ ଉପହାର ସୂତ୍ରରେ ଦେଲେ।

ସେହି ମୁଖା ମୋତେ ଏତେ ଭଲ ଲାଗୁଛି ଯେ ମୁଁ କାହିଁ ଭାବୁନି ନିକଟ ଭବିଷ୍ୟତରେ ତାକୁ କାଢ଼ିବି ବୋଲି।।

୨ ।

ମୁଁ ଅନେକ ଦିନରୁ ପିନ୍ଧିଥିବା ମୁଖାଟି ଖୋଲି ଦେବାକୁ ମନସ୍ଥ କଲି ଏବଂ ଖୋଲିଦେଲି।

ମୋର ଧାରଣା ଥିଲା ଯେ ମୁଖାଟି ଖୋଲିଦେଲା ପରେ ମୋତେ ଖୁବ୍ ହାଲୁକା ଏବଂ ସୁଖକର ଅନୁଭୂତି ହେବ।

କିନ୍ତୁ ସେମିତି କିଛି ହେଲାନି, ବରଂ ମୁଖାବିହୀନ ମୁଖ ମୋତେ ମାଡ଼ିମାଡ଼ି ପଡ଼ିଲା।

ଅତି ସୁନ୍ଦର ଭାବରେ ଲୁଚେଇ ପାରିଥିବା ମୋର ସବୁ ଭାବ-ଅଭାବ, ଈର୍ଷା, ଦ୍ୱେଷ, ଅସୂୟା, ଦୁଃଖ ତଥା ଅତି ଗୋପନୀୟ ସୁଖ ଇତ୍ୟାଦି ଜଳଜଳ ଦିଶିଲା।

ତଥାପି ମୋର ଦୁଃଖ ନ ଥିଲା।

ପୂର୍ବରୁ ତ ପୁଣି ମୁଁ ବିନା ମୁଖାରେ ଏତେ ବର୍ଷ ବଞ୍ଚିଛି।

ମୁଖା ପିନ୍ଧିବା ପରେ ମୋର ଯେଉଁ ପଶ୍ଚାତ୍ତାପ ହେଇଥିଲା ଯେ କ"ଣ ପାଇଁ ମୁଁ ବିନା ମୁଖାରେ ଏତେ ବର୍ଷ ବଞ୍ଚିଲି ବୋଲି ଏବେ ମୁଖା ଖୋଲିବା ପରେ ସେହି ଭାବ ମୋତେ ମାଡ଼ି ପଡୁଛି।

ଏ କ"ଣ ଏକ ପରିପୂରକ ଭାବ?

ମୁଁ କ"ଣ ଚାହେ ତାକୁ ନେଇ ସନ୍ଦିହାନ ହେଇପଡ଼ିଛି।

ମୁଖାଯୁକ୍ତ ପ୍ରବଞ୍ଚନାର ଜୀବନ ନା ମୁଖାବିହୀନ ଅସହାୟତାର ଜୀବନ?

ଅସହାୟତା ଅପେକ୍ଷା ପ୍ରବଞ୍ଚନା କ"ଣ ଶ୍ରେୟସ୍କର ନୁହଁ?

ଏ ସବୁ ଭାବ କିମ୍ବା କହିପାରିବ ଦୁର୍ବୁଦ୍ଧି ସବୁ କ"ଣ ପାଇଁ ମୋତେ ମାଡ଼ିପଡୁଛି?

ମୁଖା ପିନ୍ଧିଥିବା ସମୟରେ ତ ମୋର ମନୋବଳ ଢେର୍‌ ଦୃଢ଼ ଥିଲା, ଲାଗୁଥିଲା ଯେମିତି ସବୁକଥାକୁ ମୁଁ ସାମ୍ନା କରିପାରିବି, ଏବେ କାଇଁ ଲାଗୁଛି ଯେମିତି ସେ ଦମ୍ଭ ତଳେ ଥିବା ଦୁର୍ବଳତାଟି ଜଳଜଳ ହେଇ ଦିଶୁଛି।

ଆହୁରି ପଢ଼ନ୍ତୁ- Cricket: ପୂର୍ବତନ ବୋଲର, ଇତିହାସ ରଚିଥିବା ଆମ୍ପାୟର ସାର ଡମ୍ବାନେୱାନାଙ୍କ ପରଲୋକ ମୁଁ ଘରେ ଆସି ଦେଖେ ତ ମୋ ପତ୍ନୀ ମୋତେ ମୁଁ ଯେମିତି କେଉଁ ଚିଡ଼ିଆଖାନାରୁ ଆସିଥିବା ଜନ୍ତୁ ଭଳି ଚାହିଁଛନ୍ତି।

ମୁଁ ତାଙ୍କୁ କିଛି ପଚାରିଲିନି।

ତଥାପି ସେ ମୋ ପଛରେ ଝିଅକୁ କହୁଥିବାର ଶୁଣିଲି, ବାପାଙ୍କୁ ପଚାର ତାଙ୍କର ମୁଣ୍ଡ ଖରାପ ହେଇଯାଇଛି କି?

ଆମକୁ ତ ପୁଣି ଏ ସଂସାରରେ ବଞ୍ଚିବାକୁ ପଡ଼ିବ।

ତାଙ୍କର ଏ ମୁଖାବିହୀନ ବଦନ କେଡ଼େ କଦର୍ଯ୍ୟ ଆଉ ଭୟଙ୍କର ସେ ଅନ୍ତତଃ ଜାଣନ୍ତୁ।

ମୁଁ ସବୁ ଶୁଣି କିଛି ନ ଶୁଣିଲା ଭଳିଆ ଆଗେଇଗଲି ନିଜ ରୁମ୍‌କୁ।

ରୁମ୍‌ରେ ଆଇନା ସାମ୍ନାକୁ ଆସିଛି ତ ଯେମିତି କେହି ଜଣେ ସେ କାଚ ଟପି ମୋ ଆଡ଼କୁ ବାହାରି ଆସିଲା ଭଳିଆ ଲାଗିଲା।

ମୁଁ ଖୁବ୍ ଡରିଗଲି।

କିଏ ହେଇପାରେ ବୋଲି ଆଖି ଖୋଲି ଦେଖେ ତ ମୋ ନିଜର କଦାକାର ରୂପ।

କିନ୍ତୁ କ"ଣ ପାଇଁ?

ପୂର୍ବରୁ ବି ତ ମୁଁ ମୁଖା ବିନା ବଞ୍ଚୁଥିଲି, ବିନା ମୁଖାରେ ଆଇନା ଦେଖୁଥିଲି, ସେତେବେଳେ ତ କାଇଁ ସେମିତି କିଛି ଲାଗୁ ନ ଥିଲା।

ଏବେ କ"ଣ ପାଇଁ ଏମିତି?

ମୁଁ ଆମ ଅଫିସର୍ସ କ୍ଲବ୍‌କୁ ଗଲି।

ସେଠି ବି ସବୁ ମୋତେ ଦେଖି ତାଜୁବ।

ଆରେ ଆରେ ଆପଣ ଏ କ"ଣ କଲେ, ଆପଣଙ୍କର ଏ ଅବସ୍ଥା କିଏ କଲା?

ସମସ୍ତଙ୍କ ମୁହଁରେ ମୋ ପ୍ରତି ଏ ଆଃ ଆଃ ଚୁ ଚୁ ଭାବ ଭିତରେ ମୁଁ ଲକ୍ଷ୍ୟ କଲି କେମିତି ସେମାନେ ନିଜ ଭିତରେ ନିଜେ ଆତଙ୍କିତ, କେମିତି ଗୋଟେ ପ୍ରକାଶିତ ହେଇଯିବା ଅବା ଧରା ପଡ଼ିଯିବାର ଭୟ।

କେଉଁ କଥାକୁ ଲୁଚେଇବାକୁ ଚାହାନ୍ତି ସମସ୍ତେ?

ଏବେ ମୁଁ ଦେଖୁଛି ଯେମିତି ସମସ୍ତେ ମୋ ବିରୋଧରେ ମେଳି କଲେଣି କିମ୍ବା ମୋ ବିରୋଧରେ ବିଦ୍ରୋହର ସାଜିସ କଲେଣି।

ମୁଖା ନାହିଁ ତ ପ୍ରବେଶ ନାହିଁ ବୋଲି ଏକ ନୋଟିସ କ୍ଲବ୍ ସାମ୍ନାରେ ଲଗେଇ ଦେଲେଣି।

ମୁଁ ଆଉ ବେଶି ବିଳମ୍ବ ନ କରି ବାହାରି ଆସିଲି।

ଆହୁରି ପଢ଼ନ୍ତୁ- Vigilance raid: ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବାହାରେ ବି ଯାହାକୁ ଯାହାକୁ ଦେଖିଲି ସବୁ ମୋତେ ଅଜବ ଦୃଷ୍ଟିରେ ଦେଖୁଥିଲେ, ନ ହେଲେ ମୁଁ ଯେଉଁମାନଙ୍କୁ ଚିହ୍ନିଥିଲି ସବୁ ଭାରି ଅଜବ ଲାଗୁଥିଲେ।

ମୁଁ ପଢ଼ିପାରିଲି ଯେମିତି ମୋତେ ଚାହିଁଛି ସହସ୍ର ଆତତାୟୀର ଆଖି।

ମୁଖା ତଳର ମଣିଷମାନେ ଭୟଙ୍କର ଭାବରେ ମୁଖାଶ୍ରୟୀ।

ସନ୍ନ୍ୟାସୀ ପ୍ରତୀୟମାନ ହେଉଥିବା ଲୋକଟି ସନ୍ନ୍ୟାସୀ ନ ଥିଲା, ଦାତା ଦାତା ନ ଥିଲା, ସେବକ ସେବକ ନ ଥିଲା ଏପରିକି ମଣିଷ ମୁଖା ପିନ୍ଧିଥିବା ଲୋକମାନେ ମଣିଷ ନ ଥିଲେ।

ମୁଁ ଭିତରୁ ଭିତରୁ ଟିକେ ଭୟ ପାଇ ଦୌଡ଼ି ଦୌଡ଼ି ଯାଇ ସିଧା ହସ୍‌ପିଟାଲ ଭିତରକୁ ପଶିଗଲି ଏବଂ ସେଠି ଯାଇ ଡାକ୍ତରଙ୍କୁ ମୋର ସବୁକଥା କହିଲି।

ପଚାରିଲି ଆଜ୍ଞା ମୋତେ ଏ ବିଷମ ପରିସ୍ଥିତିରୁ ମୁକୁଳାଇବାର ବ୍ୟବସ୍ଥା କରନ୍ତୁ।

ଡାକ୍ତର ଖୁବ୍ ସମୟ ଚିନ୍ତାକଲା ପରେ କହିଲେ ଦେଖନ୍ତୁ ଏହାର ଦୁଇଟି ଉପାୟ ଅଛି, ପ୍ରଥମଟି ସାମାନ୍ୟ ସହଜ ଏବଂ ସରଳ ଦ୍ବିତୀୟଟି କିନ୍ତୁ ଖୁବ୍ ମାରାତ୍ମକ।ମୁଁ କହିଲି ଆପଣ କାଳବିଳମ୍ବ ନ କରି ମୋତେ ସହଜ ଉପାୟଟି ବତାନ୍ତୁ।

ସେ ମୋର ପରିସ୍ଥିତି ହୃଦୟଙ୍ଗମ କରିପାରି କହିଲେ ପ୍ରଥମ ଉପାୟଟି ହେଉଛି ଆପଣଙ୍କ ଆଖି ଦୁଇଟିକୁ ବାହାର କରିଦେବାକୁ ପଡ଼ିବ ଏବଂ ଦ୍ବିତୀୟ ଉପାୟଟି ହେଉଛି...ଦ୍ବିତୀୟଟି ଶୁଣିବାକୁ ମୋର ଆଉ ଧୈର୍ଯ୍ୟ ନ ଥିଲା।

ମୁଁ ସେଠୁଁ ପ୍ରାଣପଣେ ପଳେଇଯାଇ ଖୋଲି ଦେଇଥିବା ମୁଖାଟି ପିନ୍ଧି ପକେଇଲି।

ଏବେ ବୁଝୁଛି ମୁଖାଟେ କେତେ ଅନିବାର୍ଯ୍ୟ ବଞ୍ଚି ରହିବାକୁ।

ମୋ: ୮୨୪୯୯୮୧୦୨୩ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)