Literature: କବିତା ଶାନ୍ତ ଦିଶୁଥିବା ପବନ: କବି ବିଜୟ ରାୟଙ୍କ କଲମରୁ ନିଃସୃତ...
"ଶାନ୍ତ ଦିଶୁଥିବା ପବନ ବିଜୟ ରାୟ ଆଖି ଅଛି ଦେଖେ ନାହିଁକାନ ଅଛି ଶୁଭେ ନାହିଁହାତ ଅଛି କରେ ନାହିଁ!
ନାହିଁ ନାହିଁର ଏ ଭଉଁରି ଭିତରେ ମୁଁ, ମୁଁ ହୋଇ ଥାଏ ତ?ନିଜକୁ ଅଣ୍ଡାଳିଚାଲେ ଏଠି ସେଠି ହାତମାରେଜାକିଜୁକି ହୋଇ ଭାଙ୍ଗମୁଦ୍ରାରେ ମୋ ହାତମୋ ପାଖକୁ ଫେରେ!Advertisment ଦେଖି ନଦେଖିବା ପରିଗାଲେଇଯାଏ କି ମୁଁ?ଶୁଣି ନଶୁଣିବା ପରିକାନ ଆଡ଼େଇନିଏ କି ମୁଁ?ନକରିବାର ନିକମାପଣରେହାତ ଫେରେଇନିଏ କି ମୁଁ?
ଆହୁରି ପଢ଼ନ୍ତୁ- Death: କନାକୁଣ୍ଡରେ ବୁଡ଼ି ନିଖୋଜ ମହିଳାଙ୍କ ମୃତଦେହ ୪୩ ଘଣ୍ଟା ପରେ ସାକୋବାହାଲ ଘାଟରୁ ଉଦ୍ଧାର ଆଲିଙ୍ଗନର ସ୍ପର୍ଶ ସବୁକୁଗୋଟିଗୋଟି କରି ଛାତି ଭିତରେ ସାଇତି-ରଖିଥାଏ...ପଛେଇଯିବାକୁ ହୁଏ ଜାଣି,ଆଗକୁ ଦେଖିଥାଏ...ହାତ ବୁଲେଇଆଣେ ତପିଠିରେ;ଆଲିଙ୍ଗନ ସବୁରକ୍ତଖିଆ ଛୁରୀ ହୋଇଖସିପଡୁଥାଏ!
ସାପମାନଙ୍କ ସଙ୍ଗତରେ ଥିଲେବି,ରକ୍ତର ରୁବାବୀ ମୋତେମୁଁ କରି ରଖିଥାଏ!
ଭୁଲ୍କୁ ଭୁଲ୍ କହିପାରେନା ବୋଲି ମରିବା ପୂର୍ବରୁ ଶହ ଶହ ବାରମରିସାରିଥାଏ!
ଯୋଡ଼ିବା ଶିଖିଛି ବୋଲି ସିଇଁଜାଣେ ସମ୍ପର୍କକାଟିପାରେନା କଟୂକ୍ତିରେ!ଥଣ୍ଡା ପଡ଼ିଯାଇଥିବା ପାଉଁଶରେ,ଶାନ୍ତ ଲାଗୁଥିବା ପବନ ଭିତରେଲୁଚାଇ ରଖିଥିବା ବହିବାର ଭୀଷଣସ୍ରାବ;ରତେ ନିଆଁକୁଶିଖା କରିପାରେ!
ଆହୁରି ପଢ଼ନ୍ତୁ- IAEA Resolution: ଆଇଏଇଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଉତ୍ତର କୋରିଆ: ପରମାଣୁ ଶକ୍ତି ହ୍ରାସ ହେବ ନାହିଁ ବୋଲି ଧମକ ଦେଲେ କିମ୍ ଜୋଙ୍ଗଙ୍କ ଭଉଣୀ ମୁଁ, ମୁଁ ହୋଇଥାଏ ତ,ସେତେବେଳେ!ବାର ବାର ନିଜକୁ ସଜାଡ଼େ।
ଆଖିର ଲୁହକୁ କେମିତିସବୁଜ କରିବାର କାରିଗରୀ ମୋତେ ଜଣା;ଜୀବନଠୁଁ ନିଶୁଳ୍କଅସୁଲ ଆଦାୟ କଲାବେଳେ!ତାକୁ ଏବେଅନୁଜ୍ଜ୍ବଳ କିଏ କରିପାରେ?ଯୋଉ ଆଲୁଅ ଭିତରେ ଦିନରାତି ଜଳେ?
ମୋ: ୬୩୭୦୦୬୩୭୨୩ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
