Literature: କବିତା ଗପସପ: କବି ପ୍ରତିଭା ପରିଡ଼ାଙ୍କ କଲମରୁ ନିଃସୃତ...
"ଗପସପ ପ୍ରତିଭା ପରିଡ଼ା ଆସ ମ!ଏଇଠି ଟିକେ ବସିପଡ଼ିବା,କିଛି କଥା ହେବାକଥାରେ ପରା ରାଜ୍ୟ ଚଳୁଛି ଭାତ ଛିଞ୍ଚା ହେଉଛି ପାଗ ଭିଡ଼ା ହେଉଛି ତ, ମାଢ଼ ଭାଙ୍ଗି ପଡୁଛି।Advertisment ଏଠି ଏଇ ଖୋଲା ପଡ଼ିଆରେ ଧାପେ ପବନ ମିଳୁନିଉଛୁଳୁ ମୁଛୁଳୁ ପୋଖରୀରେକାହିଁ, ପାଣି ଚଳେ ବି ଦିଶୁନିକୁହ ତ, ଦୁଃଖ ସୁଖ ଜଞ୍ଜାଳ ତେଲ ଲୁଣ ସଂସାର ଘୋଡ଼ା ହାତୀ ଯୁଦ୍ଧ ପ୍ରେମ ବେପାର ସେମିତି ଲାଗି ରହିଛି ତ କାଳ କାଳଏବେ ଥାଉ ସେସବୁ,ଆସ ଟିକେ ପାଖାପାଖି ବସିଯିବା କିଛି କଥା ହେବାମନ ପାଟି ସାଧ ମେଣ୍ଟାଇବା।
ଆହୁରି ପଢ଼ନ୍ତୁ- Jio: ଜିଓକୁ ୧୧,୦୦୩ କୋଟିର ଟିକସ ଆଶ୍ବସ୍ତି, ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ବିଜୟ ଛାତି ପାଣି ଫାଟି ଯାଉଥିବକଞ୍ଚା ମାଟିର ଡହଡହ ତାତିରେ ବି,ହାଡ଼ ମାଂସ ତରଳୁ ନଥିବବରଂଚ କିଛି ମିଠା ଜହର ଦେହ ମନ ଚରିଯାଉଥିବଲାଭ କ୍ଷତି ବଣିଜର ଅଡୁଆ ନଥିବ।
କିଏ ବା" କାହାର ଏଠି ଧାରୁଥାଏ!କାହା ଭାଗ୍ୟ ଏଠିକିଏ ସମ୍ଭାଳୁ ଥାଏ ଯେ,ଏଇ କଥା ପଦେ ଲାଗି ଯାହା ମଶାଣି ପଡ଼ାରେ କାକର ଜମୁଥାଏଆସ!
ଟିକେ ଗପସପ ହେବାଏକ ଅଲଗା ବାଗରେହାତମୁଠାର ଜୀବନକୁ ଜିଇଯିବା ଗୋଟେ ନିଆରା ଢଙ୍ଗରେ।
ଆହୁରି ପଢ଼ନ୍ତୁ- Gajapati: ଗାଁକୁ ନାହିଁ ପକ୍କା ରାସ୍ତା, ପୁଣି ଖଟିଆରେ ବୁହା ହେଲେ ରୋଗୀ ଆମେ ଭିଜୁଥିବାସବୁଜ ମାଟିର ଓଦା ଗାଲିଚାରେସାରା ଶବ୍ଦ ବୁଣି ହୋଇ ପଡୁଥିବ ପତ୍ର ଫାଙ୍କର ଜହ୍ନ ଆଲୁଅରେସବୁରି ହୃଦୟ ଝଳି ଉଠୁଥିବ କଥା ଦର୍ପଣରେବତୁରି ଯାଉଥିବ ସାରା ପୃଥ୍ବୀ ଆପଣାପଣରେ।
ମୋ: ୮୯୧୭୬୦୩୪୪୨ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
