Literature: Book Review: କବିପ୍ରିୟା ପୁସ୍ତକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Sep 16, 2026 - 17:18
Literature: Book Review: କବିପ୍ରିୟା ପୁସ୍ତକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"କବିପ୍ରିୟା ଲେଖକ: ହୃଷୀକେଶ ମଲ୍ଲିକପ୍ରକ‌ାଶକ: ସବୁଜଜଗତପୁର, କଟକମୂଲ୍ୟ: ୨୨୦ ଟଙ୍କାପୃଷ୍ଠା: ୨୬୪Advertisment ଆହୁରି ପଢ଼ନ୍ତୁ- Woman"s Decomposed Body କେସିପୁର ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ, ନିକଟରେ ମେଡିକାଲ୍‌ ପ୍ରେସ୍‌କ୍ରିପ୍‌ସନ୍‌ କବି ସଚ୍ଚି ରାଉତରାୟ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା- ଏପରି ଅନେକ ସ୍ରଷ୍ଟାଙ୍କ ସୃ‌ଷ୍ଟିକୁ ଏହି ସଂକଳନଟିରେ ଆକଳନ କରିଛନ୍ତି ଲେଖକ। "ମଣିଷର କବି ସଚ୍ଚି ରାଉତରାୟ" ପ୍ରବନ୍ଧରେ ଲେଖକ ସଚ୍ଚି ରାଉତରାୟଙ୍କ ସମକାଳୀନ ବିଶ୍ବ ଦୃଶ୍ୟପଟ୍ଟ ଏବଂ ସେହି ପଟ୍ଟଭୂମିରେ ଉଧେଇଥିବା କବିତାର ନକ୍ସା, ତାଙ୍କ କବିତାର ପରିସର ଓ ସୃଜନ ସାମର୍ଥ୍ୟକୁ ପରଖିଛନ୍ତି।

କବି ରମାକାନ୍ତ ରଥଙ୍କ "ସଚିତ୍ର ଅନ୍ଧାର" ଆଲୋଚନା ସମୟରେ ଲେଖକ କହନ୍ତି, ""ସମଗ୍ର ପୁସ୍ତକଟିରେ "ଅନ୍ଧାର" ଓ "ଅନ୍ଧାର"ର ଅଖଣ୍ଡ ପ୍ରତିପତ୍ତି ହିଁ ଲକ୍ଷଣୀୟ।

ଏହି ଅନ୍ଧାର ପୁଣି "ସଚିତ୍ର"।"" ଉଦାହରଣ ସହ ଆଲୋଚକ ମଧ୍ୟ କହନ୍ତି, ""କବି ରମାକାନ୍ତଙ୍କ ଏହି "ଅନ୍ଧାର" ପରିକଳ୍ପନାଟି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧାରଣାକୁ ସମନ୍ବିତ କରୁଛି।"" ସୀତାକାନ୍ତ ମହାପାତ୍ରଙ୍କ ବିଭିନ୍ନ କୃତିକୁ ନେଇ ଆଲୋଚନା କାଳରେ ଆଲୋଚକ ତାଙ୍କ କବିତାର ପୃଥକ୍‌ ଦିଗକୁ ସାମ୍ନାକୁ ଆଣିଛନ୍ତି।

ଆଲୋଚକ କହନ୍ତି, ""ସୀତାକାନ୍ତ ମାଟି ଓ ମଣିଷର କବି।

ଗାଁରୁ ଗୋଲକ ତାଙ୍କ ଚେତନାର ଚାରଣ ଭୂମି।

ମଣିଷର ଅସରା ଅମୀମାଂସିତ ଭାଗ୍ୟର ସେ କୁହୁକୀ ଯାଦୁକର।"" ସଂକଳନଟିରେ କବି ହରିହର ମିଶ୍ର, ସୌଭାଗ୍ୟ କୁମାର ମିଶ୍ର, ସୌରୀନ୍ଦ୍ର ବାରିକ, ପ୍ରତିଭା ଶତପଥୀ, ବଂଶୀଧର ଷଡ଼ଙ୍ଗୀ, ଫନୀ ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ଗିରିବାଳା ମହାନ୍ତି, ଗୋପାଳକୃଷ୍ଣ ରଥ, ଶତ୍ରୁଘ୍ନ ପାଣ୍ଡବ, ଦେବେନ୍ଦ୍ର ଦାସଙ୍କ କବିତାକୁ ନେଇ ଆଲୋଚନାମାନ ରହିଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)