Liquor Shop Robbery Gang ଧରାପଡ଼ିଲା ମଦ ଦୋକାନ ଲୁଟେରା ଗ୍ୟାଙ୍ଗ, ୪ ଗିରଫ
"ବ୍ରଜରାଜନଗର(ଉପନ ଚରଣ ସାହୁ): କେବଳ ବିଦେଶୀ ମଦ ଦୋକାନକୁ ଲୁଟ କରୁଥିବା ଏକ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ ଧରିବାରେ ସଫଳ ହୋଇଛି।
ଓରିଏଣ୍ଟ ଓ ବାନହରପାଲି ଥାନା ଅଞ୍ଚଳରେ ଘଟିଥିବା ୨ଟି ଲୁଟ୍ ଘଟଣାରେ ଏହି ଗ୍ୟାଙ୍ଗ୍ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି।
ଅନ୍ୟ ଅପରାଧିକ ପୃଷ୍ଠଭୂମିର ଖୋଳତାଡ଼ ଚାଲିଛି।
Advertisment ATM Loot: ଏଟିଏମ ଲୁଟ୍ ପରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ ଗିରଫ ହୋଇଥିବା ୪ ପେଷାଦାର ଅପରାଧୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର କୁଟିନାଡ଼ା ଥାନା ପଢାଳ ଗ୍ରାମର ପ୍ରଶାନ୍ତ ବେହେରା(୨୪), ରାମାପୋଲି ଗ୍ରାମର କିଶନ ପଣ୍ଡି(୨୨), ବୁଗୁଡ଼ା ଥାନା ବାଲିପଦର ଗ୍ରାମର ନାରାୟଣ ଜେନା (୨୫) ଓ ବୁଗୁଡ଼ା ଥାନା ଆରଖପୁରଗ୍ରାମର ଚିତ୍ରସେନ ଜେନା (୨୩)।
ସେମାନଙ୍କ ଠାରୁ ନଗଦ ୩୫,୭୦୦ ଟଙ୍କା, ଅପରାଧରେ ବ୍ୟବହୃତ ମହିନ୍ଦ୍ରା ବୋଲେରୋ ( ଓଆର୍ ୦୫ ଏସି ୯୮୮୮) ଜବତ କରାଯାଇଛି।
ଏହାସହ ୨ଟି ଶାବଳ, ଗୋଟିଏ ଡିଭିଆର୍, ୩ଟି ମୋବାଇଲ ମଧ୍ୟ ଜବତ ହୋଇଛି।
ଆଜି ଧରପଗଡ଼ ସମ୍ପର୍କରେ ଝାରସୁଗୁଡା ଏସ୍ ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଜୁଲାଇ ୮ତାରିଖ ରାତିରେ ଓରିଏଣ୍ଟ ଏବଂ ବନହରପାଲି ଥାନା ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନରେ ଚୋରି ହୋଇଥିଲା।
ଓରିଏଣ୍ଟ ଥାନା ଅଞ୍ଚଳରେ ଅଭିଯୁକ୍ତମାନେ ନାଇଟ୍ ୱାଚମ୍ୟାନଙ୍କୁ ଆକ୍ରମଣ କରି ହାତ ଗୋଡ଼ ବାନ୍ଧିଦେଇଥିଲେ।
ତାଙ୍କ ମୋବାଇଲ ଭାଙ୍ଗି ଦେଇ ନଗଦ ଟଙ୍କା ଓ ମଦ ବୋତଲ ନେଇ ଫେରାର ହୋଇଯାଇଥିଲେ।
ଏହି ସମ୍ପର୍କରେ ୯ ତାରିଖ ରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା।
ଅପରାଧିକଙ୍କ ଧରିବାକୁ ଏକାଧିକ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା।
ଗଜପତି ଓ ବ୍ରହ୍ମପୁର କୁ ଟିମ୍ ପଠାଯିବା ସହ ଝାରସୁଗୁଡ଼ାରେ ସିସିଟିଭି ଯାଞ୍ଚ, ଟେକନିକାଲ ସର୍ଭେଲାନ୍ସ ଓ ଗୁପ୍ତଚର ତଥ୍ୟ ସଂଗ୍ରହ କରାଯାଇଥିଲା।
ଅନ୍ତଃଜିଲ୍ଲା ସମନ୍ୱୟ ଓ ବୈଜ୍ଞାନିକ ତଦନ୍ତ ମାଧ୍ୟମରେ ପୂରା ଗ୍ୟାଙ୍ଗକୁ ଚିହ୍ନଟ କରି ୫୦ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି।
Gang Loot: ଗ୍ୟାଙ୍ଗସ୍ ଅଫ୍ "ଏନ୍ଏଚ୍ ୫୫": ଦୁଇ ମଦ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ ଏସ୍ପି କହିଛନ୍ତି, ଗଞ୍ଜାମ ଜିଲ୍ଲାର ପ୍ରଶାନ୍ତ ବେହେରା ଏହି ଗ୍ୟାଙ୍ଗର ମୁଖ୍ୟ ଷଡ଼ଯନ୍ତ୍ରକାରୀ।
ପ୍ରଶାନ୍ତର ମାଉସୀ ଓରିଏଣ୍ଟ ଥାନା ଅଞ୍ଚଳରେ ରହୁଥିବାରୁ ସେ ସେହି ଅଞ୍ଚଳ ସହ ପରିଚିତ ଥିଲେ।
ସେ ସୁରତରେ କାମ କରିବା ସମୟରେ ଜଣାଶୁଣା କିଶନ ପଣ୍ଡି, ନାରାୟଣ ଜେନା ଏବଂ ଚିତ୍ରସେନ ଜେନାଙ୍କୁ ନିଜ ଟିମରେ ସାମିଲ କରିଥିଲେ।
ଅଭିଯୁକ୍ତମାନେ ଗଜପତି ଜିଲ୍ଲାର ଜଣେ ବ୍ୟକ୍ତିଙ୍କଠାରୁ ବ୍ରହ୍ମପୁରରୁ ଏକ ମହିନ୍ଦ୍ରା ବୋଲେରୋ ଭଡ଼ାରେ ଆଣି ଝାରସୁଗୁଡ଼ା ଆସିଥିଲେ।
ଅନେକ ମଦ ଦୋକାନର ରେକି କରି ବାନହରପାଲି ଓ ଓରିଏଣ୍ଟ ଥାନା ଅଞ୍ଚଳର ଦୋକାନରେ ଚୋରି କରି ପଳାଇଥିଲେ।
ଯାଞ୍ଚରୁ ଜଣାପଡ଼ିଛି ଯେ ଚାରି ଜଣ ଯାକ ଅଭ୍ୟସ୍ତ ଅପରାଧୀ ଏବଂ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଭୁବନେଶ୍ୱରେ ମଧ୍ୟ ବହୁ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି।
ଝାରସୁଗୁଡ଼ା ପୋଲିସ କହିଛି ଯେ ଏହି ଗ୍ୟାଙ୍ଗକୁ ଧରିବା ଦ୍ୱାରା ଆଗାମୀ ଦିନରେ ଘଟିପାରୁଥିବା ଅନେକ ଚୋରି ରୋକାଯାଇପାରିଛି।
ଅଭିଯୁକ୍ତମାନଙ୍କର ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ହୋଇଥିବା ଅନ୍ୟ ଚୋରି ମାମଲାରେ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଆଗକୁ ତଦନ୍ତ ଜାରି ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।