Lightning Strikes ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୫ ମୃତ, ୧୦ଜଣ ଗୁରୁତର

Jul 20, 2026 - 22:09
Lightning Strikes ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୫ ମୃତ, ୧୦ଜଣ ଗୁରୁତର

"ଭୁବନେଶ୍ବର:  ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଘଡ଼ଘଡ଼ିବର୍ଷା ସମୟରେ ହୋଇଥିବା ବଜ୍ରପାତରେ ୫ଜଣ ଜୀବନ ଯାଇଛି।

Advertisment କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ହାଟଡ଼ିହି ବ୍ଲକ୍‌ରେ ୨ଜଣ, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳର ୨ଜଣ ଓ କଟକ ନରସିଂହପୁର ଅଞ୍ଚଳରେ ଜଣେ ମୃତ୍ୟୁବରଣ କରିଛନ୍ତି।

ସେହିପରି ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଗତକାଲି ରାତିରେ ଘର ଉପରେ ବ୍ରଜାପାତ ହେବାରୁ ପରିବାର ୮ଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ବେଳେ ୩ଟି ଛେଳି ମୃତ୍ୟୁବରଣ କରିଛନ୍ତି।

ବଜ୍ରାଘାତରେ ମୋଟ ୧୦ଜଣ ଆହତ ହୋଇ ଏବେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Lightning Strike: ବଜ୍ରାଘାତରେ ୩ ଜଣ ଗୁରୁତର, ୫ ଆହତ ଓ ୬ଟି ଛେଳି ମୃତ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତର ଅର୍ଜୁନବିଲା ଗ୍ରାମର କଂସଲା ସେଠୀ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ‌ବରଣ କରିଥିବା ବେଳେ ସୁନାଫୁଲ ସେଠୀ ଓ ରଶ୍ମିତା ସେଠୀ ଗୁରୁତର ଆହତ‌ ହୋଇଛନ୍ତି।

ଆହତମାନଙ୍କୁ ଘଟଗାଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ନନ୍ଦିପଦା ଥାନା ଅଧିନ ଡିମିରିଆ ଗ୍ରାମର ମିଥୁନ ରାଉଳ ବିଲକୁ ଟ୍ରାକ୍ଟର ନେଇ ଯାଉଥିବା ବେଳେ ବ୍ରଜାଘାତରେ ମୃତ୍ୟୁ‌ ଘଟିଛି।

BLO Pramila Ojha ବଜ୍ରପାତ ମଧ୍ୟ ଅଟକାଇପାରିଲାନି ବିଏଲ୍‌ଓ ପ୍ରମିଳାଙ୍କୁ, ଶେଷକଲେ ଡିଜିଟାଇଜେସନ୍‌ କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଲକ୍‌ ଦେବଭୂଇଁ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଦେବର୍ଚ୍ଚନ ସାହୁ(୫୫) ଗାଁ ନିକଟ ପଡ଼ିଆରେ ଛେଳି ଚରାଉଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି।

ଅନୁରୁପ ଭାବରେ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ବଜ୍ରପାତରେ ୨ଜଣ ଚାଷୀଙ୍କର ଜୀବନ ଯାଇଛି।

ସେଥି ମଧ୍ୟରେ ମୋରଡ଼ା ଥାନା ଘୋଳମୁହାଁ ଗ୍ରାମର ଜବା ବାସ୍କେ(୬୨) ଓ ପାରିଆକୁଲି ଗ୍ରାମର ବିମ୍ବାଧର ବେହେରାଙ୍କ ପୁଅ ରବୀନ୍ଦ୍ର ବେହେରା ଓରଫ ବାପୁନ(୩୬) ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।