Hamas: ଖଲିଲ୍‌ ଅଲ-ହୟା ହମାସର ନୂଆ ମୁଖ୍ୟ

Jul 20, 2026 - 22:09
Hamas: ଖଲିଲ୍‌ ଅଲ-ହୟା ହମାସର ନୂଆ ମୁଖ୍ୟ

"ଗାଜା: ଗାଜାରେ ପୁଣି ଥରେ ଇସ୍ରାଏଲ ଆକ୍ରମଣ ମଧ୍ୟରେ ପାଲେଷ୍ଟାଇନର ଚରମପନ୍ଥୀ ସଙ୍ଗଠନ ହମାସ ବଡ଼ ଘୋଷଣା କରିଛି।

ପାଖାପାଖି ଦୁଇ ବର୍ଷର ଅପେକ୍ଷା ପରେ ସୋମବାର ହମାସ ନିଜର ନୂଆ ମୁଖ୍ୟଙ୍କ ନାଁ ଘୋଷଣା କରିଛି।

ଖଲିଲ୍‌ ଅଲ-ହୟାଙ୍କୁ ହମାସର ରାଜନୈତିକ ବ୍ୟୁରୋର ନୂଆ ପ୍ରମୁଖ ବଛାଯାଇଛି।

ଦୋହାରେ ଇସ୍ରାଏଲୀ ଆକ୍ରମଣରେ ହୟାଙ୍କ ପୁଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିବାର ଦଶ ମାସ ପରେ ତାଙ୍କୁ ଏତେ ବଡ଼ ପଦବୀ ମିଳିଛି।

ହମାସର ରାଜନୈତିକ ବ୍ୟୁରୋ ମୁଖ୍ୟ ପଦବୀ ୟାହ୍ୟା ସିନବାରଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା।

ସିନବାରକୁ ଇସ୍ରାଏଲ ସେନା ୨୦୨୪ରେ ଗାଜାରେ ହତ୍ୟା କରିଥିଲା।Advertisment ଆହୁରି ପଢନ୍ତୁ: Britain: ଆଣ୍ଡି ବର୍ଣ୍ଣହାମ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ଷ୍ଟାର୍ମରଙ୍କ ବିଦାୟ ତା" ପୂର୍ବରୁ ଜୁଲାଇ ୨୦୨୪ରେ ଇରାନରେ ହମାସର ପୂର୍ବ ରାଜନୈତିକ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା।

ଅଲ-ହୟା ୧୯୬୦ ମସିହାରେ ଇଜିପ୍ଟ ଶାସନ ସମୟରେ ଗାଜାରେ ଜନ୍ମଗ୍ରହଣ କରିଥିଲେ।

ସେ ସ୍ନାତକ ଡିଗ୍ରି ପାଇଁ ଗାଜାର ଇସଲାମିକ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ, ପରେ ଜୋର୍ଡାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ କୋରାନ ଓ ଇସଲାମିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରି ହାସଲ କରିଥିଲେ।

ପ୍ରଥମ ବିଦ୍ରୋହ ସମୟରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଅଲ-ହୟା ହମାସରେ ଯୋଗ ଦେଇଥିଲେ।

ସେହି ସମୟରେ ସେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।

ଗୁପ୍ତ ନିର୍ବାଚନରେ ହୟା ହମାସର ବଡ଼ ନେତା ଖାଲିଦ ମସାଲଙ୍କୁ ବଡ଼ ବ୍ୟବଧାନରେ ପରାଜିତ କରିଥିଲେ।

ତେ‌ବେ ହୟା ହମାସ ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।