Lightning: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତ, ଆଖି ବୁଜିଲେ ମା’-ଝିଅ

Jun 28, 2026 - 16:27
Lightning: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତ, ଆଖି ବୁଜିଲେ ମା’-ଝିଅ

"ରାଇଘର (ଦେବେନ୍ଦ୍ର ମିଶ୍ର): କୁସୁମ କୋଳି ତୋଳିବା ସମୟରେ ବଜ୍ରପାତ ହୋଇଛି।

ଏଥିରେ ମା" ଏବଂ ଝିଅ ଆଖି ବୁଜିଛନ୍ତି।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

ବଜ୍ରପାତରେ ଜୀବନ ହରାଇଥିବା ମା" ଏବଂ ଝିଅ ହେଲେ ଦୈମତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)।Advertisment ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦୈମତୀ ଏବଂ ଚମ୍ପା ଆଜି ଦ୍ବିପହର ପ୍ରାୟ ୧ଟାରେ ଗ୍ରାମଠାରୁ ଅଧ କିଲୋମିଟର ଦୂରରେ ଥିବା ନିଜ ଜମିର ଏକ କୁସୁମ ଗଛକୁ ଯାଇଥିଲେ।

ସେଠାରେ ସେମାନେ କୁସୁମ କୋଳି ତୋଳୁଥିଲେ l ଠିକ ଏହି ସମୟରେ ହଠାତ ବର୍ଷା ସହିତ ଘଡ଼ଘଡ଼ି ଏବଂ ବଜ୍ରପାତ ହୋଇଥିଲା l ଉକ୍ତ ବଜ୍ରପାତରେ ଦୈମତୀ ଏବଂ ଚମ୍ପା ଦୁହେଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେl  Lightning: ରାସନ ଚାଉଳ ଆଣିବାକୁ ଯାଇଥିଲେ ଦୁଇଭାଇ; ବଜ୍ରପାତରେ ବଡ଼ଭାଇ ମୃତ ଖବର ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଥିଲେ।

ମାଆ ଓ ଝିଅର ଏଭଳି ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଚମ୍ପା ମୁଦୁଲି ନିନାଶପାଣି ଶିଶୁ ବାଟିକାରେ ଶିଶୁ ସେବିକା ଭାବେ କାର୍ଯ୍ୟରତ ଥିଲେl  "