LIC: ଏଲ୍‌ଆଇସିର ୬.୫% ଅଂଶଧନ ବିକ୍ରିହେବ

Aug 04, 2026 - 17:44
LIC: ଏଲ୍‌ଆଇସିର ୬.୫% ଅଂଶଧନ ବିକ୍ରିହେବ

"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ୬.୫ ପ୍ରତିଶତ ଅଂଶଧନ ବିକିବେ।

ମଙ୍ଗଳବାରଠାରୁ ଏହି ସେୟାର ବିକ୍ରି ଅଫର୍‌ ଫର ସେଲ୍‌ ବା ଓଏଫ୍‌ଏସ୍‌ ଜରିଆରେ ଆରମ୍ଭ ହେବ ବୋଲି ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍‌) ସଚିବ ଆରୁନିଷ ଚାୱଲା ସୂଚନା ଦେଇଛନ୍ତି।

ପ୍ରଥମେ ୨.୫ ପ୍ରତିଶତ ଅଂଶଧନ ବିକ୍ରି ହେବ ଏବଂ ଚାହିଦା ଭଲ ରହିଲେ ଆଉ ୪ ପ୍ରତିଶତ ବିକ୍ରି କରାଯିବ।

ମଙ୍ଗଳବାର ଅଣଖୁଚୁରା ବା ନନ୍‌-ରିଟେଲ୍‌ ନିବେଶକମାନଙ୍କ ପାଇଁ ଏଲ୍‌ଆଇସିର ସେୟାର କିଣିବା ସୁଯୋଗ ମିଳିବ।

ବୁଧବାର ରିଟେଲ୍‌ ବା ଖୁଚୁରା ନିବେଶକମାନେ ସେୟାର କିଣିପାରିବେ।Advertisment ସୋମବାର କାରବାର ଶେଷବେଳକୁ ଏଲଆଇସିର ସେୟାର ପିଛା ମୂଲ୍ୟ ୪୨୪ ଟଙ୍କା ରହିଥିଲା।

ଏହି ମୂଲ୍ୟ ଉପରେ ୧୦ ପ୍ରତିଶତ ରିହାତି ଦରରେ ବା ୩୮୨ ଟଙ୍କାରେ ସେୟାର ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ଚାୱଲା କହିଛନ୍ତି।

ଯଦି ସରକାର ସଂପୂର୍ଣ୍ଣ ୬.୫ ପ୍ରତିଶତ ଅଂଶଧନ ବିକ୍ରି କରନ୍ତି ତାହେଲେ ଏ ବାବଦରେ ପ୍ରାୟ ୩୧,୪୦୦ କୋଟି ଟଙ୍କା ମିଳିବ।

ଏଲ୍‌ଆଇସିରେ ସରକାରଙ୍କର ବର୍ତ୍ତମାନ ୯୬.୫ ପ୍ରତିଶତ ଅଂଶଧନ ରହିଛି।

୬.୫ ପ୍ରତିଶତ ଅଂଶଧନ ବିକ୍ରି ହେଲେ ଏଲଆଇସିରେ କେନ୍ଦ୍ର ସରକାରଙ୍କ ଅଂଶଧନ ୯୦ ପ୍ରତିଶତକୁ ଖସିଆସିବ।

୩୧,୪୦୦ କୋଟି ସଂଗ୍ରହ ଆଶା  ବର୍ତ୍ତମାନ ସାଧାରଣ ଅଣପ୍ରତିଷ୍ଠାତା ନିବେଶକଙ୍କ ନିକଟରେ ଏଲ୍‌ଆଇସିର ୩.୫ ପ୍ରତିଶତ ଅଂଶଧନ ଥିବାରୁ ସେମାନଙ୍କର ଅଂଶ ୧୦ ପ୍ରତିଶତରେ ପହଞ୍ଚିଯିବ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ସରକାର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ଜରିଆରେ ଏଲ୍‌ଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରିଥିଲେ।

୨୦୨୭ ମେ ସୁଦ୍ଧା ୧୦ ପ୍ରତିଶତ ଏବଂ ୨୦୩୨ ସୁଦ୍ଧା ୨୫ ପ୍ରତିଶତ ଅଂଶଧନ ସାଧାରଣ ଅଣପ୍ରତିଷ୍ଠାତା ନିବେଶକଙ୍କ ନିକଟରେ ରଖିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଏଲଆଇସିକୁ ପୂର୍ବରୁ ସମୟ ଦେଇଛି।

ତେଣୁ ୨୦୨୭ ମେ ପୂର୍ବରୁ ଏଲ୍‌ଆଇସିର ୧୦ ପ୍ରତିଶତ ଅଂଶଧନ ସାଧାରଣ ଅଣପ୍ରତି‌ଷ୍ଠାତା ନିବେଶକଙ୍କ ନିକଟରେ ରହିପାରିବ।

ଉଲ୍ଲେଖଯୋଗ୍ୟ, ସରକାର ଚଳିତ ଆର୍ଥିକବର୍ଷ ପାଇଁ ୮୦ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଓ ସମ୍ପତ୍ତି ମୁଦ୍ରୀକରଣ ବା ଆସେଟ୍‌ ମନିଟାଇଜେସନ୍‌ରୁ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୧,୨୦୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି।

ଏଲ୍‌ଆଇସିର ଅଂଶଧନ ବିକ୍ରି ପରେ ଏହି ରାଶି ୫୨ ହଜାର କୋଟି ଟପିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।