LED Light Installation Scam: LED ଲାଇଟ୍ ଲଗାଯିବାରେ ସ୍କାମ୍, ୬ ଜଣ ଠିକାଦାରଙ୍କୁ ଅଟକ ରଖି ଭିଜିଲାନ୍ସର ପଚରାଉଚରା
ଯାଜପୁର LED ସ୍କାମ୍ ଘଟଣାରେ ୬ ଅଟକ। ଯାଜପୁର ଜିଲ୍ଲାରେ LED ଲାଇଟ୍ ଲଗାଯିବାରେ ଦୁର୍ନୀତି ହୋଇଥିବା ନେଇ ଖୋଳତାଡ କରୁଛି ଭିଜିଲାନ୍ସ। ଘଟଣାରେ ୬ ଜଣ ଠିକାଦାରଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଥିବା ସୂଚନା ମିଳିଛି।
ଏଲଇଡି ଲାଇଟ ଲଗାଯିବାରେ ଦୁର୍ନୀତି ନେଇ ରାଜ୍ୟର ୩ଟି ଜିଲ୍ଲାର ୫୦ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ପୂର୍ବ ସରକାରରେ ଏଲଇଡି ଲାଇଟ୍ ଲଗାଇବାରେ ଦୁର୍ନୀତି ଘଟଣାରେ ଆଜି ୮ଟି ଟିମ୍ ତନାଘନା କରୁଛି । ଜିଲ୍ଲାର 10 ଟି ବ୍ଲକ୍ ମଧ୍ୟ ରୁ ବଡଚଣା ଓ ଧର୍ମଶାଳା ବ୍ଲକକୁ ଛାଡ଼ିଲେ ଯାଜପୁର, ବରୀ , ବିଞ୍ଝାରପୁର, କୋରେଇ , ସୁକିନ୍ଦା, ଦାନଗଦି ଆଦି ବ୍ଲକ୍ ରେ ସକାଳୁ ୮ଟି ଟିମ୍ ତନାଘନା କରୁଛନ୍ତି।
ଯାଜପୁର LED ସ୍କାମ୍; ୬ ଅଟକ
ଯାଜପୁର ଜିଲ୍ଲାରେ LED ଲାଇଟ୍ ଲଗାଯିବା ସ୍କାମ୍
୬ ଜଣ ଠିକାଦାରଙ୍କୁ ଅଟକ ରଖି ଭିଜିଲାନ୍ସର ପଚରାଉଚରା
୩ଟି ଜିଲ୍ଲାର ୫୦ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ