Landmine Blast: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପର୍ଯ୍ୟଟକଙ୍କ ସମେତ ୨ ଜଣ ଆହତ

Jul 30, 2026 - 17:56
Landmine Blast: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପର୍ଯ୍ୟଟକଙ୍କ ସମେତ ୨ ଜଣ ଆହତ

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ଦ୍ବାରା ଖଞ୍ଚାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକ ହୋଇଥିବା ବେଳେ ଆଉ ଜଣେ ଗ୍ରାମବାସୀ ବୋଲି ଜଣାପଡିଛି।Advertisment ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୋଟିଏ ଯୁବ ଗୋଷ୍ଠୀ ଗତକାଲି ନୀଲମ ସୋରେଇ ଜଳପ୍ରପାତ ବୁଲିବାକୁ ଯାଇଥିଲେ।

ଜଳପ୍ରପାତର ଏକ କିଲୋମିଟର ପୂର୍ବରୁ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।

ଫଳରେ ଦେବା ସୋଡି ନାମକ ଯୁବକ ଗୁରୁତର ଆହତ ହୋଇଥିଲେ।

ତୁରନ୍ତ ଆହତ ଦେବା ସୋଡୀକୁ ପ୍ରଥମେ ଉସୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବିଜାପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ନମ୍ବି ଜଂଗଲରେ ସ୍ଥାନୀୟ ଜଣେ ୧୫ ବର୍ଷର ବାଳକ ବିନୋଦ କଟ୍ଟମ ଗାଈ ଚରାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣରେ ବିନୋଦ ଗୁରୁତର ଆହତ ହେବା ପରେ ତୁରନ୍ତ ତାଂକୁ ମେଡିକାଲ ନିଆଯାଇଥିଲା।

Security Force: ସୁରକ୍ଷାବଳଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଲ୍ୟାଣ୍ଡମାଇନ କଲେ ନିଷ୍କ୍ରିୟ ପ୍ରକାଶ ଥାଉକି କେରାଗୁଟ୍ଟା ଜଂଗଲରେ ଯବାନ ଅପରେସନ କରୁଥିବା ବେଳେ ନକ୍ସଲ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।ସୁରକ୍ଷାକର୍ମୀକୁ ଟାର୍ଗେଟ କରିବା ପାଇଁ ଏଭଳି ନକ୍ସଲ କରିଥିଲେ।

ଏବେ ବି ଜଂଗଲରେ ପାଦ ପାଦକେ ଲ୍ୟାଣ୍ଡମାଇନ ଖଞ୍ଜାଯାଇଛି।

ବିଜାପୁର ଏସପି ଉମେଶ ଗୁପ୍ତାଙ୍କ କହିବା ଅନୁଯାୟୀ ସୁକମାରୁ ଆସିଥିବା ଏହି ଯୁବଗୋଷ୍ଠୀ ପୁଲିସକୁ କୌଣସି ସୂଚନା ନଦେଇ ନୀଲମ ସରଇ ଜଳପ୍ରପାତକୁ ଯାଇଥିଲେ।

ଏବେ ବି ସେହି ଅଂଚଳରେ ବହୁ ଲ୍ୟାଣ୍ଡମାଇନ ଖଞ୍ଜାଯାଇଛି।

ଏହି ଘଟଣା ପରେ ସେହି ଅଂଚଳକୁ କେହି ନଯିବା ପାଇଁ ନିର୍ଦେଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।