Lalquila: ବୋମା ଧମକ ପରେ ଲାଲକିଲ୍ଲାରେ ସୁରକ୍ଷା କଡ଼ାକଡ଼ି

Jul 11, 2026 - 21:34
Lalquila: ବୋମା ଧମକ ପରେ ଲାଲକିଲ୍ଲାରେ ସୁରକ୍ଷା କଡ଼ାକଡ଼ି

"ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲାକୁ ବିସ୍ଫୋରଣରେ ଉଡ଼ାଇ ଦେବାପାଇଁ ଧମକ ମିଳିବାପରେ ଦିଲ୍ଲୀ ପୁଲିସ ଆଜି ଲାଲକିଲ୍ଲାରେ ସୁରକ୍ଷା କଡ଼ାକଡ଼ି କରିଛି।

ତେବେ ବିସ୍ତୃତ ସର୍ଚ୍ଚ ଅପରେସନ୍‌ ପରେ ଏହା ଏକ ମିଥ୍ୟା ଧମକ ବୋଲି ସ୍ପଷ୍ଟ ହୋଇଛି।

ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା।

କଲ୍‌ କରିଥିବା ବ୍ୟକ୍ତି ଦାବି କରିଥିଲେ ଯେ ଦିଲ୍ଲୀର କିମ୍ବଦନ୍ତୀ ସ୍ମାରକୀକୁ ଉଡ଼ାଇ ଦିଆଯିବ।

ମୁମ୍ବାଇ ପୁଲିସ ଏହାପରେ ସଙ୍ଗେସଙ୍ଗେ ଏହି ଖବର ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ସେୟାର କରିଥିଲା ଏବଂ ସଙ୍ଗେସଙ୍ଗେ ଜିଲ୍ଲା ପୁଲିସକୁ ଏନେଇ ଆଲର୍ଟ କରାଯାଇଥିଲା।

ଏହାପରେ ଲାଲକିଲ୍ଲାରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା।

ତେବେ ଦୀର୍ଘ ସମୟ ସର୍ଚ୍ଚ ଅପରେସନ୍‌ ପରେ ମଧ୍ୟ ଏଠାରୁ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା ଏବଂ ଏହା ଏକ ମିଥ୍ୟା ଧମକ ବୋଲି କୁହାଯାଇଥିଲା।

କଲ୍‌ କରିଥିବା ବ୍ୟକ୍ତିଙ୍କ ପରିଚୟ ଚିହ୍ନଟ କରିବାପାଇଁ ଉଦ୍ୟମ ଜାରି ରହିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।