Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼

Jul 12, 2026 - 00:30
Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼

"ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ପବିତ୍ର ମୋହନ ସରକାରୀ ଚିକିତ୍ସାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି l ଛୁରା ମାଡ଼ରେ ଜଣେ ଷ୍ଟାଫ ନର୍ସ ବିକାଶ ଚନ୍ଦ୍ର ଗଡନାୟକଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଆଜି ତାଳଚେର ପବିତ୍ର ମୋହନ ସରକାରୀ ମେଡ଼ିକାଲ କଲେଜରେ କୌଣସି ଏକ କଥାକୁ ନେଇ ଉଭୟ ପକ୍ଷରୁ କଥାକଟା କଟି ହୋଇଥିଲା।

ଯାହାକୁନେଇ ଉଭୟଙ୍କ ପକ୍ଷରେ ପ୍ରଥ‌ମେ ଚୁକ୍ତିତର୍କ ହୋଇଥିଲା।

ପରେ ଠେଲାପେଲା ହୋଇଥିଲା।

ପରେ ଉଭୟ ପକ୍ଷରୁ ତାଳଚେର କୋଲିୟରୀ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ କୋଲିୟାରୀ ପୁଲିସ୍‌ ପ୍ରଥମେ ‌ଛୁରା ମାଡ଼ ହୋଇଥିବା ଷ୍ଟାଫ ନର୍ସଙ୍କୁ ଡାକ୍ତରୀ ଚିକତ୍ସା କରିବା ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।

ତେବେ ଉଭୟ ପକ୍ଷରୁ କୋଲିୟାରୀ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋଲିୟରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।