Welcome!

Unlock your personalized experience.
Sign Up

Kung-fu master: କୁଙ୍ଗ୍‌-ଫୁ ମାଷ୍ଟର୍‌ଙ୍କ ଲୌହ ପାପୁଲି

Jun 04, 2026 - 07:26
Kung-fu master: କୁଙ୍ଗ୍‌-ଫୁ ମାଷ୍ଟର୍‌ଙ୍କ ଲୌହ ପାପୁଲି

ଇଏ ହେଉଛନ୍ତି ଚୀନ ନିବାସୀ ୫୩ ବର୍ଷୀୟ ଝାଙ୍ଗ୍‌ ଲଙ୍ଗ୍‌ଝିଆଙ୍ଗ୍‌। ପିଲାବେଳୁ ତାଙ୍କୁ କୁଙ୍ଗ୍‌-ଫୁ ସମରକଳା ଶିଖିବାର ନିଶା ଘାରିଥିଲା। ୧୯୯୮ ମସିହାରେ ସେ ଜଣେ ପ୍ରଶିକ୍ଷକଙ୍କୁ ଭେଟିଲେ ଯିଏ ‘ଆଇରନ୍‌ ସ୍ୟାଣ୍ଡ୍‌ ପାମ୍‌’ (ଲୌହ ବାଲୁକା ପାପୁଲି) କୌଶଳରେ ପାରଙ୍ଗମ ଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ େସ ୨୦ରୁ ଅଧିକ ବର୍ଷ ଉକ୍ତ କୌଶଳର କଠିନ ଅଭ୍ୟାସ କରି ନିଜେ ସେଥିରେ ପାରଙ୍ଗମ ପାଲଟିଛନ୍ତି। ଏଥିରେ ପାପୁଲିକୁ ବିଭିନ୍ନ ବନ୍ଧୁର ତଥା କଠିନ ବସ୍ତୁ ଉପରେ ବାରମ୍ବାର ପ୍ରହାର କରିବାକୁ ପଡ଼ିଥାଏ। ଏହା ଦ୍ବାରା ହାଡ଼ର ସାନ୍ଦ୍ରତା ସମେତ ସହିବା କ୍ଷମତା ଓ ପ୍ରହାର ଶକ୍ତି ବଢ଼ିଥାଏ। ଅଧିକ ବର୍ଷ ଧରି ଏହି ସମରକଳା କୌଶଳ ଅଭ୍ୟାସ କରିବା ଦ୍ବାରା ପାପୁଲି ମୋଟା ଓ ଲୌହ ପରି କଠିନ ହୋଇଯାଏ।

Education: 'ଇଗ୍ନୋ'ରେ ନୂତନ ନାମଲେଖା ଓ ପୁନଃ ପଞ୍ଜୀକରଣ ଆରମ୍ଭ

ଝାଙ୍ଗ୍‌ ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ପ୍ରତି ଦିନ ବାଲି (ଛୋଟ ଛୋଟ ଷ୍ଟିଲ୍‌ ବଲ୍‌ ମିଶ୍ରିତ) ବସ୍ତାକୁ ଛଅ ହଜାରରୁ ଅଧିକ ଥର ପ୍ରହାର କରିଆସୁଛନ୍ତି। ଏହି କାରଣରୁ ତାଙ୍କ ହାତର ପାପୁଲି ଓ ଗଣ୍ଠିଗୁଡ଼ିକର ମୋଟେଇ ଅବିଶ୍ବସନୀୟ ଭାବେ ବଢ଼ିଯାଇଛି। ଏବେ ତାଙ୍କ ଡାହାଣ ହାତ ପାପୁଲିର ମୋଟେଇ ୮ ସେଣ୍ଟିମିଟର୍‌। ଅଧିକାଂଶ ଲୋକଙ୍କ ଦୁଇଟିଯାକ ପାପୁଲି ମିଶିଲେ ବି ସେତିକି ମୋଟା ହେବା କଷ୍ଟ। ସେ ଏହି ଲୌହ ପାପୁଲି କରାମତି ଦେଖାଇବା ପାଇଁ ନିୟମିତ ପ୍ରଦର୍ଶନୀରେ ଭାଗ ନିଅନ୍ତି। ସେ ହାତରେ ପ୍ରହାର କରି ଏକାଧିକ ଇଟା ଏକାବେଳେ ଭାଙ୍ଗିବାରୁ ଆରମ୍ଭ କରି ପଟାରେ କଣ୍ଟା ପିଟିବା କାମ ମଧ୍ୟ ଅନାୟାସରେ କରିପାରନ୍ତି।

Meeting: ଉପକୃତ ହେବେ ଦୀର୍ଘ ଦିନ ଧରି ବସତି ସ୍ଥାପନ କରୁଥିବା ସେବାୟତ, ନିଯୋଗ ଓ ମଠ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।