Koraput: ସ୍କୁଲ ପଛ ପଟ ନାଳରୁ ଛାତ୍ରର ମୃତଦେହ ଉଦ୍ଧାର

Aug 26, 2026 - 13:47
Koraput: ସ୍କୁଲ ପଛ ପଟ ନାଳରୁ ଛାତ୍ରର ମୃତଦେହ ଉଦ୍ଧାର

"କୋରାପୁଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ  ଅନୁସୂଚିତ ଜାତି ଓ ଜନ ଜାତି ବିଭାଗର ଛାତ୍ରାବାସ ପରିଚାଳନା ଉପରେ ଉଠିଛି ପ୍ରଶ୍ନ ।

କାରଣ ଛାତ୍ରାବାସରୁ ଜଣେ ଛାତ୍ର ୩ ଦିନ ହେବ ନିଖୋଜ ହୋଇଯାଇଥିଲା।

ଅନେକ ଖୋଜାଖୋଜି ପରେ  ମିଳୁ ନଥିଲା ତାର ପତ୍ତା।

ପରେ ସ୍କୁଲ ପଛ ପଟ ନାଳରୁ ଛାତ୍ରର ଶବ ଉଦ୍ଧାର ହେବା ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ‌ଖେଳାଇ ଦେଇଛି।

ମୃତ ଛାତ୍ରର ନାମ ଗୁରୁନାଥ।

ସେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଥିଲା।

ଘର ହରଡାଗୁଡ଼ା ପଞ୍ଚାୟତ ମାରାଡ ମାଲିଗୁଡ଼ା ଗାଁର ବୋଲି ଜଣାପଡିଛି।Advertisment ସ୍କୁଲ ଆଗରେ ପରିବାର ଲୋକଙ୍କ ଉତ୍ତେଜନା  ସୂଚନାଯୋଗ୍ୟ,  ଗୁରୁନାଥ ବିଦ୍ୟାଳୟର ହଷ୍ଟେଲରେ ରହି ଅଧ୍ୟୟନ କରୁଥିଲା ।

ଗତ ସମବାର ଦିନ ଠାରୁ ସମ୍ପୁକ୍ତ ଛାତ୍ର ଜଣକ ବିଦ୍ୟାଳୟ ପରିସରରୁ କେଉଁଆଡେ ନିଖୋଜ ହୋଇଯାଇଥିଲା ।

ବୁଧବାର ଅଗଷ୍ଟ ୨୬ ତାରିଖ‌ରେ ଗୁରୁନାଥର ଶବ ପରିତ୍ୟକ୍ତ ଅବସ୍ଥାରେ ସ୍କୁଲ ପଛରୁ ଉଦ୍ଧାର ହୋଇଛି ।

ଖବର ପାଇ ସିଂହପୁର ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବିଦ୍ୟାଳୟ ପକ୍ଷରୁ ଗୁରୁନାଥଙ୍କ ନିଖୋଜ ସମ୍ପର୍କ‌ରେ କୌଣସି ସୂଚନା ଦିଆ ଯାଇ ନଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।

ନ୍ୟାୟ ଦାବିରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରର ଶବ ରଖି ପରିବାରଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)