Koraput: ବୈପାରୀଗୁଡାରେ ବିଲୁଆ ଆତଙ୍କ, ୬ ଗୁରୁତର
"ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ବିଲୁଆ ଆତଙ୍କ ଦେଖିବାକୁ ମିଳିଛି | ବିଲୁଆ ଆକ୍ରମଣରେ ୬ ଗୁରୁତର ହୋଇଥିବା ଜଣାପଡିଛି l ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଆଜି ସକାଳେ ଗାଁ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି।
ବୈପାରୀଗୁଡା ବ୍ଲକର ଖରାଗୁଡା, କଦମଗୁଡା ଓ ବଡାଗୁଡାରେ ପ୍ରାୟ ୬ ଜଣକୁ ଆକ୍ରମଣ କରିଛି।Advertisment ଆହୁରି ପଢନ୍ତୁ: Messi donation: ମେସିଙ୍କ ମହାନତା: ମାଡ୍ରିଡ୍ ଅଗ୍ନିବିପନ୍ନଙ୍କୁ ସହାୟତା କଲେ କିଏ ତ ଜମିରେ ହଳ କଲାବେଳେ ବିଲୁଆ ଆକ୍ରମଣର ଶିକାର ହୋଇଛି ଆଉ କିଏ ତ ପୋଖରୀରେ ଗାଧୁଆ ପାଇଁ ଗଲାବେଳେ ବିଲୁଆ ହାବୁଡ଼ରେ ପଡିଛି l ଏଭଳି ବିଭିନ୍ନ ଗାଁର ୬ ଜଣ ଗୁରୁତର ହୋଇଥିବାବେଳେ ସେମାନେ ବୈପାରୀଗୁଡା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି l ଲଗାତାର ବର୍ଷାର ପ୍ରକୋପ ବଢ଼ିବା ଫଳରେ ବିଲୁଆଙ୍କ ଗାଁ ଭିତରକୁ ପ୍ରବେଶ ହେବା ଯୋଗୁଁ ଏଭଳି ଘଟୁଛି।
ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।