Kidnap-and-Murder Suspect Dies in Accident While Returning: ଅପହରଣ ଓ ହତ୍ୟା କରି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ହତ୍ୟାକାରୀର ଜୀବନ

Jun 30, 2026 - 13:37
Kidnap-and-Murder Suspect Dies in Accident While Returning: ଅପହରଣ ଓ ହତ୍ୟା କରି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ହତ୍ୟାକାରୀର ଜୀବନ

ଯୁବକଙ୍କୁ ହତ୍ୟା କରି ଫେରାର ବେଳେ ଦୁର୍ଘଟଣାରେ ଚାଲିଗଲା ହତ୍ୟାକାରୀର ଜୀବନ। ଚୋରି ଉଦ୍ୟମ ବେଳେ ହାତାହାତି, ତା ପରେ ହତ୍ୟା। ହତ୍ୟା ପରେ ଗାଡି, ପର୍ସ, ମୋବାଇଲ ଧରି ଫେରାର ବେଳେ କାର ହେଲା ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଜଣେ ଡକାୟତ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।

ଝାଡଖଣ୍ଡ ରାଞ୍ଚିର ୟୁଟ୍ୟୁବର ଶିବଧନ ଲୋହାର ଏବଂ ତାଙ୍କ ବନ୍ଧୁ ଅନମୋଲ ନାୟକ ତାଙ୍କ ସମ୍ପର୍କୀୟଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ଭର୍ତ୍ତି କରି ରାଞ୍ଚିକୁ ଫେରୁଥିଲେ। ଦୁଇ ଜଣ ଅଲଗା ଅଲଗା କାରରେ ଥିବା ବେଳେ ୩ଜଣ ଦୁର୍ବୃତ୍ତ ଶିବଧନଙ୍କୁ ଅଟକାଇ ଥିଲେ। 

ଏହା ପରେ ସେମାନେ ବଳପୂର୍ବକ ଶିବଧନଙ୍କୁ ନେଇ ଫେରାର ମାରିଥିଲେ। ଏହା ପରେ ପ୍ରାୟ ୮୦ କିଲୋମିଟର ହେମଗିରି ଥାନା ଡୁଡୁକାକୁ ନେଇ ଚୋରି କରିବାକୁ ଉଦ୍ୟମ ବେଳେ ହାତାହାତି ହୋଇଥିଲେ। ପରେ ଦୁର୍ବୃତ୍ତମାନେ ଶିବଧନଙ୍କୁ ହତ୍ୟା କରି ରେଲୱେ ଓଭରବ୍ରିଜ ପାଖରେ ଫୋଫାଡ଼ି ତାଙ୍କ ଗାଡି, ପର୍ସ ଓ ମୋବାଇଲକୁ ନେଇ ଫେରାର ମାରିଥିଲେ ।

ଝାରସୁଗୁଡା ପଟକୁ ଫେରାର ମାରିବା ସମୟରେ ଭସ୍ମା ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୋଲିସ  ତାକୁ ଅଟକ ରଖିଛି ବୋଲି ପୋଲିସ ସୂଚନା ଦେଇଛି।