Kiara Advani: ଆଜି କିଆରା ଆଡଭାନୀଙ୍କର ୩୫ତମ ଜନ୍ମଦିନ, "ଟକ୍ସିକ" ଟିମ୍ ଦେଲେ ସ୍ୱତନ୍ତ୍ର ଉପହାର
"ମୁମ୍ବାଇ: ବଲିଉଡର ଜଣାଶୁଣା ନାୟିକା କିଆରା ଆଡଭାନୀ ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି।
ତାଙ୍କ ଜନ୍ମଦିନ ଅବସରରେ, "ଟକ୍ସିକ" ଟିମ୍ ତାଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି।
ଆସନ୍ତୁ ଜାଣିବା ତାଙ୍କୁ କି ଉପହାର ମିଳିଛି।Advertisment ବଲିଉଡ୍ ନାୟିକା କିଆରା ଆଡଭାନୀ "ଟକ୍ସିକ" ପାଇଁ ଚର୍ଚ୍ଚାରେ ଅଛନ୍ତି।
ସେ ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି।ପ୍ରଶଂସକମାନେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।
ଏହି ସମୟରେ, "ଟକ୍ସିକ"ର ନିର୍ମାତାମାନେ ତାଙ୍କୁ ଏକ ସ୍ୱତନ୍ତ୍ର ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହାକୁ ନିର୍ମାତାଙ୍କ ପକ୍ଷରୁ ଏକ ଉପହାର ବୋଲି ବିବେଚନା କରାଯାଉଛି।
ନୂତନ ପୋଷ୍ଟରରେ କ'ଣ ଅଛି? "ଟକ୍ସିକ"ର ନିର୍ମାତାମାନେ ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କ "ନାଦିଆ" ଭାବରେ ଏକ ନୂତନ ପୋଷ୍ଟର ରିଲିଜ୍ କରିଛନ୍ତି।
ଏହି ପୋଷ୍ଟରରେ, ଅଭିନେତ୍ରୀ ଲାଲ ପୋଷାକରେ ଚମତ୍କାର ଦେଖାଯାଉଛନ୍ତି।
ତାଙ୍କ ଗଭୀର ଦୃଷ୍ଟିରୁ ତାଙ୍କ ସରଳ ପୋଷାକ ପର୍ଯ୍ୟନ୍ତ, ପୋଷ୍ଟରରେ ଗ୍ଲାମରର ଝଲକ ଦେଖାଯାଉଛି। 'ଟକ୍ସିକ' ଟିମ୍ ଅଭିନେତ୍ରୀଙ୍କ ଫଟୋ ସହିତ ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, "ଆମର ନାଦିଆଙ୍କୁ ଜନ୍ମଦିନର ଶୁଭେଚ୍ଛା।" ସୂଚନା ଯୋଗ୍ୟ, କିଆରା ଆଡଭାନୀ "ଫଗଲି" ଜରିଆରେବଲିଉଡରେ ଡେବ୍ୟୁ କରିଥିଲେ।
କିନ୍ତୁ ଦର୍ଶକ ତାଙ୍କର ପ୍ରଥମ ଫିଲ୍ମ ଭାବେ M.S.
Dhoni: The Untold Story କିମ୍ବା Kabir Singhକୁ ମନେ କରନ୍ତି, କାରଣ ଏହି ଦୁଇଟି ଫିଲ୍ମ ସୁପର୍ ହିଟ୍ ହୋଇଥିଲା ଏହି ଦୁଇ ସମାଲୋଚକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ।
ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। "ଟକ୍ସିକ"ରେ କିଆରାଙ୍କୁ ପ୍ରଥମ ଥର ଲାଗି ସାଉଥ୍ ଷ୍ଟାର୍ ୟଶଙ୍କ ବିପକ୍ଷରେ ଦେଖିବାକୁ ମିଳିବ।
Religion Issue: ଶବ ସତ୍କାରକୁ ନେଇ ବିବାଦ ଘଟଣା: ମୂଳ ଧର୍ମକୁ ଫେରିଲା ପରେ ମିଳିଲା ଶ୍ମଶାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।