Nabajaubana darshan: ଭକ୍ତ ଦେଖିଲେ ନବଯୌବନ

Jul 15, 2026 - 05:02
Nabajaubana darshan: ଭକ୍ତ ଦେଖିଲେ ନବଯୌବନ

"ପୁରୀ: ସରିଛି ପ୍ରତୀକ୍ଷା।

ଜ୍ବର ଉପଶମ ପରେ ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ।

ଦୈନନ୍ଦିନ ଦର୍ଶନ କରୁଥିବା ଭକ୍ତଙ୍କୁ ୧୫ ଦିନର ପ୍ରତୀକ୍ଷା ଯେମିତି ୧୫ ବର୍ଷ ଭଳି ପ୍ରତୀୟମାନ ହୋଇଛି।

ଦର୍ଶନର ଭୋକ ଅନ୍ତରରେ ଚାପି ରଖିଥିବା ଭକ୍ତଟିଏ ଦର୍ଶନ ମାତ୍ରେ ଆଖି ଛଳଛଳ ହୋଇଯାଇଛି।

ନବଯୌବନ ରୂପ ସଂଦର୍ଶନ କରି ବିଭୋର ହୋଇଛନ୍ତି ଭକ୍ତ।

ମାତ୍ର କମ୍‌ ସମୟ ଦର୍ଶନ ଚାଲିବାରୁ ବହୁ ଭକ୍ତ ନବଯୌବନ ରୂପ ସଂଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ଆଜି ମାତ୍ର ୨ ଘଣ୍ଟା ୧୫ ମିନିଟ୍‌ ନବ‌ଯୌବନ ଦର୍ଶନର ସୁଯୋଗ ମିଳିଥିଲା।

ବେଢ଼ା ଭିତରେ ଏବଂ ମନ୍ଦିର ବାହାରେ ବ୍ୟାରିକେଡ୍‌ରେ ଅପେକ୍ଷା କରିଥିବା ବହୁ ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି।

Advertisment Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚତୁର୍ଦ୍ଦଶୀ ନୀତି କ୍ଷୟ ଯୋଗୁଁ ନୀତି ବିଳମ୍ବ ହୋଇଥିଲା।

ଫଳରେ ମଧ୍ୟାହ୍ନ ୨ଟାରେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ସମ୍ଭବ ହୋଇନଥିଲା।

ପରିମାଣିକ ଦର୍ଶନ ଆରମ୍ଭ ହେବା ବେଳକୁ ୩ ଘଣ୍ଟା ବିଳମ୍ବ ହୋଇଯାଇଥିଲା।

ସନ୍ଧ୍ୟା ୫ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା।

ସାଢ଼େ ୫ଟାରେ ପରିମାଣିକ ଦର୍ଶନ ବନ୍ଦ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ଭିତରକାଠ ନିକଟରେ ପରିମାଣିକ ଦର୍ଶନ ଓ ସାହାଣମେଲା ଦର୍ଶନ ହୋଇଥିଲା।

ଜୟବିଜୟ ଦ୍ବାର ଖୋଲା ରହି ଦର୍ଶନ ସୁବିଧା କରାଯାଇଥିଲା।

ସନ୍ଧ୍ୟା ୭ଟା ୧୫ ପର୍ଯ୍ୟନ୍ତ ଦର୍ଶନ ଚାଲିବା ପରେ ଅନ୍ୟ ନୀତିକାନ୍ତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

ନେତ୍ରୋତ୍ସବ ପରିପ୍ରେକ୍ଷୀରେ ତିନି ପୂଜାପଣ୍ଡା ସେବକ ତିନିଟି ତୁଳସୀ କାଠିରେ "ତଚ୍ଚକ୍ଷୁ" ମନ୍ତ୍ରରେ ଶ୍ରୀନେତ୍ର ଲାଗି କରିଛନ୍ତ।

ନେତ୍ରୋତ୍ସବ ବଢ଼ିବା ପରେ ତିନି ବାଡ଼ରେ ମୁଦିରସ୍ତ ସେବକ ତିନିଯୋଡ଼ା ଗାମୁଛା ଦେଇ ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ କରିଛନ୍ତି।

ଆଜି ସକାଳ ୮ଟା ୪୫ରେ ଝୁଣ ବାହାରିବା ଶେଷ ହେବା ପରେ ସକାଳ ୯ଟା ୧୫ରେ ଦତ୍ତ ମହାପାତ୍ର ବନକଲାଗିକୁ ପ୍ରବେଶ କରିଥିଲେ।

ଖଡ଼ିପ୍ରସାଦ ଶ୍ରୀନଅରକୁ ବିଜେ ବେଳକୁ ଗୋଟାଏ ୩୫ ବାଜି ଯାଇଥିଲା।

ବନକଲାଗି ସାରି ଦତ୍ତ ମହାପାତ୍ର ବାହାରିବା ପରେ ଚକା ଅପସର ହୋଇ ଅପରାହ୍‌ଣ ୩ଟା ୫୦ରେ ମଙ୍ଗଳ ଆଳତି ହୋଇଥିଲା।

ପରେ ମଇଲମ, ଅବକାଶ ପୂଜା ଶେଷ ହେବା ପରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିଥିଲେ।

୪ଟା ୪୫ରେ ଅଣସର ତାଟି ଫିଟିବା ପରେ ଦକ୍ଷିଣଦ୍ବାର ଦେଇ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା।

ବର୍ଷା ସତ୍ତ୍ବେ ବିପୁଳ ଭକ୍ତଙ୍କ ସୁଅ ଛୁଟିଥିଲା।

ଦୀର୍ଘପଥ ଲମ୍ବାଧାଡ଼ି ଲାଗି ରହିଥିଲା।

ଦର୍ଶନ ବନ୍ଦ ପରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା।

Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ୧୫ ଦିନ ଧରି ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳିବିଜେ, ଖଡ଼ିପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସଂପନ୍ନ ହୋଇଥିଲା।

ବନକଲାଗି ଜରିଆରେ କସ୍ତୁରୀ, କେଶର, ହରତାଳ, ହିଙ୍ଗୁଳ ଆଦିର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା।

ଝୁଣ ବାହାରି ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ବିଳମ୍ବିତ ରାତି ବନକଲାଗି ନୀତି ଆରମ୍ଭ ହୋଇଥିଲା।

ସର୍ବସାଧାରଣ ଦର୍ଶନ ପରେ ଚୂନ ପାଣି ପଡ଼ିଥିଲା।

ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା ହୋଇଥିଲା।

ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ତଡ଼ପଲାଗି ନୀତି ସଂପନ୍ନ ହୋଇ ଅନ୍ୟ ନୀତି ବଢ଼ିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।