Key Accused Prakash Paswan ରାଉରକେଲା ସର୍କିଟ୍‌ ହାଉସ୍‌ରେ ଅପରାଧୀଙ୍କ ମେଳି: ବିହାରରୁ ଧରାପଡ଼ିଲା ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ!

Aug 26, 2026 - 23:07
Key Accused Prakash Paswan  ରାଉରକେଲା ସର୍କିଟ୍‌ ହାଉସ୍‌ରେ ଅପରାଧୀଙ୍କ ମେଳି: ବିହାରରୁ ଧରାପଡ଼ିଲା ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ!

"ରାଉରକେଲା: ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଜବତ ମାମଲାରେ ରାଉରକେଲା ପୁଲିସ୍‌କୁ ବଡ଼ ସଫଳତା ମିଳିଛି।

ମୁଖ୍ୟ ଅଭିଯୁକ୍ତ କହାଯାଉଥିବା ନିଲମ୍ବିତ ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କୁ ବିହାର ସମସ୍ତିପୁର ଅଞ୍ଚଳରୁ ପୁଲିସ ଗିରଫ କରିଛି।

ଆସନ୍ତାକାଲି ସୁଦ୍ଧା ତାଙ୍କୁ ରାଉରକେଲା ଅଣାଯିବ ବୋଲି ସୂଚନା ମିଳିଛି।

ତେବେ ଏନେଇ ପୁଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇନାହିଁ।Advertisment Gun Seized: ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା: ଗ୍ୟାଙ୍ଗ୍‌ରେ ଆଉ କିଏ?

ଅପରପକ୍ଷରେ, ପ୍ରକାଶଙ୍କ ବେଆଇନ ଘରକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦଇେଛି।

ପ୍ରକାଶ ଗତ ୨୦୨୨ ମସିହାରେ ଦୀପ୍ତି ହୋଟେଲ ପାଖରେ ଏକ କମ୍ୟୁନିଟି ସେଣ୍ଟର୍‌ ନିର୍ମାଣ କରିବା ନାଁରେ ପ୍ରାୟ ଅଢ଼େଇ ଡିସିମିଲ ଜମି ବନବିଭାଗଠାରୁ ନେଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ନିଜର ରାଜନୈତିକ ପ୍ରଭାବ ଖଟାଇ ଜଙ୍ଗଲ ଜମି ମାଡ଼ି ବସିବା ସହ ବେଆଇନ ଭାବେ ନିଜର କାର୍ଯ୍ୟାଳୟ ନିର୍ମାଣ କରିଥିଲେ।

Rourkela Circuit House Case ରାଉରକେଲା ସର୍କିଟ୍‌ ହାଉସରେ ଅପରାଧୀଙ୍କ ମେଳି:  ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ ବର୍ତ୍ତମାନ ବନବିଭାଗ ବେଆଇନ ନିର୍ମାଣର ମାପଚୁପ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ସର୍କିଟ୍‌ ହାଉସ୍‌ରୁ ୪ଟି ବନ୍ଧୁକ, ୧୧ଟି ଅଫୁଟାଗୁଳି ସହ ୨ ଜଣ ପେସାଦାର ଅପରାଧୀ ଗିରଫ ହୋଇଥିଲା।

ପରବର୍ତ୍ତୀ ସମୟରେ ଆଉ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏବେ ବି ଅନେକ ଅଭିଯୁକ୍ତ ଫେରାର ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)