Ketan Agrawal Case: କେତନ ହତ୍ୟା ମାମଲା: ସିୟାଙ୍କ ମିଛ ଧରା ପରୀକ୍ଷା ପାଇଁ କୋର୍ଟରେ ପୁଲିସର ଆବେଦନ
"ପୁଣେ: ପୁଣେର ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଏହି ହାଇପ୍ରୋଫାଇଲ୍ ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କର ଲାଇ-ଡିଟେକ୍ଟର ବା ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ପୁଣେ ପୁଲିସ ଗୁରୁବାର ଅଦାଲତଙ୍କ ଅନୁମତି ଲୋଡ଼ିଛି।
ପୁଲିସ କୋର୍ଟଙ୍କୁ ଜଣାଇଛି ଯେ, ଅଭିଯୁକ୍ତମାନଙ୍କ ବୟାନ ବ୍ୟତୀତ ଘଟଣାସ୍ଥଳରେ କେତନଙ୍କୁ ପାହାଡ଼ରୁ ତଳକୁ କିଏ ଠେଲିଦେଲା, ସେ ନେଇ କୌଣସି ପ୍ରତ୍ୟକ୍ଷଦର୍ଶୀ ବା ସ୍ପଷ୍ଟ ପ୍ରମାଣ ମିଳିନାହିଁ।
ତେଣୁ ସତ୍ୟାସତ୍ୟ ପରଖିବା ଏବଂ ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସିୟାଙ୍କର ଏହି ମିଛ ଧରା ପରୀକ୍ଷା କରାଯିବା ଅତ୍ୟନ୍ତ ଜରୁରୀ।
ତେବେ ଏହି ଟେଷ୍ଟର ରିପୋର୍ଟ କୋର୍ଟରେ ସିଧାସଳଖ ସାକ୍ଷ୍ୟ ଭାବେ ଗ୍ରହଣୀୟ ହେଉନଥିଲେ ମଧ୍ୟ ଏହା ଦ୍ୱାରା ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିପାରିବ।Advertisment Bengaluru: ବେଙ୍ଗାଲୁରୁରେ ପଥର ଖଣିରେ ପଥର ଖସି ୭ ଜଣଙ୍କ ମୃତ୍ୟୁ ଆଶଙ୍କା ମୋବାଇଲ୍ ଡାଟା ଡିଲିଟ୍ ସନ୍ଦେହ ପୁଣେ ଗ୍ରାମୀଣ ପୁଲିସର କହିବା ଅନୁଯାୟୀ, ହତ୍ୟାକାଣ୍ଡ ପରେ କେତନଙ୍କ ମୋବାଇଲ୍ ଫୋନ୍ କିଛି ସମୟ ପାଇଁ ସିୟାଙ୍କ ପାଖରେ ରହିଥିଲା ଏବଂ ସେ ତାହା ମୃତକଙ୍କ ପରିବାରକୁ ହସ୍ତାନ୍ତର କରିବା ପୂର୍ବରୁ ସେଥିରୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କିମ୍ବା ଡାଟା ଡିଲିଟ୍ କରିଛନ୍ତି କି ନାହିଁ, ସେ ନେଇ ଫୋରେନ୍ସିକ ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି।
ଏହାପୂର୍ବରୁ ପୁଲିସ ବୁଧବାର ଅଭିଯୁକ୍ତ ଚେତନ ଓ ରବିବାର ସିୟାଙ୍କୁ ଦୁର୍ଗକୁ ନେଇ ପୁତଳା ସାହାଯ୍ୟରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ମଧ୍ୟ କରିସାରିଛି।
"