16 JULY 2026

Welcome!

Unlock your personalized experience.
Sign Up

Ketan Agarwal Murder Case: ସିୟାଙ୍କ କଳାକାରନାମାର ସଜା ଭୋଗିବ ପରିବାର ? ସିଲ୍ ହେଲା କୋଟି କୋଟି ଟଙ୍କାର ବ୍ୟବସାୟ

Jul 16, 2026 - 09:06
Ketan Agarwal Murder Case: ସିୟାଙ୍କ କଳାକାରନାମାର ସଜା ଭୋଗିବ ପରିବାର ? ସିଲ୍ ହେଲା କୋଟି କୋଟି ଟଙ୍କାର ବ୍ୟବସାୟ

ପୁଣେ, ୭।୧୫: ରିଅଲ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାରର ଅସୁବିଧା ଆହୁରି ବଢ଼ିବାରେ ଲାଗିଛି । ସିୟାଙ୍କ କଳାକାରନାମା ପାଇଁ ଏବେ ସାରା ପରିବାରକୁ ଏହାର ପରିଣାମ ଭୋଗିବାକୁ ପଡ଼ୁଥିବା ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ନିୟମ ଉଲ୍ଲଂଘନ ଅଭିଯୋଗରେ ସିୟାଙ୍କ ପରିବାର ଦ୍ୱାରା ପରିଚାଳିତ ମସଲା ଏବଂ ଡ୍ରାଏ ଫ୍ରୁଟ୍ସ ଦୋକାନକୁ ନୋଟିସ୍ ଜାରି କରିବା ସହ ତୁରନ୍ତ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

FDAର ବଡ଼ କାର୍ଯ୍ୟାନୁଷ୍ଠାନ: ୮ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜବତ

ସୂତ୍ର ଅନୁଯାୟୀ, ପୁଣେ ସହରର କେନ୍ଦ୍ରସ୍ଥଳରେ ଥିବା 'ମାର୍କେଟ ୟାର୍ଡ' ଅଞ୍ଚଳରେ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାରର 'ମେସର୍ସ ବି.ଜି. ଗୋୟଲ ଆଣ୍ଡ କମ୍ପାନୀ' ନାମକ ଏକ ପ୍ରତିଷ୍ଠିତ ଦୋକାନ ରହିଛି । ନିକଟରେ FDA ର ଏକ ଟିମ୍ ଏହି ଦୋକାନ ଉପରେ ଚଢ଼ାଉ କରିଥିଲା । ଯାଞ୍ଚ ସମୟରେ ଖାଦ୍ୟ ସାମଗ୍ରୀରେ ମିଶ୍ରଣ ଏବଂ ଲେବେଲିଂ ନିୟମର ବ୍ୟାପକ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।