Rayagada: ରାୟଗଡା ପୁଲିସ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରି ଜଙ୍ଗଲରୁ ପୁଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଡିଭିଏଫ୍ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନବେଳେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଗୋଟିଏ ଗ୍ରେନେଡ ଲଂଚର , ଥ୍ରୀ ନଟ ଥ୍ରୀ ବନ୍ଧୁକ, , ଗ୍ରେନେଡ , ଗୁଳି, ମାଓବାଦୀମାନେ ବ୍ୟବହାର କରୁଥିବା ଔଷଧ, ୮ ବଣ୍ଡଲ ତାର ପୁଲିସ ଉଦ୍ଧାର କରିଛି I ଏନେଇ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି I