Kedarnath: କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: ୪ ହଜାର ପର୍ଯ୍ୟଟକ ଫସିଲେ

Sep 27, 2026 - 22:23
Kedarnath: କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: ୪ ହଜାର ପର୍ଯ୍ୟଟକ ଫସିଲେ

"ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନରେ ଥିବା କେଦାରନାଥ ପୀଠ ପର୍ଯ୍ୟଟନ ମାର୍ଗରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିବା ଯୋଗୁଁ ପ୍ରାୟ ୪,୦୦୦ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।

ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ମାଟି ଓ ପଥର ଅତଡ଼ା ଧସିବା ଜାରି ରହିଥିବାରୁ ଯାତାୟାତ ମାର୍ଗକୁ ସଫା କରିବା ପାଇଁ ପ୍ରଶାସନିକ ସ୍ତରରେ ବହୁ ସମସ୍ୟା ସୃଷ୍ଟି ହୋଇଛି।

ପ୍ରତିକୂଳ ପାଣିପାଗ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରବିବାର ସରକାରୀ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ଏବଂ ସମସ୍ତ ହେଲିକପ୍ଟର ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି।Advertisment ଆହୁରି ପଢନ୍ତୁ : Wild Bee Attack ସୁନ୍ଦରଗଡ଼ରେ ବାଘୁଆ ମହୁମାଛି ଆକ୍ରମଣ: ମହିଳା ମୃତ, ସ୍ୱାମୀଙ୍କ ସମେତ ୨ ଗୁରୁତର ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲା ପାଇଁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି।

ରାଜ୍ୟର ଡେରାଡୁନ, ଟିହରୀ, ହରିଦ୍ୱାର ଏବଂ ପୌଡ଼ି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷାର "ରେଡ୍ ଆଲର୍ଟ" ଜାରି ହୋଇଛି।

ଅନୁରୂପ ଭାବେ ଉତ୍ତରକାଶୀ, ଚମୋଲି, ନୈନିତାଲ ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପାଇଁ "ଅରେଞ୍ଜ ଆଲର୍ଟ" ଲାଗୁ କରାଯାଇଛି।

ଏହାବାଦ୍ ବାଗେଶ୍ୱର, ଅଲମୋଡ଼ା, ଚମ୍ପାୱତ, ଉଧମ ସିଂହ ନଗର ଏବଂ ପିଥୋରାଗଡ଼ ଜିଲ୍ଲା ପାଇଁ "ୟେଲୋ ଆଲର୍ଟ" ଜାରି କରାଯାଇଛି।

ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)