07 NOVEMBER 2026

Welcome!

Unlock your personalized experience.
Sign Up

Kaun Banega Crorepati: ଅମିତାଭ ବଚ୍ଚନ ଅସୁସ୍ଥ; ବନ୍ଦ ହେଲା କେବିସିର ସୁଟିଂ

Nov 07, 2026 - 18:19
Kaun Banega Crorepati: ଅମିତାଭ ବଚ୍ଚନ ଅସୁସ୍ଥ; ବନ୍ଦ ହେଲା କେବିସିର ସୁଟିଂ

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଦୀର୍ଘ ବର୍ଷ ଧରି କୁଇଜ୍‌ ସୋ’ ‘କୌନ୍‌ ବନେଗା କରୋଡ଼ପତି’  ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଏହି ସୋ’କୁ ଦର୍ଶକଙ୍କ ମଧ୍ୟ ଖୁବ ଭଲପାଇବା ମିଳୁଛି।  ପ୍ରତ୍ୟେକ ସିଜନ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରିରହିଥାଏ। ତେବେ ଏବେ ଅମିତାଭଙ୍କ ସ୍ୱାସ୍ଥ୍ୟ ଠିକ୍‌ ନଥିବାରୁ ଗତ ଏକ ସପ୍ତାହ ହେଲା କେବିସିର ସୁଟିଂ ବନ୍ଦ ରହିଥିବା ଖବର ସାମ୍ନାକୁ ଆସିଛି।

ଏକ ସପ୍ତାହ ପାଇଁ ବନ୍ଦ ରହିଛି କେବିସିର ସୁଟିଂ

ବିଶେଷ ସୂତ୍ରରୁ ଜଣାପଡ଼ିଛି,  ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଏହି କାରଣରୁ ସୋ’ର ନିର୍ମାତାମାନେ ନୂଆ ଏପିସୋଡ୍‌ର ସୁଟିଂକୁ ଏବେ ପାଇଁ ବନ୍ଦ ରଖିଛନ୍ତି। ଅମିତାଭ କିଛି ଦିନ ହେଲା ସୁସ୍ଥ ଅନୁଭବ କରୁ ନଥିବାରୁ ନିର୍ମାତାମାନେ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଯଦି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସେ, ତେବେ ଆସନ୍ତା ସପ୍ତାହରୁ ସୋ‘ର ସୁଟିଂ ପୁଣି ଆରମ୍ଭ ହୋଇପାରେ। 

ଶନିବାର ଅମିତାଭ ବଚ୍ଚନ ନିଜ ବ୍ଲଗ୍‌ରେ ଧୀରେ ଧୀରେ କାମକୁ ଫେରିବା ଏବଂ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବା ବିଷୟରେ ଲେଖିଛନ୍ତି। ସେ କହିଛନ୍ତି ଯେ ଧୀରେ ଧୀରେ ପୁରୁଣା ଦୈନନ୍ଦିନ ଜୀବନ ଓ କାମକାଜର ରୁଟିନ୍‌କୁ ଫେରୁଛନ୍ତି। ଦୈନନ୍ଦିନ ଜୀବନଠାରୁ ଦୂରେଇ ରହିବା ପରେ ପୁଣି ପୂର୍ବ ରୁଟିନ୍‌କୁ ଫେରିବା ସହଜ ହୋଇ ନଥାଏ ବୋଲି ସେ ଲେଖିଛନ୍ତି।

ନିଜ ବ୍ଲଗ୍‌ରେ ବିଗ୍‌ ବି ଆହୁରି ଲେଖିଛନ୍ତି ଯେ ବେଳେବେଳେ ତାଙ୍କୁ ନିଜ ଚଷମା ଓ ମୋବାଇଲ୍‌ ଫୋନ୍‌ କେଉଁଠି ରଖିଛନ୍ତି ତାହା ମଧ୍ୟ ମନେ ରହୁନାହିଁ। ଏପରିକି ପରବର୍ତ୍ତୀ ସମୟରେ କ’ଣ କରିବାର ଥିଲା, ତାହା ମଧ୍ୟ ଭୁଲିଯାଉଛନ୍ତି। 

ଅଭାବନୀୟ ଘଟଣା: ପାର୍କିଂ ବିବାଦକୁ ନେଇ ଫରିଦାବାଦରେ ପୂର୍ବତନ ଟେକ୍‌ ମହିନ୍ଦ୍ରା ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲା ପଡ଼ୋଶୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)