Kathatiye jajabara: କଥାଟିଏ-ଯାଯାବର: ରାଜା ଓ ବିଦୂଷକ
"ରାଜା ବୁଢ଼ା ହୋଇ ଆସୁଥିଲେ।
ରାଜାଙ୍କର ଥିଲେ ତିନି ପୁଅ।
ବର୍ତ୍ତମାନ ରାଜାଙ୍କ ଲାଗି ସମସ୍ୟା ଉପୁଜିଲା ଯେ କାହାକୁ ସେ ତାଙ୍କ ପରେ ରାଜା ହେବା ଲାଗି ବାଛିବେ?
ତେଣୁ ସେ ମନ୍ତ୍ରୀଙ୍କ ପରାମର୍ଶ ମାଗିଲେ।
କିନ୍ତୁ ତାଙ୍କ ନିକଟରେ ଥିବା ବିଦୂଷକ ଧୀରେ ରାଜାଙ୍କ କାନରେ କହିଲେ- ମନ୍ତ୍ରୀ କିଛି ଜାଣନ୍ତି ନାହିଁ।
ଆପଣଙ୍କ ଭୃତ୍ୟମାନଙ୍କୁ ପଚାରନ୍ତୁ, ସେମାନେ ବାଛି ପାରିବେ।
Advertisment Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା ରାଜା ମନେ ମନେ ବିରକ୍ତ ହେଲେ, କିନ୍ତୁ ଅନେକ ସମୟରେ ବିଦୂଷକ ଅସଲ ମଞ୍ଜି କଥାଟି କହୁଥିବାରୁ ଚୁପ୍ ରହିଲେ।
ତା" ପରେ ରାଜା ରାଜ ଉଆସର ସବୁଠାରୁ ତଳିଆ ଲୋକ, ଯିଏ ଘର ଦୁଆର ପୋଛାପୋଛି କରେ ତାକୁ ଏ ବିଷୟ ପଚାରିବାକୁ ସ୍ଥିର କଲେ।
ସେଇ ଲୋକକୁ ଡକାଗଲା।
ତାକୁ ଏକ ନିଭୃତ ସ୍ଥାନକୁ ନିଆଗଲା।
ରାଜାଙ୍କ ସହିତ କେବଳ ବିଦୂଷକ ଥିଲେ।
ସେ ରାଜାଙ୍କୁ କହିଲେ- ମହାରାଜ ତାକୁ ପଚାରନ୍ତୁ ଯେ ତା" ପ୍ରତି କେଉଁ ରାଜକୁମାରଙ୍କ ବ୍ୟବହାର ସବୁଠାରୁ ଅଧିକ ଭଲ!
ସେ କଥା ସେ ନିର୍ଭୟରେ କହୁ।
Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍ରୁ ଧରାପଡ଼ିଥିଲେ ଅଭିଯୁକ୍ତ ରାଜା ସେଇ କଥା ପଚାରିଲେ।
ସେଇ ଲୋକଟି ଡରି ମରି କହିଲା- ମହାରାଜ, ମୋର ମୁଣ୍ତ ରହିଲେ, ତୁଣ୍ଡ ଫିଟିବ।
ସବୁ ରାଜକୁମାରଙ୍କ ବ୍ୟବହାର ଭଲ।
କିନ୍ତୁ ଆପଣ ପଚାରୁଛନ୍ତି ଯଦି କହୁଛି େଯ ମଝିଆ ରାଜକୁମାରଙ୍କ ବ୍ୟବହାର ସମସ୍ତଙ୍କ ଠାରୁ ଅଧିକ ଭଲ, ସେ ଅତି ବିଚାରବନ୍ତ।ବିଦୂଷକ କହିଲେ- ଏବେ ମଝିଆ ରାଜକୁମାର ରାଜା ହେବାକୁ ଯୋଗ୍ୟତମ।
କାରଣ ଯିଏ କ୍ଷମତାରେ ଥାଇ ତଳ ଲୋକଙ୍କ ସହିତ ଭଲ ବ୍ୟବହାର କରେ ସେ ପ୍ରକୃତରେ ବିବେକୀ।
ଜଣେ ବିବେକୀ ବ୍ୟକ୍ତି ରାଜା ହେବାକୁ ଯୋଗ୍ୟ।
ମନ୍ତ୍ରୀଙ୍କ ପ୍ରତି ତ ସବୁ ରାଜକୁମାର ସମ୍ମାନ ଦେଖାଇବେ।
ତାଙ୍କୁ ପଚାରିଥିଲେ ସେ ବଡ଼ ପୁଅଙ୍କ କଥା କହି ଝିଂଝଟ ତୁଟାଇ ଦେଇଥାଆନ୍ତେ।
ରାଜା ବିଦୂଷକଙ୍କୁ କହିଲେ- ତୁମ ବୁଦ୍ଧିକୁ ତାରିଫ ନ କରି ବାଟ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
