Kashipur Teacher Kidnapping Case: କାଶୀପୁର ଶିକ୍ଷକଙ୍କୁ ଅପହରଣ ମାମଲା, ଦୁଇ ଗିରଫ
"କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଉପର କୋଡ଼ିଙ୍ଗା ଆଶ୍ରମ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କାଶୀନାଥ ସାହୁଙ୍କ ଅପହରଣ ମାମଲାରେ ଟିକିରି ଥାନା ପୁଲିସ-ଦୁଇ ଅଭିଯୁକ୍ତକୁ ଗିରଫ କରିଛି ।
ଏଥି ସହ ବ୍ୟବହୃତ ଏକ କାର୍ ଜବତ କରିଛି ।Advertisment Kidnapping and Robbery Case ମ ରାମପୁର ଅପହରଣ ଓ ଲୁଟ ମାମଲାରେ ୫ ଗିରଫ ସୂଚନାଯୋଗ୍ୟ, ଶିକ୍ଷକ କାଶୀନାଥ ଚଳିତ ସେପ୍ଟେମ୍ବର୫ ତାରିଖରେ ଗୁରୁ ଦିବସପାଳନ ଅଵସରରେ ବିଦ୍ୟାଳୟକୁ ଯାଇ ପୂର୍ବାହ୍ନରେ ଘରକୁଫେରୁଥିଲେ।
ଏହି ସମୟରେ ରାସ୍ତାର ମାଙ୍କଡ଼ ଝୋଲାଗ୍ରାମ ନିକଟରେ କିଛିଜଣ ଯୁବକ ତାଙ୍କୁ ଅଟକାଇ ଆଖିରେ ପଟିବାନ୍ଧି ଅପହରଣ କରି ଜୟପୁର ଆଡ଼େ ନେଇ ଯାଇଥିଲେ।
ଟିକିରିପୁଲିସ କୌଣସି ସୂତ୍ରରୁ ଅପହରଣର ଖବର ପାଇ ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ଧରିପାରିନଥିଲେ।
ତେବେ ପୁଲିସ ପିଛା କରୁଥିବାରୁ ଦୁର୍ବୃତ୍ତମାନେ କାଶୀନାଥଙ୍କୁ କୋରାପୁଟ ନିକଟରେ ଛାଡ଼ିଦେଇଥିଲେ।
ତାଙ୍କ ଠାରୁ ୧୫ଲକ୍ଷ ଟଙ୍କା ତିନି ଦିନ ମଧ୍ୟରେ ଟଙ୍କା ଦେବାକୁ ଏକ ଚୁକ୍ତି ପତ୍ର ଲେଖାଇ ନେବା ସହିତ ଘଟଣା ସମ୍ପର୍କରେ ପୁଲିସକୁ ନ କହିବା ପାଇଁ ଧମକ ଦେଇଥିଲେ।
Narendra Sahu kidnapping case: ନରେନ୍ଦ୍ର ସାହୁ ଅପହରଣ ମାମଲା: ପୁଲିସ ଏସ୍ଆଇ, ସାମ୍ବାଦିକ ଗିରଫ, ଆହୁରି ୬ ଅଭିଯୁକ୍ତ ସାମିଲ ରାତି ପ୍ରାୟସାଢ଼େ ଦଶଟାରେ ପୁଲିସ ଶିକ୍ଷକ କାଶୀନାଥ ସାହୁ ଉଦ୍ଧାର କରିଥିଲା।
ଅପହରଣ ଘଟଣାରେ ପୁଲିସ ଟିକିରି ଥାନା ଅଞ୍ଚଳର ଚିତ୍ତ ରଞ୍ଜନବାଗ ଏବଂ ନନ୍ଦପୁର ଅଞ୍ଚଳର ରଞ୍ଜିତଖିଲକୁ ଗିରଫ କରିଛି।
ଘଟଣାରେ ସଂପୃକ୍ତ ଅନ୍ୟ ପାଞ୍ଚ ଜଣ ଫେରାରଥିବା ଜଣା ଯାଇଛି ।
ଏହି ଘଟଣାରେ ଟିକିରି ଥାନାର ନଂ୧୭୩/୨୦୨୬ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ଏସ୍ଆଇ ପ୍ରଶାନ୍ତ ସୁବୁଦ୍ଧି ଏହାର ତଦନ୍ତ ଭାର ନେଇଛନ୍ତି।
ଫେରାର ଅଭିଯୁକ୍ତଙ୍କୁ ତୁରନ୍ତଗିରଫ କରାଯିବ ବୋଲି ଆଇଆଇସି ପ୍ରଶାନ୍ତ କୁମାର ସ୍ୱାଇଁ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
