Karnataka : କର୍ଣ୍ଣାଟକ କଂଗ୍ରେସ ସରକାରଙ୍କ ବିରୋଧରେ ‘ବର୍ଜ୍ୟବସ୍ତୁ ସ୍କାମ୍’ ଅଭିଯୋଗ ଆଣିଲେ ବିଜେପି ନେତା
"ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ବିରୋଧରେ ବୁଧବାର ଦିନ ଏକ ବଡ଼ ଧରଣର ଆର୍ଥିକ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ଆର.
ଅଶୋକ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଦାବି କରିଛନ୍ତି ଯେ, କଂଗ୍ରେସ ସରକାର ବେଙ୍ଗାଲୁରୁର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନାମରେ ପ୍ରାୟ ୩୬,୦୦୦ କୋଟି ଟଙ୍କାର ବଡ଼ "ଲୁଟ୍" କରିଛନ୍ତି ଏବଂ ଏହି ଦୀର୍ଘକାଳୀନ ଚୁକ୍ତିକୁ ପୂର୍ବରୁ କାଳାତାଲିକାଭୁକ୍ତ (ବ୍ଲାକଲିଷ୍ଟେଡ୍) ହୋଇଥିବା ''ରାମକି'' କମ୍ପାନିକୁ ଟେଣ୍ଡର ଆକାରରେ ଦିଆଯାଇଛି।
ଅଶୋକଙ୍କ ଅନୁଯାୟୀ, ଆର୍ଥିକ ଜାଲିଆତି ଯୋଗୁଁ ବିଶ୍ୱବ୍ୟାଙ୍କ ଏବଂ ୨୦୧୬ରେ ବେଙ୍ଗାଲୁରୁ ମହାନଗର ନିଗମ ଦ୍ୱାରା ବ୍ୟାନ୍ ହୋଇଥିବା ଏହି ସଂସ୍ଥାକୁ ୩୦ ବର୍ଷ ପାଇଁ ଟେଣ୍ଡର ଦିଆଯିବା ସହ ୧,୫୦୦ କୋଟିର ଋଣ ନେବାକୁ ଅନୁମତି ଦିଆଯାଇଛି।
ଏହି ମେଗା ଡିଲରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର କିକବ୍ୟାକ୍ ବା ଲାଞ୍ଚ ନିଆଯାଇଥିବା ସେ ସିଧାସଳଖ ଅଭିଯୋଗ କରିବା ସହ ତୁରନ୍ତ ଏହି ଟେଣ୍ଡର ପ୍ରତ୍ୟାହାର କରିବାକୁ ଏବଂ ଘଟଣାର ସିବିଆଇ ତଦନ୍ତ କରିବାକୁ ଦୃଢ଼ ଦାବି କରିଛନ୍ତି।Advertisment ୨୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ, ଚର୍ଚ୍ଚିତ ଥିଲା ଶିବଲିଙ୍ଗ ବିବାଦ ବିଜେପି ନେତାଙ୍କ ସୂଚନା ଅନୁଯାୟୀ, ପୂର୍ବ ବ୍ୟବସ୍ଥାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବାର୍ଷିକ ସମୁଦାୟ ୧୩୪୪ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଏହି ନୂଆ ଚୁକ୍ତି ଅଧୀନରେ କେବଳ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ସରକାର ଆଗାମୀ ୩୦ ବର୍ଷରେ ୩୯,୪୩୭ କୋଟି ଟଙ୍କା ପ୍ରଦାନ କରିବେ, ଯାହା ରାଜ୍ୟ କୋଷାଗାର ଉପରେ ପ୍ରାୟ ୩୩,୦୦୦ କୋଟିର ଅତିରିକ୍ତ ଆର୍ଥିକ ବୋଝ ପକାଇବ।
ଏହି ପ୍ରସ୍ତାବ ଉପରେ ସେଠାକାର ଅର୍ଥ ବିଭାଗ ମଧ୍ୟ ରେଡ୍ ଫ୍ଲାଗ୍ ଜାରି କରି ୩୦ ବର୍ଷ ବଦଳରେ ଚୁକ୍ତି ଅବଧିକୁ ୧୦ ବର୍ଷ କରିବାକୁ ପରାମର୍ଶ ଦେଇଥିଲା ଏବଂ ଏହା ଦ୍ୱାରା ସହରର ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ଚେତାବନୀ ଦେଇଥିଲା।
ଅଶୋକ କହିଛନ୍ତି ଯେ, ବେଙ୍ଗାଲୁରୁ ବିକାଶ ବିଭାଗକୁ ନେଇ କଂଗ୍ରେସ ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏହି ଦୁର୍ନୀତି ଯୋଗୁଁ ହିଁ ସୃଷ୍ଟି ହୋଇଛି ଏବଂ ଏଥିରେ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ପୃକ୍ତି ରହିଛି।
ବିଜେପି ଏହି ସମସ୍ତ ଦୁର୍ନୀତିର ଦସ୍ତାବିଜ୍ ରାଜ୍ୟପାଳଙ୍କୁ ଦେବା ସହ ଆଜି ଲୋକାୟୁକ୍ତଙ୍କ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାୟର କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।