Karishma Tanna son birth on Guru Purnima: ଗୁରୁ ପୂର୍ଣ୍ଣିମାରେ କରିସ୍ମା ତନ୍ନାଙ୍କ ଘରକୁ ଆସିଲା ଖୁସି, ବିବାହର ୪ ବର୍ଷ ପରେ...
ବଲିଉଡ୍ ଓ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଘରେ ଖୁସିର ମାହୋଲ। ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ କରିସ୍ମା ତନ୍ନା ଓ ତାଙ୍କ ସ୍ୱାମୀ ବରୁଣ ବଙ୍ଗେରା ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତିଙ୍କ ଘରକୁ ଆସିଛି ଏକ ପୁତ୍ର ସନ୍ତାନ।
କରିସ୍ମା ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ଫ୍ୟାନ୍ସଙ୍କ ସହ ଶେୟାର କରିଛନ୍ତି। ସେ ଓ ବରୁଣ ନବଜାତ ଶିଶୁର ଛୋଟ ପାଦର ଏକ ସୁନ୍ଦର ଫଟୋ ପୋଷ୍ଟ କରି ଲେଖିଛନ୍ତି— ଗୁରୁ ପୂର୍ଣ୍ଣିମାର ପବିତ୍ର ଦିନରେ ତାଙ୍କ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ ଆସିଛି।
କରିସ୍ମା ତନ୍ନା ଚଳିତ ବର୍ଷ ଏପ୍ରିଲ ମାସରେ ନିଜ ପ୍ରେଗ୍ନାସି ଖବର ଘୋଷଣା କରିଥିଲେ। ଗର୍ଭାବସ୍ଥା ସମୟରେ ସେ ସୋସିଆଲ ମିଡିଆରେ ନିଜ ମ୍ୟାଟର୍ନିଟି ଫଟୋଶୁଟ୍ ଓ ଷ୍ଟାଇଲିସ୍ ଲୁକ୍ର ଅନେକ ଫଟୋ ଶେୟାର କରିଥିଲେ। ଗୁରୁ ପୂର୍ଣ୍ଣିମା ଦିନ, ଅର୍ଥାତ୍ ୨୯ ଜୁଲାଇ ୨୦୨୬ରେ ତାଙ୍କ ପୁତ୍ର ସନ୍ତାନ ଜନ୍ମ ନେଇଛି। ବିବାହର ଚାରି ବର୍ଷ ପରେ ମାତା-ପିତା ହୋଇ ଦମ୍ପତି ବେଶ୍ ଖୁସି ଅଛନ୍ତି।
ସେଲିବ୍ରିଟିଙ୍କୁ ଶୁଭେଚ୍ଛାର ବନ୍ୟା
କରିସ୍ମାଙ୍କ ଏହି ଖୁସି ଖବର ପରେ ମନୋରଞ୍ଜନ ଜଗତରୁ ଶୁଭେଚ୍ଛାର ଧାରା ଲାଗିଛି। ସୋନୁ ସୁଦ, ରକୁଲ ପ୍ରୀତ ସିଂହ, ଖୁସି କପୁର, ଭାରତୀ ସିଂହ, ଅଙ୍କିତା ଲୋଖଣ୍ଡେ, ରିଚା ଚଢ଼ା, ନେହା ଧୂପିଆଙ୍କ ସମେତ ଅନେକ କଳାକାର ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏକତା କପୁର ମଜାଳିଆ ଢଙ୍ଗରେ ଲେଖିଛନ୍ତି “ମମ୍ମିଙ୍କ ଗ୍ୟାଙ୍ଗ୍କୁ ସ୍ୱାଗତ।”
ମନୀଷ ମଲହୋତ୍ରାଙ୍କ ପାର୍ଟିରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ
କରିସ୍ମା ତନ୍ନା ଓ ବରୁଣ ବଙ୍ଗେରାଙ୍କ ପ୍ରେମ କାହାଣୀ ମଧ୍ୟ ଖୁବ୍ ରୋଚକ। ଏକ ନ୍ୟୁ ଇୟର୍ ଇଭ୍ ପାର୍ଟିରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ଦୁହିଁଙ୍କୁ ପରିଚୟ କରାଇଥିଲେ। ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମରେ ପରିଣତ ହୋଇଥିଲା ଏହି ସମ୍ପର୍କ। ଦୁହେଁ ଫେବୃଆରୀ ୨୦୨୨ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ।
ବିବାହର ଚାରି ବର୍ଷ ପରେ ପୁତ୍ର ସନ୍ତାନର ଆଗମନ କରିସ୍ମା ଓ ବରୁଣଙ୍କ ଜୀବନରେ ଖୁସିକୁ ଦ୍ୱିଗୁଣିତ କରିଛି। ଫ୍ୟାନ୍ସମାନେ ମଧ୍ୟ ଏହି ନୂଆ ଯାତ୍ରା ପାଇଁ ଦମ୍ପତିଙ୍କୁ ଶୁଭକାମନା ଜଣାଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।