Kanya Pujan: ଅଷ୍ଟମୀ ଓ ନବମୀରେ କେବେ କରିବେ କନ୍ୟା ପୂଜା?

Oct 17, 2026 - 11:02
Kanya Pujan: ଅଷ୍ଟମୀ ଓ ନବମୀରେ କେବେ କରିବେ କନ୍ୟା ପୂଜା?

"ଶାରଦୀୟ ନବରାତ୍ରିରେ ମା" ଦୁର୍ଗାଙ୍କ ଆରାଧନା ସହ କନ୍ୟା ପୂଜାର ବିଶେଷ ମହତ୍ତ୍ୱ ରହିଛି।

ତେବେ ୨୦୨୬ରେ ମହାଅଷ୍ଟମୀ ଓ ମହାନବମୀରେ କନ୍ୟା ପୂଜା କେବେ କରାଯିବ, ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି।

ପଞ୍ଜିକା ଅନୁସାରେ, ଏଥର ତିଥିର ସ୍ଥିତି ଯୋଗୁଁ ଅଷ୍ଟମୀ ଓ ନବମୀ ପୂଜାର ତାରିଖକୁ ନେଇ ଭିନ୍ନ ମତ ସାମ୍ନାକୁ ଆସିଛି।Advertisment ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖ ରବିବାର ସକାଳ ୮ଟା ୨୭ ମିନିଟରୁ ଅଷ୍ଟମୀ ତିଥି ଆରମ୍ଭ ହୋଇ ୧୯ ତାରିଖ ସୋମବାର ସକାଳ ୧୦ଟା ୫୧ ମିନିଟରେ ଶେଷ ହେବ।

ଉଦୟ ତିଥି ଅନୁସାରେ, ଅକ୍ଟୋବର ୧୯ରେ ମହାଅଷ୍ଟମୀ ପାଳନ କରାଯିବ।

ତେଣୁ ଅଷ୍ଟମୀରେ କନ୍ୟା ପୂଜା କରୁଥିବା ଶ୍ରଦ୍ଧାଳୁ ମାନେ ଏହି ଦିନ ପୂଜା କରିପାରିବେ।

ତାରିଖକୁ ନେଇ ଦ୍ୱନ୍ଦ୍ୱ ଅନ୍ୟପକ୍ଷରେ, ଅକ୍ଟୋବର ୧୯ ସକାଳ ୧୦ଟା ୫୧ ମିନିଟ୍ ପରେ ନବମୀ ତିଥି ଆରମ୍ଭ ହେବ।

ଏହା ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ଦିନ ୧୨ଟା ୫୦ ମିନିଟ୍ ପର୍ଯ୍ୟନ୍ତ ରହିବ।

ନବମୀ ତିଥିରେ କନ୍ୟା ପୂଜା କରୁଥିବା ଭକ୍ତମାନେ ଅକ୍ଟୋବର ୨୦ ତାରିଖରେ ମଧ୍ୟ ପୂଜା କରିପାରିବେ।

କନ୍ୟା ପୂଜା ସମୟରେ ଛୋଟ ଝିଅମାନଙ୍କୁ ମା" ଦୁର୍ଗାଙ୍କ ସ୍ୱରୂପ ଭାବେ ପୂଜା କରାଯାଏ।

ସେମାନଙ୍କ ପାଦ ଧୋଇବା, ଟିକା ଲଗାଇବା ଏବଂ ପୁରୀ, ହାଲୱା, ମିଠା ଓ ବୁଟ ଭଳି ଭୋଗ ଖାଇବାକୁ ଦେବାର ପରମ୍ପରା ରହିଛି।

ଏହା ସହ ଶ୍ରଦ୍ଧାଳୁମାନେ କନ୍ୟାମାନଙ୍କୁ ଉପହାର ଦେଇ ଦେବୀଙ୍କ ଆଶୀର୍ବାଦ କାମନା କରନ୍ତି।

Navadurga: ନବଦୁର୍ଗା: କାଳରାତ୍ରି ଓ ମହାଗୌରୀ ଧାର୍ମିକ ମାନ୍ୟତା ଅନୁସାରେ, ଅଷ୍ଟମୀରେ ମା" ମହାଗୌରୀ ଏବଂ ନବମୀରେ ମା" ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ।

ତେବେ ପୂଜାର ନିର୍ଦ୍ଦିଷ୍ଟ ସମୟ ସ୍ଥାନୀୟ ପଞ୍ଜିକା ଓ ପରମ୍ପରା ଅନୁସାରେ ଭିନ୍ନ ହୋଇପାରେ।

ତେଣୁ କନ୍ୟା ପୂଜା କରିବା ପୂର୍ବରୁ ନିଜ ଅଞ୍ଚଳର ବ୍ରାହ୍ମଣ କିମ୍ବା ପୁରୋହିତଙ୍କ ପରାମର୍ଶ ନେବା ଉଚିତ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)