Kangana: ‘ପୁରୁଷପ୍ରଧାନ ମାନସିକତା ଭାଙ୍ଗ’: ରାହୁଲଙ୍କ ମନ୍ତବ୍ୟକୁ ନେଇ କଙ୍ଗନାଙ୍କ କଟାକ୍ଷ
"ନୂଆଦିଲ୍ଲୀ: "ପୁରୁଷପ୍ରଧାନ ମାନସିକତା ଭାଙ୍ଗ" ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନକୁ ନେଇ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ କଟାକ୍ଷ କରିଛନ୍ତି।
ବୁଧବାର କଙ୍ଗନା ଇନ୍ଷ୍ଟାଗ୍ରାମରେ ବିଜେପିର ଏକ ପୋଷ୍ଟକୁ ପୁନଃ ସେୟାର କରି ଲେଖିଛନ୍ତି, "ଭାଇ, ଅପେକ୍ଷା କର।
ଭାରତ ମାତା କୀ ଜୟ।
ଆରମ୍ଭ କରିବା...।" ରାହୁଲଙ୍କ ମହିଳା ସ୍ୱାଧୀନତା ସମ୍ପର୍କିତ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ କରାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ପୋଷ୍ଟରେ ସମର୍ଥନ କରିଛନ୍ତି କଙ୍ଗନା।Advertisment ଆହୁରି ପଢନ୍ତୁ :Explosion: ରୁଷ୍-ଚୀନ୍ ଗ୍ୟାସ୍ କମ୍ପ୍ଲେକ୍ସରେ ବିସ୍ଫୋରଣ, ୭ ମୃତ ଅଭିନେତ୍ରୀ କୃତି ସାନନଙ୍କ ରକ୍ଷାବନ୍ଧନ ବିଜ୍ଞାପନର ପୋଷାକକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ରାଜନୈତିକ ବାଗ୍ଯୁଦ୍ଧ ଆରମ୍ଭ ହୋଇଛି।
ରାକ୍ଷୀ ବିଜ୍ଞାପନରେ କୃତି ଭାଇ ଓ ପୋଷା କୁକୁରକୁ ରାକ୍ଷୀ ବାନ୍ଧୁଥିବା ଦେଖାଯାଇଥିଲା।
ଏଥିରେ ତାଙ୍କ ପୋଷାକକୁ ନେଇ ସୋସିଆଲ ମିଡିଆରେ କିଛି ଲୋକ ଆପତ୍ତି ଉଠାଇଥିଲେ।
କଙ୍ଗନା ମଧ୍ୟ ଏହାକୁ ନେଇ କୃତିଙ୍କୁ ସମାଲୋଚନା କରିଥିଲେ।
ଆହୁରି ପଢନ୍ତୁ :Congress: ୨୦୨୯ରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ କରିବା ଦାବି: ଟିଭିକେ ନେତାଙ୍କୁ କଂଗ୍ରେସର କଡ଼ା ଜବାବ ଏହାର ଜବାବରେ କୃତି କହିଥିଲେ ଯେ ଜଣେ ମହିଳାଙ୍କ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନକୁ ତାଙ୍କ ପୋଷାକ ଆଧାରରେ ମାପିବା ଉଚିତ ନୁହେଁ।
ପର୍ବପର୍ବାଣିର ମୂଳ ଅର୍ଥ ପୋଷାକରେ ନୁହେଁ, ବରଂ ଏହା ସହ ଜଡ଼ିତ ଭାବନା ଓ ପରମ୍ପରାରେ ରହିଛି ବୋଲି ସେ କହିଥିଲେ।
ଏହି ବିବାଦ ମଧ୍ୟରେ ବିଜ୍ଞାପନ ପ୍ରସ୍ତୁତ କରିଥିବା ଅଳଙ୍କାର ବ୍ରାଣ୍ଡ ଜିଭା ଏହାକୁ ସମସ୍ତ ମାଧ୍ୟମରୁ ହଟାଇ ଦେଇଛି।
କୃତିଙ୍କ ସମର୍ଥନରେ ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ କହିଥିଲେ ଯେ ଜଣେ ମହିଳା କ"ଣ ପିନ୍ଧିବେ, କ"ଣ କରିବେ ଏବଂ କେଉଁଠିକି ଯିବେ, ତାହା ତାଙ୍କ ନିଜସ୍ୱ ପସନ୍ଦ।
ମହିଳାମାନେ ନିଜ ସ୍ୱାଧୀନତାର ପ୍ରୟୋଗ କରୁଥିବାରୁ ସେମାନଙ୍କୁ ଟ୍ରୋଲ୍ ନ କରିବାକୁ ସେ ଆହ୍ୱାନ ଦେବା ସହ "ପୁରୁଷପ୍ରଧାନ ମାନସିକତା ଭାଙ୍ଗ" ହାସ୍ଟ୍ୟାଗ୍ ବ୍ୟବହାର କରିଥିଲେ।
ଆହୁରି ପଢନ୍ତୁ :Bihar: ବିହାରରେ ପହଞ୍ଚିଲା ବନ୍ୟାଜଳ, ଗଣ୍ଡକ ବ୍ୟରେଜ୍ର ସମସ୍ତ ଗେଟ୍ ଖୋଲିଲା ଏହାପରେ ବିଜେପି ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ କଂଗ୍ରେସର ମହିଳା ପ୍ରତିନିଧିତ୍ବ, ମହିଳା ସଂରକ୍ଷଣ ବିଲ୍, ତିନି ତଲାକ୍ ଓ ଶାହ ବାନୋ ମାମଲା ସମ୍ପର୍କରେ ପ୍ରଶ୍ନ ଉଠାଇଛି।
କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରେ ୩୩ ଜଣ ମନ୍ତ୍ରୀ ଥିବା ସତ୍ତ୍ବେ ଜଣେ ବି ମହିଳା ମନ୍ତ୍ରୀ ନ ଥିବା ନେଇ ମଧ୍ୟ ବିଜେପି ରାହୁଲଙ୍କୁ ପ୍ରଶ୍ନ କରିଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୨ରେ ପୁଣେରେ ଅନୁଷ୍ଠିତ "ଛାତ୍ର କି ଗୁଞ୍ଜ" କାର୍ଯ୍ୟକ୍ରମରେ ରାହୁଲ ମହିଳାଙ୍କ ଅଧିକାର ଓ ସୁରକ୍ଷା ପ୍ରସଙ୍ଗରେ କଥା ହୋଇ "ପୁରୁଷପ୍ରଧାନ ମାନସିକତା ଭାଙ୍ଗିବା"କୁ ଆହ୍ୱାନ ଦେଇଥିଲେ।
ମନୁସ୍ମୃତିରେ ମହିଳାଙ୍କୁ ପୁରୁଷଙ୍କ ଅଧୀନରେ ରଖିବା ଭଳି ଚିନ୍ତାଧାରା ଥିବା ନେଇ ସେ ସମାଲୋଚନା କରିଥିଲେ।
ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାଗ୍ଯୁଦ୍ଧ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
