Juice: ଜୁସ୍‌ ବନାମ ଥଣ୍ଡା ପାନୀୟ

Jun 10, 2026 - 07:34
Juice: ଜୁସ୍‌ ବନାମ ଥଣ୍ଡା ପାନୀୟ

"ସତେଜ ଫଳ କିମ୍ବା ପନିପରିବାକୁ ଚିପୁଡ଼ି ସେଗୁଡ଼ିକର ରସ ବାହାର କରି ଜୁସ୍ ପ୍ରସ୍ତୁତ କରାଯାଇଥାଏ।

ଜୁସ୍‌ର ସବୁଠାରୁ ବଡ଼ ଲାଭ ହେଉଛି, ଫଳରେ ଥିବା ଅଧିକାଂଶ ଭିଟାମିନ୍, ମିନେରାଲ୍‌ ଓ ପୋଷକ ତତ୍ତ୍ୱ ତରଳ ଭାବରେ ମିଳିଥାଏ।

କିଛି ଲୋକ ମନେକରନ୍ତି ଯେ, ଗୋଟା ଫଳ ଓ ପନିପରିବା ଅପେକ୍ଷା ଏହାକୁ ଜୁସ୍‌ କରି ପିଇଲେ ଅଧିକ ଫାଇଦା ମିଳିଥାଏ।

କାରଣ ଶରୀର ପୋଷାକ ତତ୍ତ୍ବକୁ ଅତି ସହଜରେ ଗ୍ରହଣ କରିପାରେ ଏବଂ ଫାଇବର୍‌ ହଜମ କରିବା କାମରୁ ଆମ ପାଚନତନ୍ତ୍ରକୁ ଆରାମ ମିଳିଥାଏ।

ଜୁସ୍‌ ପିଇବା ଦ୍ବାରା କ୍ୟାନ୍‌ସର୍‌ ଆଶଙ୍କା କମି ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ସେହିପରି ଶରୀରରୁ ମଇଳା ପଦାର୍ଥ ବାହାରି ଯାଇଥାଏ ଏବଂ ଭଲ ହଜମ ହୋଇଥାଏ।

ତେବେ ଏଥିଲାଗି ଜୁସର୍‌ ବଦଳରେ ବ୍ଲେଣ୍ଡର୍‌ ବ୍ୟବହାର କରିବା କଥା।Advertisment OPSC: ଓପିଏସ୍‌ସିରେ ଡାକ୍ତର ନିଯୁକ୍ତି ବିଳମ୍ବ; ରାଜରାସ୍ତାରେ ଡାକ୍ତର ଯେତେବେଳେ ଫଳ ଓ ପନିପରିବାର ଖାଇବା ଯୋଗ୍ୟ ଅଂଶଗୁଡ଼ିକୁ ଏକାଠି ବ୍ଲେଣ୍ଡ୍‌ କରାଯାଏ, ସେଥିରେ ପ୍ରସ୍ତୁତ ପାନୀୟରେ ଅଧିକ ପରିମାଣର ଉପକାରୀ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ସ ଓ ଫାଇବର୍‌ ରହିଥାଏ।

ଜୁସ୍‌ ପିଇବା ସମୟରେ ଏକାଥରକେ ଯେତିକି ପିଇପାରିବେ, ସେତିକି ତିଆରି କରିବା ଉଚିତ।

କାରଣ ତାଜା ରସରେ କ୍ଷତିକାରକ ବ୍ୟାକ୍ଟେରିଆ ଖୁବ୍‌ ଶୀଘ୍ର ବଂଶବୃଦ୍ଧି କରିପାରନ୍ତି।

ଫଳରସରେ କୌଣସି କୃତ୍ରିମ ଶର୍କରା ନଥାଏ ବରଂ ପ୍ରାକୃତିକ ମିଠା ଥାଏ।

ଯଦି ଆପଣ ବଜାରରୁ ପ୍ୟାକେଜ୍‌ଡ ଜୁସ୍ କିଣୁଛନ୍ତି, ତେବେ ସେଥିରେ ମଧ୍ୟ ଅଧିକ ପରିମାଣରେ ପ୍ରୋସେସ୍‌ଡ ସୁଗାର ଥିବାର ଆଶଙ୍କା ଥାଏ।

ନିୟମିତ ଅଧିକ ପ୍ରୋସେସ୍‌ଡ ସୁଗାର ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ଓଜନ ବୃଦ୍ଧି ଓ ମଧୁମେହ ଭଳି ରୋଗ ହୋଇପାରେ।

ଅର୍ଥାତ୍ ବଜାରରେ ବିକ୍ରି ହେଉଥିବା ପ୍ୟାକେଟ୍ ଫଳରସ ଆମେ ଭାବୁଥିବା ଭଳି ସ୍ୱାସ୍ଥ୍ୟକର ନୁହେଁ।

ଏହା ବଦଳରେ, ଆପଣ ନିଜ ପସନ୍ଦର ଫଳର ତାଜା ରସ ପିଇବା ସବୁଠାରୁ ଭଲ।

କିଛି ନିର୍ଦ୍ଦିଷ୍ଟ ଥଣ୍ଡା ପାନୀୟ ଶରୀରକୁ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରାଲ୍‌ସ ଓ ପାଣିର ଆବଶ୍ୟକୀୟ ମିଶ୍ରଣ ଯୋଗାଇଥାଏ।

ତେଣୁ ଥଣ୍ଡା ପାନୀୟ ଆମେ ଦିନସାରା ଗ୍ରହଣ କରୁଥିବା ମୋଟ ତରଳ ପଦାର୍ଥ ଓ ଶକ୍ତି ଯୋଗାଣରେ ସହାୟକ ହୋଇଥାଏ।

National cyclist: ରାଜମିସ୍ତ୍ରିଙ୍କ ଝିଅ ଜାତୀୟ ସାଇକ୍ଲିଷ୍ଟ୍‌: ସଫଳତାକୁ ରୋକିପାରିଲାନି ଦାରିଦ୍ର୍ୟ ଥଣ୍ଡା ପାନୀୟର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ଏହା ଶରୀର ଦ୍ବାରା ଲବଣ ଓ ପାଣିର ଶୀଘ୍ର ଶୋଷଣକୁ ବଢ଼ାଇଥାଏ।

ଏଥିରେ ଭିଟାମିନ୍‌ ଓ କ୍ୟାଲ୍‌ସିୟମ୍‌ ଥିବାରୁ ଏହାକୁ ଏକ ସନ୍ତୁଳିତ ଆହାରରେ ସାମିଲ କରାଯାଇପାରିବ।

ଏଥିରେ ଥିବା କ୍ୟାଫିନ୍‌ ଆପଣଙ୍କ ମୁଡ୍‌ ଭଲ କରିପାରେ, ମୁଣ୍ଡବିନ୍ଧାର ତୀବ୍ରତା କମାଇପାରେ ଓ କେନ୍ଦ୍ରୀୟ ସ୍ନାୟୁତନ୍ତ୍ରକୁ ଉତ୍ତେଜିତ କରିପାରେ।

ତେବେ ଏହାର କିଛି ଅପକାରିତା ମଧ୍ୟ ଅଛି, ଯେମିତି ଦାନ୍ତରେ ପୋକ ଲାଗିବା ବା କାଭିଟି ହେବା‌।

ପାଟିରେ ଚିନି ଅଂଶ ରହିଯିବା ଯୋଗଁୁ ଏହା ହୋଇଥାଏ।

ଏହା ଗ୍ୟାସ୍‌ ଜାତୀୟ ହୋଇଥିବାରୁ ଏହା ପେଟ ଫାମ୍ପିବା ଓ ଗ୍ୟାସ୍‌ ସମସ୍ୟା ସୃଷ୍ଟି କରିପାରେ।

ଏଥିରେ କାର୍ବୋନେଟେଡ୍ ଗ୍ୟାସ୍, ପ୍ରିଜର୍ଭେଟିଭ୍‌ସ ଓ କୃତ୍ରିମ ରଙ୍ଗ ବ୍ୟବହାର କରାଯାଏ, ଯାହାର କୌଣସି ପୋଷଣ ଗୁଣ ନଥାଏ।"