Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍‌ଦଣ୍ଡ

Oct 15, 2026 - 01:30
Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍‌ଦଣ୍ଡ

"କଟକ: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ଫୋପାଡ଼ି ଦେବା ଅଭିଯୋଗ ସଂପର୍କିତ ମାମଲାର କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍‌ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଶୁଣାଣି କରି କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ାର ପ୍ରମୋଦ କୁମାର ଭୋଇ ଓରଫ ବାବୁ (୩୮)କୁ ଆଜୀବନ କରାଦଣ୍ଡ ପ୍ରଦାନ କରିଛନ୍ତି।

Advertisment ଅଦାଲତ ବିଏନଏସର ଧାରା ୧୦୩(୧) ଓ ୨୩୮(କ)ରେ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ ଜେଲ ଓ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।

ଏଥି ସହିତ ହତ୍ୟାକାଣ୍ଡର ଶିକାର ପୁଅକୁ ହରାଇଥିବା ପୀଡ଼ିତ ଅଭିଭାବକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଖାଇବା ପାଇଁ ଯାଇଥିଲେ ଦୀପୁମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୫, ଅ‌କ୍ଟୋବର ୩୧ ସଂଧ୍ୟାରେ ପ୍ରମୋଦଙ୍କ ପାଖକୁ ଖାଇବା ପିଇବା ପାଇଁ ଯାଉଛି କହି ଦିବାକର ଭୋଇଙ୍କ ପୁଅ ଦିଲ୍ଲୀପ କୁମାର ଭୋଇ ଦୀପୁ ଘରୁ ବାହାରି ଯାଇଥିଲା।

ରାତି ସାଢେ ୯ଟା ବେଳକୁ ଦୀପୁର ଫୋନ ବନ୍ଦ ହୋଇ ଯାଇଥିଲା।

ସୋମପୁର ନିକଟ ତାଳଦଣ୍ଡା କେନାଲରେ ଦୀପୁଙ୍କ ଫୋନ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସୋମପୁରର ଜାଡ଼ୁଆସାହି ନିକଟରୁ ଦୀପୁଙ୍କ ମୋଟରସାଇକେଲ ମିଳିଥିଲା।

ଏଥି ସହିତ ରାସ୍ତା ଉପରେ ରକ୍ତ ଛିଟା ରହିଥିବା ଅଭିଯୋଗ ହୋଇଥିଲା।

ଦୀପୁଙ୍କ ବାପା ଦିବାକରଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।

Judgement: ମେଟ୍ରୋ ଓ ଟ୍ରେନ୍‌ ଚଳାଚଳ କଟକଣା ନେଇ କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ ୨୦୨୫ର ଘଟଣା୨୦୨୫, ନଭେମ୍ବର ୨ରେ ଆଇନପୁର ପାଖ ସ୍ବାଇଁସାହି ପାଖରେ ଦୀପୁଙ୍କ ମୃତଦେହ ତାଳଦଣ୍ଡା କେନାଲରୁ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା।

ଦୀପୁଙ୍କ ବେକରେ କଟା ଦାଗ ରହିଥିଲା।

ଦୀପୁଙ୍କୁ ହତ୍ୟା କରି ପ୍ରମୋଦ ତଳଦଣ୍ଡା କେନାଲରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।

ପୁଲିସ ମାମଲାର ତଦନ୍ତ କରି ପ୍ରମୋଦକୁ ନଭେମ୍ବର ୪ରେ ଗିରଫ କରିଥିଲା।

ପ୍ରମୋଦ ପୂର୍ବରୁ ଦୀପୁଙ୍କୁ ଧମକ ଚମକ ଦେଇଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା।

୨୦୨୫, ନଭେମ୍ବର ୩୦ରେ ପୁଲିସ ଚାର୍ଜସିଟ ଦାଖଲ କରିଥିବା ବେଳେ ୨୦୨୬, ଜାନୁଆରି ୧୯ରେ ମାମଲାରେ ଚାର୍ଜଫ୍ରେମ ହୋଇଥିଲା।

ସରକାରଙ୍କ ତରଫରୁ ଅତିରିକ୍ତ ପିପି ଏମ.

ସ୍ବାଇଁ ଓ ସୁଜିତ କୁମାର ବିଶ୍ବାଳ ମାମଲା ପରିଚାଳନା କରୁଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)