Judgement: ଦୁଇ ଜାମିନ ଅଭିଯୁକ୍ତଙ୍କ ଜାମିନ ଆବେଦନକକୁ ଏତଲାକାରୀଙ୍କ ତରଫରୁ ହାଇକୋର୍ଟରେ ବିରୋଧ

Oct 14, 2026 - 08:40
Judgement: ଦୁଇ ଜାମିନ ଅଭିଯୁକ୍ତଙ୍କ ଜାମିନ ଆବେଦନକକୁ ଏତଲାକାରୀଙ୍କ ତରଫରୁ ହାଇକୋର୍ଟରେ ବିରୋଧ

"କଟକ: ବହୁ ଚର୍ଚ୍ଚିତ ଭୁବନେଶ୍ବର ୟୁଟ୍ୟୁବର ରାହୁଲ୍‌ ମହାରଣାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା।

ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁନା ଓରଫ ସଂଗ୍ରାମ ବେହେରା ଓ ସତୁରା ଓରଫ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଏତଲକାରୀଙ୍କ ତରଫରୁ ଏହାର ବିରୋଧ କରାଯାଇଥିଲା।

ଏହି ମାମଲାରେ ହୋଇଥିବା ଟିଆଇ ପରେଡ ଓ ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣ ସଂପର୍କରେ ଏତଲାକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହାପରେ ନଭେମ୍ବର ୪କୁ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Advertisment ଉଲ୍ଲେଖଯୋଗ୍ୟ ଯେ ରସୁଲଗଡ଼ ନିକଟ ଜିଜିପି କଲୋନିରେ ଫେବ୍ରୁଆରି ୨୮ ଶନିବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିଲା।

ରାହୁଲଙ୍କୁ ରାତିରେ ଦୁର୍ବୃତ୍ତମାନେ ଛୁରି ଭୁସି ହତ୍ୟା କରିଥିଲେ।

ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରାହୁଲ ଅକ୍ସିଜେନ ସିଲିଣ୍ଡର୍‌ କାରବାର କରୁଥିଲେ।

ଏଥି ସହିତ ସେ ଜଣେ ୟୁଟୁବ ବ୍ଲଗର୍‌ ଭାବେ ପରିଚିତ ଥିଲେ।

ଏତଲାକାରୀଙ୍କ ତରଫରୁ ଆଇନଜୀବୀ ନିହାର ରଞ୍ଜନ ଓଝା ମାମଲା ପରିଚାଳନା କରୁଥିଲେ।

Judgement: SC-ST ସଂରକ୍ଷଣ ବୃଦ୍ଧି ନେଇ ଆବେଦନ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)