Judgement: ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଯିବା ‌ବେଳେ ଜାତିଗତ ପରିଚୟ ଓ ସୁବିଧା-ସୁଯୋଗକୁ ନିଜ ସହିତ ନେଇପାରିବେ ନାହିଁ

Oct 17, 2026 - 08:08
Judgement: ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଯିବା ‌ବେଳେ ଜାତିଗତ ପରିଚୟ ଓ ସୁବିଧା-ସୁଯୋଗକୁ ନିଜ ସହିତ ନେଇପାରିବେ ନାହିଁ

"କଟକ: ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ପ୍ରବାସ କରିବା (ଯିବା) ସମୟରେ ନିଜର ଜାତିଗତ ପରିଚୟ ଓ ବିଶେଷ ସୁବିଧା-ସୁଯୋଗକୁ ନିଜ ସହିତ ନେଇପାରିବେ ନାହିଁ।

କୌଣସି ନିର୍ଦ୍ଦିଷ୍ଟ ଜାତି କିମ୍ବା ଜନଜାତିର ସାମାଜିକ-ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ତାଲିକା ଥିବା ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ପ୍ରସ୍ତୁତ କରାଯାଏ।

ଅନ୍ୟ ରାଜ୍ୟରେ ଜଣେ ଅନୁସୂଚିତ ଜାତି ଭାବେ ପଞ୍ଜୀକୃତ ହୋଇଥିଲା ବେଳେ ସେହି ଜାତି ଓଡ଼ିଶାରେ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ଥିଲେ ସୁଦ୍ଧା ସେ ଏଠାରେ ସ୍ୱୟଂକ୍ରିୟ ଭାବେ ଜନଜାତିର ମାନ୍ୟତା ପାଇପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିନୟ କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

Advertisment ହାଇକୋର୍ଟ ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷକୁ ଗ୍ରହଣ କରି ମୟୂରଭଞ୍ଜ ଜିଲ୍ଲା ନିବନ୍ଧକ ତଥା ଏଡିଏମଙ୍କ ୨୦୨୬, ଏପ୍ରିଲ ୨୩ର ଚିଠିକୁ ଖାରଜ କରିଦେଇଛନ୍ତି।

ଏଥି ସହିତ ୩ ଦିନ ମଧ୍ୟରେ ଆବେଦନକାରୀଙ୍କ ଜମି ବିକ୍ରି କବଲା ପଞ୍ଜୀକରଣ କରିବାକୁ କୁଳିଅଣା ସବ-ରେଜିଷ୍ଟ୍ରାର ତଥା ତହସିଲଦାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯେହେତୁ ଆବେଦନକାରୀ ଓଡ଼ିଶା ପାଇଁ ଅନୁସୂଚିତ ଜନଜାତି କିମ୍ବା ଅନୁସୂଚିତ ଜାତି ଭାବେ ଗଣ୍ୟ ହେବେ ନାହିଁ, ତେଣୁ ତାଙ୍କ କ୍ଷେତ୍ରରେ ଓଡ଼ିଶା ଭୂସଂସ୍କାର ଆଇନର ଧାରା ୨୨ ଲାଗୁ ହେବ ନାହିଁ।

ଏଥି ସହିତ ଯଦି ଆବେଦନକାରୀ ଓଡ଼ିଶାରେ ଜନଜାତି ବର୍ଗର ନୁହେଁ ତେବେ ଜମି ବିକ୍ରି ପାଇଁ ଅନୁମତି ଆଣିବାକୁ ତାଙ୍କୁ କୁହାଯିବା ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

RSS: ଆର୍‌ଏସ୍‌ଏସ୍‌ ଶୋଭାଯାତ୍ରା ନେଇ ତାମିଲନାଡୁ ପୁଲିସକୁ ଭର୍ତ୍ସନା କଲେ ହାଇକୋର୍ଟ କାହିଁକି ହାଇକୋର୍ଟରେ ମାମଲା?ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ଝାଡ଼ଖଣ୍ଡ ରାଜ୍ୟର ମୂଳ ବାସିନ୍ଦା ହୋଇଥଇବା ବେଳେ ସେଠାରେ ତାଙ୍କର ''ଭୂଇୟା'' ଜାତିକୁ ଅନୁସୂଚିତ ଜାତି ଭାବେ ସ୍ୱୀକୃତି ମିଳିଥିଲା।

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ତହସିଲ ଅଞ୍ଚଳରେ ତାଙ୍କ ଜମି ରହିଥିବା ବେଳେ ଏହାକୁ ଜଣେ ଅନୁସୂଚିତ ଜାତିର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିବାକୁ ଆବେଦନକାରୀ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବିକ୍ରି ଦଲିଲ ଦାଖଲ କରିଥିଲେ।

କିନ୍ତୁ କୁଳିଅଣା ତହସିଲଦାର ତଥା ସବ୍-ରଜିଷ୍ଟ୍ରାର ଏହାକୁ ଗ୍ରହଣ କରିନଥିଲେ।

ପରେ ଜିଲ୍ଲା ପଞ୍ଜୀକରଣ କର୍ତ୍ତୃପକ୍ଷ-ତଥା- ଏଡିଏମ ଏପ୍ରିଲ୨୩ର ଏକ ଚିଠି ମାଧ୍ୟମରେ ଜଣାଇଥିଲେ ଯେ ଓଡ଼ିଶାରେ ''ଭୂଇୟା'' ଜାତିଟି ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ, ତେଣୁ ନିୟମ ଅନୁସାରେ ଆବଶ୍ୟକ ଅନୁମତି ଆଣିବା ପରେ ହିଁ ଜମି ବିକ୍ରୟ ପଞ୍ଜୀକରଣ ଆବେଦନ ପୁନଃ ଦାଖଲ କରିବାକୁ ହେବ।

ଏହାକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)