Judgement: ସିଭିଲ ଜଜ୍‌ଙ୍କ ବିରୋଧରେ ପଦକ୍ଷେପ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ହାଇକୋର୍ଟ

Jul 30, 2026 - 19:52
Judgement: ସିଭିଲ ଜଜ୍‌ଙ୍କ ବିରୋଧରେ ପଦକ୍ଷେପ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ହାଇକୋର୍ଟ

"ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଥିବା ଏକ ରୋଡ୍‌ ରେଜ୍‌ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ ଦୁଇ ଯୁବକଙ୍କ ବିରୋଧରେ ଚାଲିଥିବା ଅପରାଧିକ ତଦନ୍ତ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।

ଏହା ସହିତ ଜଣେ ସିଭିଲ ଜଜ୍ ଗାୟତ୍ରୀଙ୍କ ଆଚରଣକୁ ନେଇ ଉଠିଥିବା ପ୍ରଶ୍ନର ବିଚାର ପାଇଁ ମାମଲାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିବାକୁ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି।Advertisment ବିଚାରପତି ଏମ୍‌.

ନାଗପ୍ରସନ୍ନଙ୍କ ଏକକ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ, କେବଳ ଅଭିଯୋଗକାରୀ ଜଣେ ନ୍ୟାୟିକ ଅଧିକାରୀ ବୋଲି ସାଧାରଣ ନାଗରିକଙ୍କ ସହ ଏଭଳି ବ୍ୟବହାର କରାଯାଇପାରିବ ନାହିଁ।

ପ୍ରାଥମିକ ଦୃଷ୍ଟିରୁ ଯେଉଁଭଳି ଭାବେ ମାମଲା ରୁଜୁ କରାଯାଇଛି ଏବଂ ଆବେଦନକାରୀମାନଙ୍କୁ ଗିରଫ କରାଯାଇଛି, ତାହା ଆଶ୍ଚର୍ଯ୍ୟଜନକ ବୋଲି ଅଦାଲତ ମତ ପ୍ରକାଶ କରିଛନ୍ତି।

ମାମଲା ଅନୁସାରେ, ସିଭିଲ୍‌ ଜଜ୍‌ ଗାୟତ୍ରୀଙ୍କ ବ୍ୟକ୍ତିଗତ କାର୍‌କୁ ଦୁଇ ଯୁବକ ମୋଟରସାଇକେଲ୍‌ରେ ଓଭରଟେକ୍‌ କରିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ପୁଲିସ ଗାୟତ୍ରୀଙ୍କ କଥାରେ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ହେପାଜତକୁ ନେଇଥିଲା।

ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟିକ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା।

Patna High Court: ପାଟନା ହାଇକୋର୍ଟ ୨୦୨୬ ପାଇଁ ପ୍ରକାଶ କଲା ନିଯୁକ୍ତି ବିଜ୍ଞପ୍ତି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପ୍ରଭୁଲିଙ୍ଗ କେ.

ନାଭାଡଗି ଯୁକ୍ତି ରଖିଥିଲେ।

ସେ କହିଥିଲେ, ମାମଲାରେ ପୁଲିସ ନିରପେକ୍ଷ ଭାବେ କାମ କରିନାହିଁ ଏବଂ ନ୍ୟାୟିକ ଅଧିକାରୀଙ୍କ କଥାରେ ଅତ୍ୟଧିକ କଠୋର ପଦକ୍ଷେପ ନେଇଛି।

ଏହାକୁ ବିଚାରକୁ ନେଇ ହାଇକୋର୍ଟ ଦୁଇ ଯୁବକଙ୍କ ବିରୋଧରେ ତଦନ୍ତ ଉପରେ ଅନ୍ତରୀଣ ରୋକ ଲଗାଇବା ସହ ନ୍ୟାୟିକ ଅଧିକାରୀଙ୍କ ଆଚରଣ ସମ୍ପର୍କିତ ପ୍ରସଙ୍ଗକୁ ମୁଖ୍ୟ ବିଚାରପତିଙ୍କ ନଜରକୁ ଆଣିବାକୁ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।