Judgement: ବାପା ହତ୍ୟାକାରୀ ପୁଅକୁ ଆଜୀବନ କରାଦଣ୍ଡ

Oct 14, 2026 - 21:51
Judgement: ବାପା ହତ୍ୟାକାରୀ ପୁଅକୁ ଆଜୀବନ କରାଦଣ୍ଡ

"କଟକ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ ମିଳିଛି।

କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସ୍ମୃତି ଲେଖା ବାରିକ ଏ ସଂପର୍କିତ ମାମଲାର ଶୁଣାଣି କରି ଚୌଦ୍ବାର ଥାନା କନକାଲି ଗ୍ରାମର ମାଣିକ ହେମ୍ବ୍ରମ ଓରଫ କାଳିଆ(୩୪)କୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ ଜେଲ ଓ ୧୫ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।

Advertisment ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ମେ ୧୭ ସକାଳ ସାଢେ ୭ଟା ସମୟରେ ରାଉତ ହେମ୍ବ୍ରମ ଘର ବାରଣ୍ଡାରେ ବସିଥିବା ବେଳେ ସାନ ପୁଅ କାଳିଆ ସେଠାରେ ପହଞ୍ଚି ପାଟିଗୋଳ କରିଥିଲା।

କାଳିଆ ଏକ ଶାବଳ ଦ୍ବାରା ତା ବାପାଙ୍କ ଛାତିକୁ ଆକ୍ରମଣ କରିଥିଲା।

ଛାତିରେ ଶାବଳ ଭୁସି ହୋଇଯାଇ ପ୍ରବଳ ରକ୍ତଶ୍ରାବ ହୋଇଥିଲା।

ଏହି ଘଟଣା ସମୟରେ ନିକଟରେ ଥିବା ରାଉତଙ୍କ ବଡ଼ ପୁଅ ସୁନାରାମ ହେମ୍ବ୍ରମର ଝିଅ ପାଟି କରି ସମସ୍ତଙ୍କୁ ଡାକିଥିଲା।

ବିଲକୁ କାମ କରିବାକୁ ଯାଇଥିବା ସୁନାରାମ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବାପାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପାଖରେ ଥିବା ଦାଦାଙ୍କ ଘରଙ୍କୁ ନେଇଥିଲେ।

ସେଠାରେ ରାଉତଙ୍କ ମୃତ୍ୟୁ ହୋଇଥିଲା।

Judgement: ମେଟ୍ରୋ ଓ ଟ୍ରେନ୍‌ ଚଳାଚଳ କଟକଣା ନେଇ କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ ୧୩ଜଣଙ୍କ ସାକ୍ଷ୍ୟ ଗ୍ରହଣଏ ନେଇ ସୁନାରାମ ଚୌଦ୍ବାର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି କାଳିଆକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଶାବଳକୁ ଜବତ କରିଥିଲା।

୨୦୨୦, ସେପ୍ଟେମ୍ବର ୯ରେ ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।

ଅଦାଲତରେ ମାମଲାର ଶୁଣାଣି ବେଳେ ପ୍ରସିକ୍ୟୁସନ ତରଫରୁ ୧୩ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା।

ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାନୁ ସୋବେଦ କୁମାର ମାମଲା ପରିଚାଳନା କରୁଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)