Jual oram: ପ୍ରକାଶଙ୍କୁ ସୁରକ୍ଷା ନେଇ ତେଜୁଛି ଅସନ୍ତୋଷ: ଅଡୁଆରେ ଜୁଏଲ

Aug 27, 2026 - 06:50
Jual oram: ପ୍ରକାଶଙ୍କୁ ସୁରକ୍ଷା ନେଇ ତେଜୁଛି ଅସନ୍ତୋଷ: ଅଡୁଆରେ ଜୁଏଲ

"ରାଉରକେଲା: ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଓ ଗୁଳି ଜବତ ଘଟଣା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।

କେନ୍ଦ୍ରମନ୍ତ୍ରୀ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନ ଏହି ସଙ୍ଗିନ ମାମଲାରେ ସଂପୃକ୍ତ ରହି ପୁଲିସ ଭୟରେ ଫେରାର ଅଛନ୍ତି।

ଏହି ଘଟଣା ଜୁଏଲଙ୍କ ୩୫ ବର୍ଷର ନିଷ୍କଳଙ୍କ ରାଜନୈତିକ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଥିବା ଆଲୋଚନା ହେଉଛି।

ଫେରାର ପ୍ରକାଶ ବହୁଦିନରୁ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଜଡ଼ିତ।

ବିଭିନ୍ନ ଥାନାରେ ତାଙ୍କ ନାଁରେ ୧୭ ଆପରାଧିକ ମାମଲା ରହିଛି।

ବିଗତ ଦିନରେ ପ୍ରକାଶଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା।

ଏମିତିକି ଜୁଏଲ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଥିଲେ।Advertisment Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ କେନ୍ଦ୍ରମନ୍ତ୍ରୀଙ୍କ ନିରବତା, ପ୍ରକାଶଙ୍କୁ ସୁରକ୍ଷା ବଳୟ ଯୋଗାଇ ଦେଉଥିଲା ବୋଲି ଅଭିଯୋଗ ହେଉଛି।

ଏତଦ୍‌ବ୍ୟତୀତ ପ୍ରକାଶଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଥିବା ଜନସାଧାରଣଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା।

ଅବଶ୍ୟ, ଗତ ୨୨ ତାରିଖରେ ଶ୍ରୀ ଓରାମ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରକାଶ ଯଦି ଦୋଷୀ, ତା"ହେଲେ ଆଇନ ଅନୁସାରେ ଦଣ୍ଡ ଦିଆଯାଉ ବୋଲି କହିଥିଲେ।

ନିଜ ପ୍ରତିନିଧିଙ୍କ କୁକର୍ମର ବୋଝ ଏବେ ଜୁଏଲଙ୍କୁ ରାଜନୈତିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି ବୋଲି ରାଜନୈତିକ ସମୀକ୍ଷକମାନଙ୍କର ମତ।

ଏଭଳି ଏକ ସମ୍ବେଦନଶୀଳ ଘଟଣା କେବଳ ଯେ ଶାସକ ଦଳକୁ ଅଡ଼ୁଆରେ ପକାଇଛି ତାହା ନୁହେଁ, ବିରୋଧୀ ଦଳଗୁଡ଼ିକର ରହସ୍ୟମୟ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିରୋଧୀ ନେତାମାନେ ଜନସାଧାରଣଙ୍କ ସ୍ୱର ହୋଇପାରିନାହାନ୍ତି।

କେବଳ ଫେସବୁକ୍‌, ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିବାଦକୁ ସୀମିତ ରଖିଛନ୍ତି।

ବିରୋଧୀଙ୍କ ଦୁର୍ବଳ ଆଭିମୁଖ୍ୟକୁ ନେଇ ଜିଲ୍ଲାର ଜନସାଧାରଣ ଏବେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ସମ୍ଭବତଃ ନିଜର ରାଜନୈତିକ କ୍ୟାରିୟର ମଧ୍ୟରେ ଜୁଏଲ କଦାପି ଏଭଳି ଅପ୍ରୀତିକର ଓ ଅସହଜ ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିଲେ।

ନିଜର ଅତି ନିକଟତମ ସହଯୋଗୀଙ୍କ ନାମ ଏଭଳି ଏକ ଆପରାଧିକ ମାମଲା ସହ ଯୋଡ଼ି ହେବା କାରଣରୁ ଜୁଏଲଙ୍କ ପ୍ରଭାବଶାଳୀ ରାଜନୈତିକ ପତିଆରା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଏହି ଘଟଣାରେ ପ୍ରକାଶଙ୍କ ନାଁ ପଦାକୁ ଆସିବା ପରେ ଗତ ୨୦ ତାରିଖରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

ଅନ୍ୟପକ୍ଷରେ ପ୍ରକାଶଙ୍କୁ ଏପର୍ଯ୍ୟନ୍ତ ନିଜର ପ୍ରତିନିଧି ପଦରୁ ଜୁଏଲ ପ୍ରତ୍ୟାହାର ନ କରିବା ଭିନ୍ନ ଚର୍ଚ୍ଚାକୁ ଖୋରାକ ଯୋଗାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)