JSW's EV battery project: ଜେଏସ୍ଡବ୍ଲ୍ୟୁର ଇଭି ବ୍ୟାଟେରି ପ୍ରକଳ୍ପ ସ୍ଥଗିତ: ୨୫ହଜାର କୋଟିର ପ୍ରସ୍ତାବ ଥିଲା
"ଭୁବନେଶ୍ବର: ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ନିର୍ମାଣ କରିବାକୁ ଥିବା ଇଭି ବ୍ୟାଟେରି ପ୍ରକଳ୍ପକୁ ସ୍ଥଗିତ ରଖିଛି।
ଗ୍ରୁପ୍ର ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ପୁଅ ତଥା ଜେଏସ୍ଡବ୍ଲ୍ୟୁ ସିମେଣ୍ଟ୍ର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ଏହି ସୂଚନା ଦେଇଥିବା ନେଇ "ଦି ହିନ୍ଦୁ"ରେ ଖବର ପ୍ରକାଶ ପାଇଛି। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଭାରତରେ ବ୍ୟାଟେରି ଉତ୍ପାଦନ କରିବାକୁ ଆମର ପ୍ରବଳ ଆଗ୍ରହ ଅଛି।
କିନ୍ତୁ ସେଥିପାଇଁ ଆବଶ୍ୟକ ଏଲ୍ଏଫ୍ପି ପ୍ରଯୁକ୍ତି ଉପଲବ୍ଧ ନାହିଁ।
ସହଯୋଗିତା ପାଇଁ ଆମେ ପ୍ରଯୁକ୍ତି ସଂସ୍ଥା ଖୋଜୁଛୁ।
ବର୍ତ୍ତମାନ ସୁଦ୍ଧା କୌଣସି ଉପଯୁକ୍ତ ସଂସ୍ଥା ଆମକୁ ମିଳିନାହିଁ।Advertisment Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ ସେଥିପାଇଁ ଆମେ ଓଡ଼ିଶା ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖୁଛୁ ବୋଲି ସେ କହିଛନ୍ତି।
୨୦୨୪ ଫେବ୍ରୁଆରିରେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଏକ ସମନ୍ବିତ ଇଲେକ୍ଟ୍ରିକ ଯାନ (ଇଭି) ଓ ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଥିଲା।
କମ୍ପାନି କଟକର ନରାଜଠାରେ ଇଭି ବ୍ୟାଟେରି ଓ ଇଭି ଉପକରଣ ନିର୍ମାଣ କାରଖାନାରେ ୨୫ ହଜାର କୋଟି ଟଙ୍କା ନିବେଶ କରିବାକୁ କମ୍ପାନି ପ୍ରସ୍ତାବ ଦେଇଥିଲା।
ପୂର୍ବରୁ ଟାଟା ପାୱାରକୁ ଦିଆଯାଇଥିବା ଏକ ଜମିକୁ ଏହି ପ୍ରକଳ୍ପ ପାଇଁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ତେବେ ଏହି ପ୍ରକଳ୍ପକୁ କମ୍ପାନି ମହାରାଷ୍ଟ୍ରକୁ ନେଇଯାଇଥିବା ନେଇ ଦୁଇ ବର୍ଷ ତଳେ ଚର୍ଚ୍ଚା ହୋଇଥିଲା ଯାହାକୁ କମ୍ପାନି ଦୃଢ଼ ଭାବେ ଖଣ୍ଡନ କରିଥିଲା।
Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
