Jitendra Singh: ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଚଳିତ ମାସ ଜୁଲାଇ ୨୦ ତାରିଖରେ ଆନ୍ଦୋଳନକାରୀ ଛାତ୍ରଙ୍କ ‘ଚଲୋ ସଂସଦ’ ଯାତ୍ରା ସମୟରେ କୌଣସି ଗୁଳିମାଡ଼ ହୋଇନାହିଁ କହି ଜିତେନ୍ଦ୍ର ଗୃହକୁ ବିଭ୍ରାନ୍ତ କରିଛନ୍ତି ବୋଲି ବେଣୁଗୋପାଳ ଅଭିଯୋଗ କରିଛନ୍ତି ଏବଂ ଏହି କାରଣ ପାଇଁ ସେ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦାଖଲ କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ଏକ ଚିଠି ଲେଖି ବେଣୁଗୋପାଳ କହିଛନ୍ତି, ମନ୍ତ୍ରୀଙ୍କ ଦାବି ଭୁଲ୍।
ଆହୁରି ପଢନ୍ତୁ: Flood In Odisha: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ; ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି
ଆନ୍ଦୋଳନ ସମୟରେ ଗୁଳିମାଡ଼ ହୋଇଥିଲା ଏବଂ ଏଥିରେ ଆହତ ବ୍ୟକ୍ତି ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏହି ତଥ୍ୟ ମଧ୍ୟ ସାର୍ବଜନୀନ ଭାବେ ଉପଲବ୍ଧ। ବେଣୁଗୋପାଳ କହିଛନ୍ତି, ଆନ୍ଦୋଳନ ସମୟରେ କୌଣସି ଗୁଳିକାଣ୍ଡ ହୋଇନାହିଁ ବୋଲି ଗୃହରେ ମିଥ୍ୟା ଦାବି କରି ସେ ଜାଣିଶୁଣି ଗୃହକୁ ଭୁଲ୍ ସୂଚନା ଦେଇ ଗୃହକୁ ବିଭ୍ରାନ୍ତ କରୁଛନ୍ତି। ବାଚସ୍ପତିଙ୍କ ନିକଟକୁ ଲେଖିଥିବା ଚିଠକୁ ଏକ୍ସରେ ସେୟାର କରି ବେଣୁଗୋପାଳ କହିଛନ୍ତି, ରାହୁଲ ଗାନ୍ଧୀ ପେଲେଟ୍ ଗନ୍ରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ଗଣମାଧ୍ୟମ ସାମ୍ନାକୁ ଆଣିଥିଲେ।
ଆହୁରି ପଢନ୍ତୁ: Obituary: ବିଶିଷ୍ଟ ହିନ୍ଦୀ ଲେଖକ କୈଳାଶ ଚନ୍ଦ୍ର ପନ୍ଥଙ୍କ ପରଲୋକ
ଏଭଳି ଗୁଳିମାଡ଼ର ଶିକାର ହୋଇଥିବା ଛାତ୍ରମାନଙ୍କ ସଂକ୍ରାନ୍ତରେ ଅଗଣିତ ଗଣମାଧ୍ୟମ ରିପୋର୍ଟ ରହିଛି ଏବଂ ଗୁଳିମାଡ଼ରେ ଛାତ୍ର ଆହତ ହୋଇଥିବା ନେଇ ହସ୍ପିଟାଲ ରେକର୍ଡ ମଧ୍ୟ ରହିଛି। ଏହା ସତ୍ତ୍ବେ ମନ୍ତ୍ରୀ ମିଥ୍ୟା ସୂଚନା ପ୍ରଦାନ କରି ମନ୍ତ୍ରୀ ଜିତେନ୍ଦ୍ର ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି। କୌଣସି ଗୁଳିକାଣ୍ଡ ହୋଇନାହିଁ ଏବଂ କେବଳ ଟିଅର୍ ଗ୍ୟାସ୍ ପ୍ରୟୋଗ କରାଯାଇଛି ବୋଲି ବାରମ୍ବାର ଗୃହରେ ସ୍ପଷ୍ଟୀକରଣ ଦିଆଯାଇଛି ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।