Jeypore: ଅବକାରୀ ଚଢ଼ଉ: ୨୭ ଲିଟର ଦେଶୀ ମଦ ଜବତ, ୨ ଗିରଫ

Aug 21, 2026 - 08:41
Jeypore: ଅବକାରୀ ଚଢ଼ଉ: ୨୭ ଲିଟର ଦେଶୀ ମଦ ଜବତ, ୨ ଗିରଫ

"ଜୟପୁର: ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କଡ଼ାକଡ଼ି କରାଯାଇଛି।

ଜୟପୁର ରେଞ୍ଜ ଅବକାରୀ ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ତଦାରଖରେ ସ୍ୱତନ୍ତ୍ର ଟିମ୍‌ ଗୁରୁବାର  ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗଡ଼ପଦର ଅଞ୍ଚଳର ମଦନ ସୁନା ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ମଦ ଚାଲାଣ କରୁଥିବା ବେଳେ ଖ୍ରୀଷ୍ଟିଆନ୍‌ପେଟା ନିକଟରୁ ତାଙ୍କୁ ଗିରଫ କରାଯାଇଛି।Advertisment ଆହୁରି ପଢନ୍ତୁ: Bus owners' union: ପୁଣି ତେଜିଲା ବସ୍‌ ମାଲିକ ସଂଘ ବିବାଦ ତାଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯିବା ସହ ଏକ ମୋଟରସାଇକେଲ୍‌ ଜବତ କରାଯାଇଛି।

ପ୍ରଥମ ଘଟଣାରେ ତଦନ୍ତ ଅଧିକାରୀ ଭାବେ ଅବକାରୀ ନିରୀକ୍ଷକ ଅଜୟ ନାୟକ ରହିଛନ୍ତି।

ଅନ୍ୟ ଏକ ଘଟଣାରେ ସଦର ଥାନା ଅନ୍ତର୍ଗତ ଗରୁଡ଼ୁଗୁଡ଼ା ଗ୍ରାମର ଧନୁର୍ଜୟ ଗଦବାଙ୍କ ନିକଟରୁ ୧୨ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି।

ସେହିପରି ଦ୍ୱିତୀୟ ମାମଲାରେ ତଦନ୍ତ ଅଧିକାରୀ ଭାବେ ଅବକାରୀ ଥାନା ଅଧିକାରୀ ସୁବ୍ରତ କେଶରୀ ହିରଣ ରହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media