Jewellery Theft: ନେପାଳ ବନ୍ୟା ଟ୍ରାଜେଡି: ବନ୍ୟା ଜଳରେ ଭାସିଆସିଥିବା ମୃତଦେହରୁ ସୁନା ଗହଣା ଲୁଟି ୨ ଗିରଫ
"କାଠମାଣ୍ଡୁ: ଚୀନ୍-ନେପାଳ ସୀମାନ୍ତରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ଏକ ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି।
ନାରାୟଣୀ ନଦୀ ବନ୍ୟା ଜଳରେ ଭାସିଆସିଥିବା ଜଣେ ମହିଳାଙ୍କ ମୃତଦେହରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ନେପାଳ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି।Advertisment ସୋସିଆଲ ମିଡିଆରେ ଭିଡିଓ ଭାଏରାଲ ଏହି ଘଟଣାର ଏକ ୪୧ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଏରାଲ ହେବା ପରେ ନେପାଳ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ବନ୍ୟା ଜଳରେ ଭାସିଆସିଥିବା ମହିଳାଙ୍କ ମୃତଦେହକୁ ଦୁଇଜଣ ବ୍ୟକ୍ତି କାଠ ପଟା ଏବଂ ଚୁଟି ଧରି ନଦୀକୂଳକୁ ଟାଣି ଆଣୁଛନ୍ତି।
ଏହାପରେ ମୃତ ମହିଳାଙ୍କ ଦୁଇ କାନରୁ ସୁନା ଗହଣା ଖୋଲି ଅଲଗା ରଖୁଛନ୍ତି, ଯେତେବେଳେ କି ଆଖପାଖରେ ଛିଡ଼ା ହୋଇଥିବା କିଛି ଲୋକ ଏହାର ଭିଡିଓ ସୁଟିଂ କରୁଥିଲେ।
ଭାଇରାଲ ଭିଡିଓକୁ ଆଧାର କରି ଚିତୱାନ ପୋଲିସ ୨୫ ବର୍ଷୀୟ ମଦନ ଗୁରୁଙ୍ଗ ଏବଂ ୩୮ ବର୍ଷୀୟ ଉମେଶ ଚୌଧୁରୀଙ୍କୁ ଚିହ୍ନଟ କରିଥିଲା।
ଗୁରୁବାର ଭରତପୁର ମହାନଗର ନିଗମ-୧ ସ୍ଥିତ ପୋଖରା ବସ୍ ଷ୍ଟାଣ୍ଡ ନିକଟରୁ ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ହାଜତକୁ ନେଇଛି।
ଦୁର୍ବିପାକ ଓ ପ୍ରକୃତିର ଏହି ସଙ୍କଟଜନକ ସମୟରେ ବିପନ୍ନ କିମ୍ବା ମୃତକଙ୍କ ପ୍ରତି ଏପରି ଅମାନବୀୟ ଆଚରଣ କିମ୍ବା ଲୁଟପାଟକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ ଚେତାବନୀ ଦେଇଛି।
Balen Shah Visit India: ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
