Jaundice Outbreak ରାୟଗଡ଼ା ରବାଡି ଆବାସିକ ବାଳିକା ହାଇସ୍କୁଲରେ ଜଣ୍ଡିସ୍‌ ସଂକ୍ରମଣ

Sep 16, 2026 - 19:08
Jaundice Outbreak ରାୟଗଡ଼ା ରବାଡି ଆବାସିକ ବାଳିକା ହାଇସ୍କୁଲରେ ଜଣ୍ଡିସ୍‌ ସଂକ୍ରମଣ

"ରାୟଗଡା(ଶିବ ପ୍ରସାଦ ଦୋରା):  ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରବାଡିରେ ଥିବା  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ( ଆବାସିକ)ରେ ଛାତ୍ରୀଙ୍କ ମଧ୍ୟରେ କାମଳ (ଜଣ୍ଡିସ) ସଂକ୍ରମଣ ଦେଖାଦେଇଛି।

Advertisment ମଙ୍ଗଳ ବିଭାଗ ଛାତ୍ରୀ ନିବାସରେ ପର୍ଯ୍ୟାୟକ୍ରମେ ପ୍ରାୟ ଶହେ ଜଣ ଛାତ୍ରୀ ଜଣ୍ଡିସରେ  ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି ।

ବିଦ୍ୟାଳୟ ପରିସରରେ ଥିବା ନଳକୂପ ପାଣି ପିଇବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ନେଇ ଜଣାପଡିଛି ।

ଘଟଣା ପରେ ନଳକୂପ ପାଣି ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଏବେ ଟାଙ୍କି ଯୋଗେ ଛାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ସ୍ୱାସ୍ଥ୍ୟ ବିଭାଗ ଓ ମଙ୍ଗଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରାଯାଇଛି ।

ଅସୁସ୍ଥ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି।

Jaundice cases: ରାୟଗଡ଼ା ସହରରେ ଜଣ୍ଡିସ ଆଶଙ୍କା ସୂଚନାରୁ ଜଣାପଡିଛି ରବାଡି  ଛାତ୍ରୀଣିବାସ ରେ ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।

ସେହିପରି ଅନ୍ୟ ୪ଜଣ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ବିଭାଗିୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏହାସହ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବିଦ୍ୟାଳୟକୁ ଯାଇ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା କହିଛନ୍ତି ମଙ୍ଗଳ ଅଧିକାରୀ ଅସୀମା ରାଓ ।

ତେବେ ଘଟଣା ପରେ ଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

କିଛି ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଯାଇଥିବା ଦେଖିବାକୁ ମିଳିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)