Jatra World Divided After Viral Statement; ଯାତ୍ରା ଜଗତରେ ପୁଣି ନୂଆ ଯାତେରା; କଳାକାରଙ୍କୁ ବାସିରୁଟି ଖିଆ କୁକୁର କହିଲେ ସହ ପ୍ରଯୋଜକ
ଯାତ୍ରା ଜଗତରେ ପୁଣି ଏକ ନୂଆ ଯାତେରା। କଳାକାରଙ୍କୁ କୁକୁର କହି ହରଡ଼ଘଣାରେ ଯାତ୍ରା ସ୍ବର୍ଣ୍ଣ ମହଲର ସହ ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ। କଳାକାର ମାନେ ନିଶାଚର, ସକାଳେ ହେଲେ ବାସି ରୁଟି ଖିଆ କୁକୁର। କଳାକାର ମାନେ ହେଲେ କୁକୁର। ଏଭଳି ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି କ୍ଷୀରୋଦ ସ୍ବାଇଁ । ଏନେଇ ଯାତ୍ରା ଜଗତରେ କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ତୁତୁ ମେ ମେ ଆରମ୍ଭ ହୋଇଛି।
ଯାତ୍ରା ଜଗତର ଆଗଧାଡିର କଳାକାର କାହ୍ନ ସ୍ବାଇଁ କଡା ଭାଷାରେ କ୍ଷୀରୋଦଙ୍କୁ ନିନ୍ଦା କରିଛନ୍ତି। ଅନ୍ୟପଟେ କଳାକାର ମାନଙ୍କ ପ୍ରତି ଏପରି ଆପତ୍ତିଜନକ ମନ୍ତବ୍ୟକୁ କଳାକାର ସଂଘ ତୀବ୍ର ନିନ୍ଦା କରିଛି। ରାଜ୍ୟ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସମ୍ପାଦକ ରମେଶ ନାୟକ ନିସର୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି।
ଖାଲି ଏତିକି ନୁହଁ ବରିଷ୍ଠ ଅଭିନେତା ସୁବାସ ବେହରା, ନବ ଘୋଷ, ନାୟିକା ଭାବନା କର, ନାୟିକା ମାମାଙ୍କ ଭଳି କଳାକାର ମାନେ ସହଜରେ ଗ୍ରହଣ କରି ପାରି ନାହାନ୍ତି। ମନ୍ତବ୍ୟକୁ କଡ଼ା ନିନ୍ଦା ସହ କ୍ଷୀରୋଦ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କଳାକାର ଏବଂ ଯାତ୍ରା ପ୍ରଯୋଜକ।
- ଯାତ୍ରା ଜଗତରେ ପୁଣି ନୂଆ ଯାତେରା
- କଳାକାରଙ୍କୁ ବାସିରୁଟି ଖିଆ କୁକୁର କହିଲେ ସହ ପ୍ରଯୋଜକ କ୍ଷୀରୋଦ
- ଯାତ୍ରା ଜଗତରେ ଝଡ଼ ସୃଷ୍ଟି କଲେ ସହ-ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ
- ହରଡ଼ଘଣାରେ ଯାତ୍ରା ସ୍ବର୍ଣ୍ଣ ମହଲର ସହ ପ୍ରଯୋଜକ
- ପ୍ରଯୋଜକ ଓ ଦର୍ଶକଙ୍କୁ ବି ଆକ୍ଷେପ କଲେ କ୍ଷୀରୋଦ ସ୍ବାଇଁ
- କଡ଼ା ଭାଷାରେ କ୍ଷୀରୋଦ ସ୍ବାଇଁଙ୍କୁ କଳାକାରଙ୍କ ନିନ୍ଦା
- କ୍ଷୀରୋଦଙ୍କୁ କ୍ଷମା ମାଗିବାକୁ କହିଲେ କଳାକାର ଓ ମାଲିକ