Jasprit Bumrah Ruled Out: ଭାରତକୁ ବଡ଼ ଝଟକା, ଶ୍ରୀଲଙ୍କା ଟେଷ୍ଟରୁ ବାଦ ପଡିଲେ ଜସପ୍ରିତ ବୁମ୍ରା

Aug 02, 2026 - 17:49
Jasprit Bumrah Ruled Out: ଭାରତକୁ ବଡ଼ ଝଟକା, ଶ୍ରୀଲଙ୍କା ଟେଷ୍ଟରୁ ବାଦ ପଡିଲେ ଜସପ୍ରିତ ବୁମ୍ରା

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଧକ୍କା। ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ବାମ ଆଣ୍ଠୁର ଆହତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିବାରୁ ସିରିଜରୁ ବାଦ ପଡ଼ିଛନ୍ତି।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ବୁମ୍ରାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ପରେ ସେ ତୃତୀୟ ଦିନିକିଆ ଖେଳିପାରିନଥିଲେ ଏବଂ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପୁନର୍ବାସ ପ୍ରକ୍ରିୟାରେ ଥିଲେ। ଫିଟନେସ୍ ପରୀକ୍ଷା ପାସ୍ କରିବା ପରେ ଦଳରେ ଯୋଗ ଦେବେ ବୋଲି ଆଶା ଥିଲା, କିନ୍ତୁ ଆଣ୍ଠୁରେ ଅସୁସ୍ଥତା ଜାରି ରହିବାରୁ ବିସିସିଆଇ ମେଡିକାଲ୍ ଟିମ୍ କୌଣସି ବିପଦ ନେବାକୁ ଚାହିଁନାହିଁ।

ବୁମ୍ରାଙ୍କ ଅନୁପସ୍ଥିତି ଅଧିନାୟକ ଶୁଭମାନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଚିନ୍ତା ବଢିଯାଇଛି। ଆସନ୍ତା ଅଗଷ୍ଟ ୧୫ରୁ ଗାଲେରେ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ୍ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।