Japan: ଜାପାନରେ ଶତାୟୁଙ୍କ ସଂଖ୍ୟା ଲକ୍ଷେ ପାର
"ଜାପାନରେ ବୟସ୍କ ଜନସଂଖ୍ୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ସରକାରୀ ତଥ୍ୟ ଅନୁଯାୟୀ, ସେ ଦେଶରେ ୧୦୦ ବର୍ଷ ବା ତାହାଠାରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୧ ଲକ୍ଷ ଅତିକ୍ରମ କରିଛି।
ବର୍ତ୍ତମାନ ଜାପାନରେ ୧,୦୭,୬୭୭ ଜଣ ଶତାୟୁ ବ୍ୟକ୍ତି ଅଛନ୍ତି, ଯାହାକି ବିଶ୍ୱରେ ସର୍ବାଧିକ।
ଏମାନଙ୍କ ମଧ୍ୟରୁ ପ୍ରାୟ ୮୮ ପ୍ରତିଶତ ହେଉଛନ୍ତି ମହିଳା।
କ୍ୟୋତୋ ସହରର ୧୧୪ ବର୍ଷୀୟା କିଶୋମୋତୋ ଫୁୟୋ ସବୁଠାରୁ ବୟସ୍କ ମହିଳା ଓ କୁମାମୋତୋର ୧୧୨ ବର୍ଷୀୟ କାତୋ ହିକାରୁ ହେଉଛନ୍ତି ସବୁଠାରୁ ବୟସ୍କ ପୁରୁଷ।Advertisment Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା ଉଲ୍ଲେଖଯୋଗ୍ୟ ଯେ ୧୯୬୩ ମସିହାରେ ପ୍ରଥମ ଥର ପାଇଁ ଜନଗଣନା ହୋଇଥିବାବେଳେ ଦେଶରେ କେବଳ ୧୫୩ ଜଣ ଶତାୟୁ ବ୍ୟକ୍ତି ଥିଲେ।
ଜାପାନର ଲୋକମାନେ ଏତେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବାର ମୁଖ୍ୟ କାରଣ ହେଉଛି ସେମାନଙ୍କର ସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ।
ସେମାନଙ୍କ ଖାଦ୍ୟରେ ମୁଖ୍ୟତଃ ମାଛ, ପନିପରିବା ଓ ଭାତ ସାମିଲ ଥାଏ, ଯେଉଁଥିରେ ପାଶ୍ଚାତ୍ୟ ଖାଦ୍ୟ ତୁଳନାରେ ଚର୍ବି ବହୁତ କମ୍ ଥାଏ।
ଏହା ସହିତ ବୟସ୍କ ଲୋକମାନେ ନିୟମିତ ଚଲାବୁଲା କରି, ସାଇକେଲ ଚଳାଇବା ସହିତ ନିଜକୁ କର୍ମଚଞ୍ଚଳ ରଖିଥାଆନ୍ତି।
Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍ ବୋରା ତେବେ ଗୋଟିଏ ପଟେ ଲୋକଙ୍କ ଆୟୁଷ ବଢ଼ୁଥିବାବେଳେ ଅନ୍ୟପଟେ ଜାପାନ ଏକ ଗମ୍ଭୀର ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେଉଛି।
ଗତ ବର୍ଷ ଜାପାନର ମୋଟ ଜନ୍ମହାର ସର୍ବନିମ୍ନ ୧.୧୪କୁ ଖସିଆସିଛି, ଯାହା ଜନସଂଖ୍ୟାକୁ ସନ୍ତୁଳିତ ରଖିବା ପାଇଁ ଆବଶ୍ୟକ ୨.୧ ଠାରୁ ବହୁ କମ୍ ଅଟେ।
୨୦୦୮ ମସିହାରେ ୧୨.୮ କୋଟି ଥିବା ଜନସଂଖ୍ୟା ୨୦୭୦ ସୁଦ୍ଧା ୮.୭ କୋଟିକୁ ଖସିବ ବୋଲି ଆକଳନ କରାଯାଇଛି।
ସରକାର ଜନ୍ମହାର ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ବିଶେଷ ସୁଫଳ ମିଳିନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
