Japan: ୩ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚୀ
"ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚୀ ଆଜି ସନ୍ଧ୍ୟାରେ ୩ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀ ତାକାଇଚୀଙ୍କୁ ଆଜି ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ବାଗତ କରିଥିଲେ।
ପ୍ରଧାନମନ୍ତ୍ରୀ ତାକାଇଚୀଙ୍କର ଏହା ପ୍ରଥମ ଭାରତ ଗସ୍ତ ଏବଂ ସେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଷୋଡ଼ଶ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ।
ଦ୍ବିପାକ୍ଷିକ ସହଯୋଗକୁ ସମୀକ୍ଷା ଏବଂ ସୁଦୃଢ଼ କରିବାପାଇଁ ଏହି ସମ୍ମିଳନୀ ଉଭୟ ପକ୍ଷକୁ ଏକ ସୁଯୋଗ ପ୍ରଦାନ କରିବ।
ଏଥିସହ ଉଭୟ ପକ୍ଷ ପାରସ୍ପରିକ ବୁଝାମଣା ଥିବା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗ ଉପରେ ମଧ୍ୟ ମତ ଆଦାନ ପ୍ରଦାନ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହି ଅବସରରେ ଏକାଧିକ ଏମ୍ଓୟୁ ସ୍ବାକ୍ଷର କରାଯିବ ବୋଲି ଆଶା କରାଯାଉଛି।
ଭାରତ ଏବଂ ଜାପାନ ମଧ୍ୟରେ ଏକ ସ୍ବତନ୍ତ୍ର ରଣନୀତି ଏବଂ ବୈଶ୍ବିକ ସହଭାଗିତାକୁ ଆଗକୁ ନେବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି।Advertisment "