Jajpur: ପ୍ରଖର ସୁଅରେ ଭାସି ଯାଇଥିବା ବ୍ୟବସାୟୀଙ୍କୁ ଖୋଜୁଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ

Jul 30, 2026 - 11:24
Jajpur: ପ୍ରଖର ସୁଅରେ ଭାସି ଯାଇଥିବା ବ୍ୟବସାୟୀଙ୍କୁ ଖୋଜୁଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ

"ଯାଜପୁର:  ଯାଜପୁର ବ୍ଲକ୍‌ ଜାଫରପୁର ପଞ୍ଚାୟତ ସଇପୁର ଗାଁ ନିକଟରେ ପ୍ରଖର ବନ୍ୟାଜଳରେ ଜଣେ ପରିବା ବ୍ୟବସାୟୀ ଗତକାଲି ସନ୍ଧ୍ୟାରେ ଭାସିଯାଇଥିଲେ।

ଉକ୍ତ ପଞ୍ଚାୟତ ମୁଗୁଡ଼ି ଗାଁର ଅଜୟ ସାହୁ(୫୦) ଯାଜପୁର ଟାଉନ ଅଞ୍ଚଳରେ ପରିବା ବ୍ୟବସାୟ କରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ବନ୍ୟାଜଳରେ ଭାସି ଯାଇଥିଲେ।

ଉକ୍ତ ସ୍ଥାନରେ ୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାବେଳେ ଗତକାଲି ରାତିରେ କୌଣସି ପତ୍ତା ମିଳିନଥିଲା | ଆଜି ସକାଳୁ ଅଗ୍ନିଶମ ଓ ଓଡ୍ରାଫ ଟିମ ପହଂଚି ଖୋଜାଖୋଜି କରୁଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।