Jajpur: କାଣୀ ନଦୀରେ ୨ଟି ଘାଇ ସୃଷ୍ଟି, ହଜାର ହଜାର ଲୋକଙ୍କ ଘରେ ପଶିଗଲା ପାଣି

Jul 30, 2026 - 11:05
Jajpur: କାଣୀ ନଦୀରେ ୨ଟି ଘାଇ ସୃଷ୍ଟି, ହଜାର ହଜାର ଲୋକଙ୍କ ଘରେ ପଶିଗଲା ପାଣି

"ଦଶରଥପୁର: ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବା ପରେ ଶାଖା ନଦୀ କାଣୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇଛି | ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣାଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା।

ଘାଇ ହେବା ଫଳରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର, କୟାଁ, କମାରଡିହ, ଜୟନ୍ତରା, କଟିକଟା ଆଦି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।Advertisment ଆହୁରି ପଢନ୍ତୁ: Trump Administration: ବିଶ୍ୱଠାରୁ ସତ୍ୟ ଲୁଚାଇ ରଖିଥିଲେ ଟ୍ରମ୍ପ ପ୍ରଶାସନ: ସାଟେଲାଇଟ୍ ଚିତ୍ରରୁ ପର୍ଦ୍ଦାଫାସ୍ ଲୋକେ କିଛି ଜାଣିବା ପୂର୍ବରୁ ଘରେ ପଶିଯାଇଥିଲା ବନ୍ୟା ପାଣି।

ଏଣୁ ଲୋକେ ଗତକାଲି ଠାରୁ ଆଖିଆଅପିଆ ରହିଥିବା ଅଭିଯୋଗ ହୋଇଛି।

୨ ଦିନ ହେବ ଏଯାବତ ପ୍ରଶାସନ ପହଂଚି ନଥିବା କିମ୍ବା କୌଣସି ଖାଦ୍ୟ ପହଂଚି ନଥିବା ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ଅହିୟାସ ବଜାର ଉପରେ ୪ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେବାରୁ ପ୍ରାୟ ସମସ୍ତ ଦୋକାନରେ ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଯାଇଛି।

କିଛି ଲୋକେ ଛାତ ଉପରେ ଆଶ୍ରୟ ନେଇଥିବାବେଳେ କିଛି ଲୋକ ବନ୍ଧ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଜଣାପଡିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।