It's been a month: ମାସେ ହେଲାଣି ନୂଆ ଟେଣ୍ଡର ଫାଇଲ୍‌ ତଳେ

Jun 30, 2026 - 08:07
It's been a month: ମାସେ ହେଲାଣି ନୂଆ ଟେଣ୍ଡର ଫାଇଲ୍‌ ତଳେ

"ଭୁବନେଶ୍ବର: ରାସ୍ତାଘାଟ ସଫେଇ ପାଇଁ ନୂଆ ଟେଣ୍ଡର କରିଛି ବିଏମ୍‌ସି।

ଟେଣ୍ଡର ପ୍ରକ୍ରିୟାରେ ୪ଟି ଏଜେନ୍ସି ସଫଳ ହୋଇଛନ୍ତି ଏବଂ ଏହି ‌ଏଜେନ୍ସି ଭିତରୁ କେଉଁ ଏଜେନ୍ସି କେତେ ଟଙ୍କାରେ କେଉଁ ଅଞ୍ଚଳର ରାସ୍ତାଘାଟ ସଫେଇ ଦାୟିତ୍ବ ନେବେ, ଚୂଡ଼ାନ୍ତ ହୋଇସାରିଛି।

ମାସେ ତଳୁ ଏହି ପ୍ରକ୍ରିୟା ସରିଲାଣି।

ତଥାପି ଏହି ଫାଇଲ୍‌କୁ ଚାପି ରଖାଯାଇଛି।

ନୂଆ ଏଜେନ୍ସିଙ୍କୁ ରାସ୍ତାଘାଟ ସଫେଇ ଦାୟିତ୍ବ ଦିଆଯାଉନି।

ପୁରୁଣା ଏଜେନ୍ସିଙ୍କ କାର୍ଯ୍ୟକାଳ ୬ ମାସ ତଳୁ ଶେଷ ହୋଇ ସାରିଥିଲେ ବି ଏମାନଙ୍କ କାର୍ଯ୍ୟ ଅବଧି ବଢ଼ାଇଦିଆଯାଇଛି।

ରାସ୍ତାଘାଟ ସଫେଇ ନାଁରେ ସରକାରୀ ଅର୍ଥରେ ପୁରୁଣା ଏଜେନ୍‌ସିମାନଙ୍କୁ ପୋଷା ହେଉଛି।Advertisment Ramadevi student: ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍‌ ସେପଟେ ପୁରୁଣା ଟେଣ୍ଡରରେ କାମ କରି ଆସୁଥିବା ଦୁଇରୁ ଅଧିକ ଏଜେନ୍ସି ନୂଆ ଟେଣ୍ଡରରୁ ବାଦ୍‌ ପଡ଼ିଥିବାରୁ ସେମାନେ ଆଉ ରାସ୍ତାଘାଟ ସଫେଇକୁ ଗୁରୁତ୍ବ ଦେଉନାହାନ୍ତି।

ପରିଣାମ ସ୍ବରୂପ ସହରର ପରିମଳ ବ୍ୟବସ୍ଥା ବିଗିଡ଼ିଲାଣି।

ରାସ୍ତାଘାଟରେ କୁଢ଼କୁଢ଼ ଆବର୍ଜନା ଗଦା ହେଲାଣି।

ଅପରପକ୍ଷେ ଅଭିଯୋଗ ହେଉଛି, ଯେଉଁ ଏଜେନ୍ସିମାନେ ଟେଣ୍ଡରରୁ କଟିଛନ୍ତି, ସେମାନେ ନେତା, ମନ୍ତ୍ରୀଙ୍କ ଶରଣ ପଶିଛନ୍ତି।

ସେମାନଙ୍କୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ୍‌ କରିବାକୁ ଜୋର୍‌ଦାର ଲବି କରୁଛନ୍ତି।

ଏଣୁ ଟେଣ୍ଡରକୁ ଜାଣିଶୁଣି ଝୁଲାଇ ରଖାଯାଇଛି।

ଆଉ କିଛି ଅଭିଯୋଗ କରିଛନ୍ତି, ନୂଆ ଟେଣ୍ଡର ନେଉଥିବା ସଂସ୍ଥାଙ୍କଠାରୁ ମୋଟା ଅଙ୍କର ପିସି ଆଦାୟ ଲକ୍ଷ୍ୟରେ ଜାଣିଶୁଣି ଫାଇଲ୍‌କୁ ଚାପି ରଖାଯାଇଛି।

ବିଏମ୍‌ସିର ପ୍ରାୟ ୨ଶହ ବର୍ଗ କିଲୋମିଟର ଅଞ୍ଚଳରେ ରାସ୍ତାଘାଟ ସଫେଇ କରାଯାଉଛି।

ଏହି ଅଞ୍ଚଳକୁ ୱାର୍ଡୱାରି(୬୭ ୱାର୍ଡ) ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି।

ତିନି ଜୋନ୍‌କୁ ୬ଟି ପ୍ୟାକେଜରେ ଟେଣ୍ଡର ଦିଆଯାଇଛି।

ଏଜେନ୍‌ସିମାନେ ରାସ୍ତାଘାଟ ସଫେଇ କରିବା ସହ ବୁସ୍‌ କଟିଂ, ନାଳରୁ ପଙ୍କ କଢ଼ା, କନ୍‌ଜରଭେନ୍ସି ଲେନ୍‌ ସଫା କାମ ବି କରିବେ।

ସେହି ଅନୁସାରେ ପୁରୁଣା ଏଜେନ୍ସିଙ୍କୁ ଟେଣ୍ଡର ଦିଆଯାଇଥିଲା ଓ ନୂଆମାନେ ବି ଏହି ସର୍ତ୍ତରେ ଟେଣ୍ଡର ପାଇଛନ୍ତି।

ଗତ ମାସରେ ନୂଆ ଟେଣ୍ଡର ଡକାଯାଇଥିଲା।

ଅଂଶଗ୍ରହଣକାରୀ ୫ଟି ଏଜେନ୍ସିରୁ ଚୂଡ଼ାନ୍ତ ଟେଣ୍ଡରରେ ୪ ଏଜେନ୍ସି ଯୋଗ୍ୟ ବିବେଚିତ ହୋଇଛନ୍ତି।

ଲାୟନ୍‌ସ ପ୍ୟାକେଜ-୧(ନର୍ଥ ଜୋନ୍‌-୧ ଓ ୱାର୍ଡ ସଂଖ୍ୟା-୧୨) ଓ ପ୍ୟାକେଜ-୬(ସାଉଥ୍‌ ଇଷ୍ଟ ଜୋନ୍‌-୨ ଓ ୱାର୍ଡ ସଂଖ୍ୟା-୧୦), ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ୍‌ ପ୍ୟାକେଜ-୩(ସାଉଥ୍‌ ୱେଷ୍ଟ ଜୋନ୍‌-୧ ଓ ୱାର୍ଡ ସଂଖ୍ୟା-୧୨) ଓ ପ୍ୟାକେଜ-୫(ସାଉଥ୍‌ ଇଷ୍ଟ ଜୋନ୍‌-୧ ଓ ୱାର୍ଡ ସଂଖ୍ୟା-୯), ଗ୍ରିନ୍‌ ସର୍କଲ୍‌ ଏନ୍‌ଭାର୍ଣ୍ଣମେଣ୍ଟ ପ୍ୟାକେଜ-୨(ନର୍ଥ ଜୋନ୍‌-୨ ଓ ୱାର୍ଡ ସଂଖ୍ୟା-୧୨) ଓ ପିଏମ୍‌ଆର କନ୍‌ସୋର୍ଟିୟମ ପ୍ୟାକେଜ-୪(ସାଉଥ୍‌ ୱେଷ୍ଟ-୨ ଓ ୱାର୍ଡ ସଂଖ୍ୟା-୧୨)ର ଟେଣ୍ଡର ପାଇଛନ୍ତି।

ଗତ ମାସରେ ଟେଣ୍ଡର ଚୂଡ଼ାନ୍ତ ପରେ ଜୁନ୍‌ ୫ରେ ଫାଇନାନ୍ସିଆଲ୍‌ ବିଡିଂ ଶେଷ ହୋଇଛି।

କାହାକୁ ୧୯ କୋଟି ତ" କାହାକୁ ୨୧ କୋଟି ପୁଣି କାହାକୁ ଏହାଠାରୁ ଅଧିକ ଟଙ୍କାରେ ବାର୍ଷିକ ଟେଣ୍ଡର ଦିଆଯାଇଛି।

ନୂଆ ଟେଣ୍ଡର ପ୍ରକ୍ରିୟାରୁ ପୁରୁଣା ଟେଣ୍ଡରରେ ଥିବା ଆୱାରଲ୍ୟାଣ୍ଡ ଓ ପ୍ରତ୍ୟୁଷ ବାଦ୍‌ ପଡ଼ିଛନ୍ତି।"